ମୌସୁମୀ ପହଞ୍ଚିଲେ ଜୋର୍‌ ଧରିବ ଚାଷ କାର୍ଯ୍ୟ : ନିଅଣ୍ଟ ବିହନକୁ ନେଇ ଚିନ୍ତାରେ ଚାଷୀ

ଅନୁଗୋଳ ଅଫିସ, ୧୬।୬ – ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ପରେ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଚାଷୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ କ୍ଷେତରୁ ଭଲ ଫସଲ ଅମଳ କରିବାକୁ ସେମାନେ ଆଶା ବାନ୍ଧିଛନ୍ତି। ଗତବର୍ଷ ଅନିୟମିତ ବର୍ଷା ଯୋଗୁ ଚାଷରେ ସାମାନ୍ୟ ବାଧା ଉପୁଜିଥିଲା। ଏପରି କି ଜିଲାର କେତେକ ବ୍ଲକରେ ମରୁଡ଼ି ଚାଷୀଙ୍କୁ କ୍ଷତିଗ୍ରସ୍ତ କରିଥିଲା। ତଥାପି ନୂଆ ଆଶା ଓ ଉତ୍ସାହ ନେଇ ଚାଷୀ ଓହ୍ଲାଇଛନ୍ତି ଜମିକୁ। ହେଲେ ଘରେ ନ ପଶୁଣୁ ଚାଳ ବାଜିବା ପରି ଚାଷ କାର୍ଯ୍ୟ ଜୋର୍‌ ଧରିବା ପୂର୍ବରୁ ବିହନ ଅଭାବ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଅନୁଗୋଳ ଜିଲାରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ପାଇଁ ୧୩ ହଜାର କୁଇଣ୍ଟାଲ ଧାନ ବିହନ ଆବଶ୍ୟକ। କିନ୍ତୁ ବର୍ତ୍ତମାନ ସୁଦ୍ଧା ୯ ହଜାର ୮୯୦ କୁଇଣ୍ଟାଲ ବିହନ ମହଜୁଦ ରହିଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ସରକାରଙ୍କ ନିୟମ ଅନୁଯାୟୀ, କୃଷି ସମବାୟ ସମିତିରୁ ବିହନ କିଣିଲେ ଚାଷୀ ସିଧାସଳଖ ସବ୍‌ସିଡି ପାଇପାରିବେ। ଏ ନେଇ ଚାଷୀଙ୍କ ମନରେ ଉତ୍କଣ୍ଠା ରହିଛି। ଜିଲାର ମୋଟ୍‌ ୬୮ ହଜାର ୬୨୮ ଚାଷୀ ବିଭିନ୍ନ କୃଷି ସମବାୟ ସମିତିରେ ନାମ ପଞ୍ଜୀକୃତ କରିଛନ୍ତି। ଜିଲା କୃଷି ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟର ତଥ୍ୟ ମୁତାବକ ଅନୁଗୋଳ ଜିଲାରେ ସମୁଦାୟ ୨ ଲକ୍ଷ ୧୧ ହଜାର ୨୯୧ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ୮୮ ହଜାର ୫୦ ହେକ୍ଟର ଜମିରେ ଧାନ ଚାଷ ପାଇଁ ଗତବର୍ଷ ଲକ୍ଷ୍ୟ ରଖାଯାଇଥିବା ବେଳେ ତାହା ପାଖାପାଖି ପୂରଣ ମଧ୍ୟ ହୋଇଥିଲା। ମାତ୍ର ଅନିୟମିତ ବର୍ଷା ଓ ଉପଯୁକ୍ତ ଜଳସେଚନ ଅଭାବ ଯୋଗୁ ଧାନ ଅମଳ ହ୍ରାସ ପାଇଥିଲା। ଚଳିତବର୍ଷ ମଧ୍ୟ ସମାନ ପରିମାଣର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୩ ହଜାର କୁଇଣ୍ଟାଲ ବିହନ ଚାଷୀଙ୍କୁ ଦରକାର ଥିବା ବେଳେ ଜିଲାର ବିଭିନ୍ନ ସମବାୟ ସମିତିରେ ୯ ହଜାର ୮୯୦ କୁଇଣ୍ଟାଲ ଗଚ୍ଛିତ ରହିଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ଗଚ୍ଛିତ ବିହନ ମଧ୍ୟରୁ ୪ ହଜାର ୮ଶହ କୁଇଣ୍ଟାଲ ବଣ୍ଟା ସରିଲାଣି। ଆଗକୁ ବଣ୍ଟନ କାର୍ଯ୍ୟ ଜାରି ରହିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ନିଅଣ୍ଟ ପଡ଼ୁଥିବା ୩ ହଜାରରୁ ଅଧିକ କୁଇଣ୍ଟାଲ ବିହନ ଏଯାଏ ଆସି ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ପୂର୍ବରୁ ବିହନ ଯୋଗାଣରେ ଅନିୟମିତତା ସହ ସବ୍‌ସିଡି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଉ ନ ଥିବା ଅଭିଯୋଗ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଏଣିକି ଚାଷୀ ସିଧା ସଳଖ ଜିଲାର ବିଭିନ୍ନ ସମବାୟ ସମିତିରେ ଟଙ୍କା ପୈଠ କରି ଧାନ ନେଇପାରିବେ। ଯେଉଁ ଚାଷୀ ନାମ ପଞ୍ଜୀକୃତ କରିଥିବେ ସେମାନେ ଏଭଳି ସୁବିଧା ପାଇପାରିବେ। ୧୦ ବର୍ଷ ପୂର୍ବର ବିଭିନ୍ନ କିଷମ ବିହନ କିଣିଲେ କୁଇଣ୍ଟାଲ ପିଛା ୨ ହଜାର ଟଙ୍କା ଦେବାକୁ ପଡ଼ିବ। ୧୦ ବର୍ଷ ମଧ୍ୟରେ ବିଭିନ୍ନ କିଷମର ବିହନ ପାଇଁ ୧୮ଶହ ଟଙ୍କା ଦେବାକୁ ହେବ। ଏଥିପାଇଁ ଜିଲାର ୬୮ ହଜାର ୬୨୮ ଜଣ ଚାଷୀ ନିଜ ନାମ ପଞ୍ଜୀକୃତ କରିଛନ୍ତି। ଅନୁଗୋଳ ବ୍ଲକରେ ୧୧,୮୩୪ ଚାଷୀ ପଞ୍ଜୀକରଣ କରାଇ ଥିବାବେଳେ ବଅଁରପାଳରେ ୭,୩୦୫, ଛେଣ୍ଡିପଦାରେ ୧୪,୪୯୭, କିଶୋରନଗରରେ ୭,୧୨୨, କଣିହଁାରେ ୧୦,୭୦୭, ଆଠମଲ୍ଲିକରେ ୭,୭୫୦, ପାଲଲହଡ଼ାରେ ୬,୯୧୨ ଓ ତାଳଚେରରେ ୨,୫୦୧ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ହେଲେ କେତେଜଣଙ୍କ ନାମ ପଞ୍ଜୀକୃତ ବେଳେ ତ୍ରୁଟି ରହିଛି। ଏହି ଚାଷୀମାନେ ଫଟୋ ପରିଚୟପତ୍ର ସହ ପଞ୍ଜୀକରଣ ରସିଦ ଦେଖାଉଥିଲେ ମଧ୍ୟ ସଂଶୋଧନ କରାଯାଉ ନ ଥିବାରୁ ସେମାନେ ହରଡ଼ଘଣାରେ ପଡ଼ିଛନ୍ତି। ସେପଟେ ଚାଷୀଙ୍କୁ ସରକାର ମୋବାଇଲ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଅଦ୍ୟାବଧି ସମସ୍ତଙ୍କୁ ତାହା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଫଳରେ କେତେଜଣ ଚାଷୀ ମୋବାଇଲ ନ ଥିବାରୁ ପଞ୍ଜୀକରଣ କରିବାରେ ସମସ୍ୟାରେ ପଡ଼ିଛନ୍ତି। ତେଣୁ ତ୍ରୁଟି ସଂଶୋଧନ କରା ନ ଗଲେ ସମ୍ପୃକ୍ତ ଚାଷୀମାନେ ସବ୍‌ସିଡିରେ ବିହନ ପାଇବାରୁ ବଞ୍ଚତ୍ତ ହେବା ନେଇ ଆଶଙ୍କା ରହିଛି।
ଏ ସମ୍ପର୍କରେ ଜିଲା ଉପକୃଷି ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜିଲା କୃଷି ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାରେ ୧୩ ହଜାର କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ଥିବା କୁହାଯାଉଥିବାବେଳେ ଏତେ ପରିମାଣରେ ଧାନ ନାହିଁ। ଯଦି ମହଜୁଦ ଥିବା ବିହନ ଶେଷ ହୋଇଯାଏ, ତେବେ ଚାଷୀଙ୍କୁ ଅଧିକ ବିହନ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ସେହିପରି ନାମ ପଞ୍ଜୀକୃତ କରିପାରୁ ନ ଥିବା ଚାଷୀଙ୍କ ସମସ୍ୟା କେଉଁଠି ରହିଛି ତାହାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ଚଳିତବର୍ଷ ଚାଷୀମାନଙ୍କ ଭଲ ଅମଳ ପାଇଁ ଯଥା ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ

ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…

ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ

ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…

ଜଙ୍ଗଲରେ ଭୋଜି ମନା

ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…

ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍‌ ପଛରେ ପିଟିହେଲା କାର୍‌, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…

ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri