ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ନ୍ୟୁୟର୍କ, ଡେନେଭର୍ ଏବଂ ଲସ୍ଏଞ୍ଜେଲ୍ସ ଆଦି ସ୍ଥାନରେ ଏବେ ଛୋଟ ପିଲାଙ୍କ ଭଳି ପୋଷା ଜୀବଙ୍କୁ ଡାଏପର୍ ପିନ୍ଧାଯାଉଛି। ବିଶେଷକରି ଏଠାରେ ଚିକେନ୍ ଡାଏପର୍ର ଚାହିଦା ଅଧିକ ରହିଛି। ନ୍ୟୁହାମ୍ପସାୟାର୍ ନିବାସୀ ଜୁଲି ବେକର୍ ଏହି ଅଦ୍ଭୁତ କୌଶଳର ସୃଷ୍ଟିକର୍ତ୍ତା। କୁକୁଡ଼ାଙ୍କ ମଳତ୍ୟାଗ ପରିବେଶକୁ ଦୂଷିତ କରୁଥିବା ଲକ୍ଷ୍ୟକରି ସେ ବେଶ୍ ଚିନ୍ତିତ ଥିଲେ। ଥରେ ୟୁଟ୍ୟୁବ୍ରେ ଏଭଳି ଡାଏପର୍ ସମ୍ପର୍କରେ ଜାଣିବା ପରେ ଲାଗିପଡ଼ିଲେ ତିଆରିରେ। ଚିକେନ୍ ଡାଏପର୍ ନଁାରେ ଏହାର ବିକ୍ରୟ ଆରମ୍ଭ କଲେ। ବିଭିନ୍ନ ଦେଶର କୁକୁଡ଼ା ଫାର୍ମର ମାଲିକମାନେ ତାଙ୍କଠାରୁ ଏହି ଡାଏପର୍ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଜୁଲି ମଧ୍ୟ ଏହି ବ୍ୟବସାୟରୁ ବର୍ଷକୁ ପ୍ରାୟ ୫୦ହଜାର ଡଲାର୍ ରୋଜଗାର କରୁଛନ୍ତି। ମାସକୁ ପ୍ରାୟ ୫୦୦ ରୁ ୧ହଜାରଟି ଡାଏପର୍ ବିକ୍ରି କରୁଛନ୍ତି ସେ। ଚିକେନ୍ ଡାଏପର୍ର ଲୋକପ୍ରିୟତା ବଢ଼ିବା ଦେଖି ଜୁଲି ଅନ୍ଲାଇନ୍ ଅର୍ଡର୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି।
ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା
ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…
ଆଜି ଚକୋଲେଟ୍ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ
ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍, ସିନେମା ହଲ୍ ଓ ବିଭିନ୍ନ ମଲ୍ରେ ଏବେ…
ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ
ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…
ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍ କ୍ଲିଅର କରିଥିଲି
ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…
ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ
ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍ ବି ଏଥିରୁ ବାଦ୍ ଯାଇ…
ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ
ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…
ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…
ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…
ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…
ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…
Archives

