Posted inଜାତୀୟ

ମୌସୁମୀ ବର୍ଷା, ବନ୍ୟା ନେଇଛି ୨୧୫୫ ଜୀବନ

ନୂଆଦିଲ୍ଳୀ,୨୬ା୧୦(ପି.ଟି.): ଚଳିତ ବର୍ଷ ଦେଶରେ ମୌସୁମୀ ବର୍ଷା ଓ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୨୧୫୫ରେ ପହଞ୍ଚତ୍ଥିଲାବେଳେ ୮୦୩ ଜଣ ଆହତ ହୋଇଛନ୍ତି। ଅନ୍ୟ ୪୫ ଜଣ ନିଖୋଜ ହୋଇଛନ୍ତି। ବନ୍ୟା ଯୋଗୁ ୨୨ ରାଜ୍ୟର ୨୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୪୫୦ ଲୋକଙ୍କ ମୃତ୍ୟୁ ହୋଇଥିଲାବେଳେ ଏହା ପଛକୁ ରହିଛି ପଶ୍ଚିମବଙ୍ଗ। ଉକ୍ତ ରାଜ୍ୟରେ ବର୍ଷା,ବନ୍ୟା ଓ ଭୂସ୍ଖଳନରେ ୨୨୭ ଜଣଙ୍କ ଜୀବନ ଯାଇଛି। ସେହିପରି ବର୍ଷା, ବନ୍ୟାରେ ପାଖାପାଖି ୨୦ ହଜାର ପ୍ରାଣୀଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଛି। ୨.୨୩ ଲକ୍ଷ ଘର ସମ୍ପୂର୍ଣ୍ଣ ଭାଙ୍ଗିଥିଲାବେଳେ ୨.୦୬ ଲକ୍ଷ ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୧୪.୦୯ ହେକ୍ଟର ଜମିରୁ ଫସଲ ନଷ୍ଟ ହୋଇଛି।
ପରେ ଚଳିତବର୍ଷ ସର୍ବାଧିକ ମୌସୁମୀ ବୃଷ୍ଟିପାତ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ୨୨ଟି ଲେଖାଏ ଜିଲା ବନ୍ୟା ପ୍ରଭାବିତ ହୋଇଥିଲେ। ବିହାରରେ ଚଳିତ ମାସ ପର୍ଯ୍ୟନ୍ତ ବନ୍ୟା ଲାଗି ରହିଥିଲାବେଳେ ମୃତ୍ୟୁସଂଖ୍ୟା ୧୬୬ରେ ପହଞ୍ଚତ୍ଛି। ସେଠାରେ ୧.୯୬ ଲକ୍ଷ ଲୋକ ୨୮୨ଟି ରିଲିଫ କେନ୍ଦ୍ରରେ ଆଶ୍ରୟ ନେଇଥିଲେ। ସେହିପରି ମଧ୍ୟପ୍ରଦେଶ ବନ୍ୟାରେ ୧୮୯ ଜଣଙ୍କ ଜୀବନ ଯିବା ସହ ୩୯ ଆହତ ଓ ୭ ନିଖୋଜ ହୋଇଥିଲେ। ସେଠାରେ ୩୨,୯୯୬ ଜଣ ବିଭିନ୍ନ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିଲେ। କେରଳରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ୧୮୧ ଜଣଙ୍କ ମୃତ୍ୟୁ ହେବା ସହ ୭୨ ଆହତ ଓ ୧୫ ନିଖୋଜ ହୋଇଥିଲେ। ସେହିପରି ଗୁଜରାଟର ୨୨ ଜିଲା ବର୍ଷା ଓ ବନ୍ୟା ପ୍ରଭାବିତ ହୋଇଥିଲାବେଳେ ୧୯୨ଜଣଙ୍କ ପ୍ରାଣହାନି ଘଟିଥିଲା ।
କର୍ନାଟକ ବନ୍ୟାରେ ୧୬ ଜିଲା କ୍ଷତିଗ୍ରସ୍ତ ହୋଇଥିଲା। ସେଠାରେ ୨୮୫ ଜଣଙ୍କ ଜୀବନ ଯିବା ସହ ୪୯ ଆହତ ଓ ୬ ଜଣ ନିଖୋଜ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri