ଯୁବତୀ ଚାଲାଣକାରୀ ଗିରଫ

ଲହୁଣୀପଡା, ୨୫।୧୨ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲାରୁ ଯୁବତୀ ଚାଲାଣ କରୁଥିବା ଦଲାଲଙ୍କୁ ପୋଲିସ କରିଛି। ଯୁବତୀ ଚୋରା ଚାଲାଣର ଦଲାଲଙ୍କୁ ଦୀର୍ଘ ୮ମାସ ପରେ ଚାନ୍ଦିପୋଷ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁସୁମ ଟୋଲା ଗ୍ରାମର ଫେକୁ ଲୋହାରଙ୍କ ପୁଅ ରାମ ଲୋହାର (୩୫) ନିକଟସ୍ଥ ହତିଅଡା ଗ୍ରାମ ତୁରିଟୋଲା ଗ୍ରାମର ଜନୈକା ଯୁବତୀଙ୍କୁ ଦିଲ୍ଲୀରେ ଚାକିରୀ କରେଇଦେବା ପ୍ରଲୋଭନ ଦେଖାଇ ଦିଲ୍ଲୀକୁ ନେଇ ଘରୋଇ କାର୍ଯ୍ୟରେ ନିୟୋଜିତ କରି ମୋଟାଅଙ୍କର ଅର୍ଥ ନେଇଯାଇଥିବା ଯୁବତୀଙ୍କ ପରିବାର ପକ୍ଷରୁ ଚାନ୍ଦିପୋଷ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଯୁବତୀକୁ ଉଦ୍ଧାର କରି ପରିବାରରେ ଜିମା ଦେଇଥିଲେ। ସେହିଦିନ ଠାରୁ ଯୁବତୀ ଚୋରା ଚାଲାଣ ଦଲାଲ ରାମ ଲୋହାର ଫେରାର ହୋଇଯାଇଥିଲେ। ନିଜକୁ କିଶୋର ତିର୍କୀର ପରିଚୟ ଦେଇ କୁଆଁରମୁଣ୍ଡା ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ଚାନ୍ଦିପୋଷ ପୋଲିସ ମଙ୍ଗଳବାର ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରି ରାମ ଲୋହାରଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଘଟଣାଟି କିଛି ମାସ ପୂର୍ବେ ଘଟିଥିଲା । ଉକ୍ତ ଯୁବତୀ ସହିତ ଫୋନ ଯୋଗେ କଥାବାର୍ତ୍ତା କରି ଚାକିରୀ ସହିତ ବିଭିନ୍ନ ପ୍ରଲୋଭନ ଦେଖାଇ ତାକୁ ଫୋନଯୋଗେ ଚମ୍ପଝରଣ ମନ୍ଦିରକୁ ଡାକିଥିଲେ। ସେଠାରୁ ଏକ ଅଟୋ ଯୋଗେ ରାଉରକେଲା ଓ ରାଉରକେଲାରୁ କୁଅଁାରମୁଣ୍ଡା ନେଇ ରଖିଥିଲେ। ପରେ ଉତ୍କଳ ଏକ୍ସପ୍ରେସରେ ଦିଲ୍ଲୀ ନେଇ ଜଣଙ୍କ ଘରେ ଛାଡିଦେଇ ପଲେଇ ଆସିଥିଲା । ଫଳରେ ଘଟଣା ସମ୍ପର୍କରେ ଯୁବତୀ ଜଣକ କୌଣସି ମତେ ପରିବାରକୁ ଜଣେଇବା ପରେ ପରିବାର ଲୋକ ଚାନ୍ଦିପୋଷ ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

ବରଗଡ଼ ଉପକଣ୍ଠ ରାଜପଥରେ ରାହାଜାନୀ, ୩ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ୍

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ରାଜପଥରେ ରାହାଜାନୀ ତଥା ବିଭିନ୍ନ ସ୍ଥାନରେ ଲୁଟପାଟ୍ ଅଭିଯୋଗ ହୋଇ ଆସୁଥିଲା । ଏହି ଘଟଣାରେ ପୋଲିସ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ଉପକୋଷାଗାର ପୂର୍ବତନ କର୍ମଚାରୀଙ୍କୁ ଜେଲ୍‌ଦଣ୍ଡ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଉପକୋଷାଗାର କାର୍ଯ୍ୟାଳୟର ପୂର୍ବତନ କର୍ମଚାରୀ ତଥା ବରିଷ୍ଠ କିରାଣି ନାରାୟଣ ମେହେରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ…

ନଦୀକୂଳରେ ଚାଲିଥିଲା ବ୍ରାଉନସୁଗାର କାରବାର, ଅତିର୍କିତ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ…

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ସମୟରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri