ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ:ଜୁନିୟର କଲେଜରେ ୯୦.୨୩%

ଢେଙ୍କାନାଳ ଅଫିସ/ଭାପୁର(ଡି.ଏନ୍‌.ଏ.), ୪।୬ପ୍ରକାଶ ପାଇଛି ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ। ଢେଙ୍କାନାଳ ଜୁନିୟର କଲେଜର ପାସ୍‌ ହାର ରହିଛି ୯୦.୨୩%। ପରୀକ୍ଷା ଦେଇଥିବା ୨୫୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୩୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତନ୍ମଧ୍ୟରେ ୧୩୧ ପ୍ରଥମ, ୮୩ ଦ୍ୱିତୀୟ ଏବଂ ୨୫ ଜଣ ତୃତୀୟ ଶ୍ରେଣୀରେ ପାସ୍‌ ହୋଇଛନ୍ତି। ୧୨ଜଣ ଅକୃତକାର୍ଯ୍ୟ ହୋଇଥିବାବେଳେ ଜଣେ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସର୍ବାଧିକ ମାର୍କ ରଖିଥିବା ପ୍ରିୟନା ପୃଷ୍ଟି କଲେଜ ଟପ୍ପର ହୋଇଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ତପନ ସେଠୀ ସୂଚନା ଦେଇଛନ୍ତି।
ସେହିପରି ମହିଳା କଲେଜରେ ପାସ୍‌ ହାର ରହିଛି ୮୩.୪୮%। ମୋଟ ୧୦୯ଜଣ ପରୀକ୍ଷା ଦେଇଥିବାବେଳେ ୯୧ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୬, ଦ୍ୱିତୀୟ ଶ୍ରେଣୀରେ ୪୧, ତୃତୀୟ ଶ୍ରେଣୀରେ ୨୪ ଜଣ ପାସ୍‌ କରିଛନ୍ତି। ୪୪୮ ମାର୍କ ରଖିଥିବା ଗୀତାଶ୍ରୀ ଶୁଭଜିତ୍ରା କଲେଜ ଟପ୍ପର ହୋଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଭାପୁରସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜର ଯୁକ୍ତ ୨ ପରୀକ୍ଷା ଦେଇଥିବା ୬୦ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୧, ଦ୍ୱିତୀୟ ଶ୍ରେଣୀରେ ୨୨ ଏବଂ ତୃତୀୟ ଶ୍ରେଣୀରେ ୧୩ଜଣ ଅଛନ୍ତି। ବିଶ୍ୱେଶ୍ୱର ସାମଲ ୪୯୪, ଯଶକେତନ ନାଏକ ୪୮୨, ଆଲୋକ ପ୍ରଧାନ ୪୫୯ ମାର୍କ ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତୃତାରୁ ଛୁରାମାଡ଼, ଯୁବକ ଗୁରୁତର

ଭୁବନ ୧୪।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ରୋଡଙ୍ଗ ଗ୍ରାମର କୈଳାଶ ମଳିକଙ୍କ ପୁଅ ଚନ୍ଦନ ଭଳି (୧୯)ଙ୍କୁ ଶୁକ୍ରବାର ସନ୍ଧ୍ୟାରେ କେତେଜଣ…

ଜଙ୍ଗଲକୁ କାଠ ସଂଗ୍ରହ ଯାଇଥିବାବେଳେ ଆକ୍ରମଣ କଲା ଦନ୍ତା: ୩ ମୃତ, ୩ ଗୁରୁତର

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ପାଟପୁରା ଗ୍ରାମ ଜଙ୍ଗଲ ନିକଟରେ ବଡ଼ ଅଘଟଣ ଘଟିଛି । ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଜିଲାସ୍ତରୀୟ ପ୍ରେରଣା ଉତ୍ସବ, ସରାଙ୍ଗ ନବୋଦୟ ବିଦ୍ୟାଳୟ…

ପରଜଙ୍ଗ,୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ସୋମବାର ଜିଲାସ୍ତରୀୟ ପ୍ରେରଣା ଉତ୍ସବ ପାଳିତ ହୋଇଯାଇଛି ।…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ହନୁ ମାଙ୍କଡ଼ ଉପଦ୍ରବରେ ଆତଙ୍କିତ ଅଞ୍ଚଳବାସୀ, କାବୁ କରିବାରେ ବନ କର୍ମଚାରୀ ବିଫଳ

ପରଜଙ୍ଗ,୮।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପାଟରପଦା ନୂଆସାହି ଏବଂ ଆଖପାଖ ଅଞ୍ଚଳ କଟାବାହାଳ, ମେଣ୍ଢାପଦା, ଖଳିବାହାଳ, ମାଧପୁର ଗ୍ରାମବାସୀ ମାଙ୍କଡ ଆତଙ୍କରେ ଆତଙ୍କିତ…

ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ: ପ୍ରଭାବଶାଳୀ ଗଳାବାଟ ଖୋଜୁଥିବା ବେଳେ ନିରୀହ ପଡୁଛନ୍ତି ବଳି

ପରଜଙ୍ଗ,୫।୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ କୁଆଳୋ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ କୁଆଳୋ ମୌଜାରେ ଦୁଇ କିସମ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ ନେଇ ଜାତୀୟ…

ପାଣି ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା: ଶୁଣୁନାହାନ୍ତି ବିଭାଗୀୟ ଯନ୍ତ୍ରୀ

ପରଜଙ୍ଗ,୨/୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ହାତୀ ଲୁଚଣି ଗ୍ରାମରେ ଗତ ୧୦ ଦିନ ହେବ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri