ରକ୍ତଭଣ୍ଡାର ରକ୍ତ ଶୂନ୍ୟ

ଚମ୍ପୁଆ, ୫ା୬(ଡି.ଏନ.ଏ.)-ଜରୁରିକାଳୀନ ଚିକିତ୍ସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ରେଡକ୍ରସ ରକ୍ତ ଭଣ୍ଡାରର ସମସ୍ୟା ବଢିବାରେ ଲାଗିଛି। ଅନେକ ସମୟରେ ଏହି ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି। ଚମ୍ପୁଆ ଉପଖଣ୍ଡରେ ରକ୍ତଜନିତ ସମସ୍ୟାର ଦୂରୀକରଣ ପାଇଁ ୨୦୦୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ରକ୍ତ ଭଣ୍ଡାର ଉଦ୍‌ଘାଟନ କରାଯାଇଥିଲା। ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଝାଡ଼ଖଣ୍ଡ, ମୟୂରଭଞ୍ଜ, ସୁନ୍ଦରଗଡ଼ ସହିତ ଚମ୍ପୁଆ, ଯୋଡ଼ା, ବଡ଼ବିଲ ଓ ଝୁମ୍ପୁରା ଅଞ୍ଚଳରୁ ରୋଗୀମାନଙ୍କୁ ଏହି ରକ୍ତ ଭଣ୍ଡାର ମାଧ୍ୟମରେ ରକ୍ତ ପ୍ରଦାନ କରାଯାଉଥିଲା। ମାତ୍ର ବର୍ତ୍ତମାନ ଏହି ରକ୍ତଭଣ୍ଡାରରେ ଅନେକ ସମୟରେ ବିଭିନ୍ନ ଗ୍ରୁପର ରକ୍ତର ଅଭାବ ରହୁଥିବା ଦାୟିତ୍ୱରେ ଥିବା ଡାକ୍ତର ଜ୍ୟୋତିରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ରକ୍ତ ଭଣ୍ଡାର ପାଇଁ ପ୍ରତ୍ୟେକ ମାସ ୧୦୦ରୁ ୧୫୦ ରକ୍ତର ଆବଶ୍ୟକ ରହୁଥିବା ବେଳେ ମାତ୍ର ୫୦ରୁ ୬୦ ରକ୍ତ ସଂଗ୍ରହ କରାଯାଇପାରୁଛି। ଏ,ବି, ଓ+ ଗ୍ରୁପର ରକ୍ତର ଆବଶ୍ୟକତା ଅଧିକ ରହୁଥିବା ବେଳେ ଅନେକ ସମୟରେ ଗୋଟିଏ ଦୁଇଟି ରକ୍ତ ରହୁଛି। ଫଳରେ ରୋଗୀଙ୍କ ଆବଶ୍ୟକତା ପୂରଣ କରାଯାଇ ପାରୁନାହିଁ। ବିଭିନ୍ନ ସଙ୍ଗଠନ ଯଥା, ଚନ୍ଦ୍ରଶେଖର କଲେଜ, କଳିଙ୍ଗ ରି କ୍ରିଏସନ କ୍ଲବ, ସୋସିଆକ୍କ୍‌ବ କରଞ୍ଜିଆ, ଆକ୍ସିସ ବ୍ୟାଙ୍କ ଯୋଡା, ସମ୍ବାଦ ଆମ ଓଡ଼ିଶା, ବଡବିଲ ଶିଶୁ ମନ୍ଦିର, ଏଚ.ଡି.ଏଫ. ସି. ବ୍ୟାଙ୍କ ଯୋଡା, ଏଲଆଣ୍ଡଟି କନଷ୍ଟ୍ରକସନ୍‌, ବିଜୁ ଯୁବ ବାହିନୀ ଆଦି ସଙ୍ଗଠନ ପକ୍ଷରୁ ଅନେକ ସମୟରେ କ୍ୟାମ୍ପ କରାଯାଇ ରକ୍ତ ଗ୍ରହଣ କରାଯାଉଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇପାରୁନାହଁ। ଥାଲାସେମିଆଁ, ଡେଲିଭରି ରୋଗୀ ଓ ଜରୁରିକାଳୀନ ପରିସ୍ଥିତିରେ ରୋଗୀମାନଙ୍କୁ ରକ୍ତ ଭଣ୍ଡାରରୁ ମାଗଣା ରକ୍ତ ପ୍ରଦାନ କରାଯାଉଛି। ମାତ୍ର ରୋଗୀଙ୍କୁ ନେଇ ଆସୁଥିବା ରୋଗୀଙ୍କ ସମ୍ପର୍କୀୟମାନେ ପ୍ରାୟତଃ ନିଶା ସେବନ କରୁଥିବାରୁ ତାଙ୍କ ଠାରୁ ରକ୍ତ ଗ୍ରହଣ କରାଯାଉ ନାହିଁ। ଅନ୍ୟପକ୍ଷରେ ମାସକୁ ଗୋଟିଏ କ୍ୟାମ୍ପ ଏବଂ ଏନଜିଓମାନଙ୍କ ଦ୍ୱାରା ସଚେତନତା କରାଯାଇ କ୍ୟାମ୍ପ କରାଗଲେ ଏହି ସମସ୍ୟା ଦୂର ହୋଇପାରିବ। ବର୍ଷକୁ ୭ରୁ ୮ ଗୋଟି କରାଯାଉଥିବା କ୍ୟାମ୍ପ ପରିବର୍ତ୍ତେ ୧୦ରୁ ୧୫ଟି କରାଗଲେ ରକ୍ତର ଅଭାବ ରହିବ ନାହଁି ବୋଲି ଜ୍ୟୋତିରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri