ମୌସୁମୀ ପହଞ୍ଚିଲେ ଜୋର୍‌ ଧରିବ ଚାଷ କାର୍ଯ୍ୟ : ନିଅଣ୍ଟ ବିହନକୁ ନେଇ ଚିନ୍ତାରେ ଚାଷୀ

ଅନୁଗୋଳ ଅଫିସ, ୧୬।୬ – ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ ପରେ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଚାଷୀ। ଗତବର୍ଷ ଅପେକ୍ଷା ଚଳିତବର୍ଷ କ୍ଷେତରୁ ଭଲ ଫସଲ ଅମଳ କରିବାକୁ ସେମାନେ ଆଶା ବାନ୍ଧିଛନ୍ତି। ଗତବର୍ଷ ଅନିୟମିତ ବର୍ଷା ଯୋଗୁ ଚାଷରେ ସାମାନ୍ୟ ବାଧା ଉପୁଜିଥିଲା। ଏପରି କି ଜିଲାର କେତେକ ବ୍ଲକରେ ମରୁଡ଼ି ଚାଷୀଙ୍କୁ କ୍ଷତିଗ୍ରସ୍ତ କରିଥିଲା। ତଥାପି ନୂଆ ଆଶା ଓ ଉତ୍ସାହ ନେଇ ଚାଷୀ ଓହ୍ଲାଇଛନ୍ତି ଜମିକୁ। ହେଲେ ଘରେ ନ ପଶୁଣୁ ଚାଳ ବାଜିବା ପରି ଚାଷ କାର୍ଯ୍ୟ ଜୋର୍‌ ଧରିବା ପୂର୍ବରୁ ବିହନ ଅଭାବ ଚିନ୍ତାର କାରଣ ହୋଇଛି। ଚଳିତବର୍ଷ ଅନୁଗୋଳ ଜିଲାରେ ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ପାଇଁ ୧୩ ହଜାର କୁଇଣ୍ଟାଲ ଧାନ ବିହନ ଆବଶ୍ୟକ। କିନ୍ତୁ ବର୍ତ୍ତମାନ ସୁଦ୍ଧା ୯ ହଜାର ୮୯୦ କୁଇଣ୍ଟାଲ ବିହନ ମହଜୁଦ ରହିଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ସରକାରଙ୍କ ନିୟମ ଅନୁଯାୟୀ, କୃଷି ସମବାୟ ସମିତିରୁ ବିହନ କିଣିଲେ ଚାଷୀ ସିଧାସଳଖ ସବ୍‌ସିଡି ପାଇପାରିବେ। ଏ ନେଇ ଚାଷୀଙ୍କ ମନରେ ଉତ୍କଣ୍ଠା ରହିଛି। ଜିଲାର ମୋଟ୍‌ ୬୮ ହଜାର ୬୨୮ ଚାଷୀ ବିଭିନ୍ନ କୃଷି ସମବାୟ ସମିତିରେ ନାମ ପଞ୍ଜୀକୃତ କରିଛନ୍ତି। ଜିଲା କୃଷି ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟର ତଥ୍ୟ ମୁତାବକ ଅନୁଗୋଳ ଜିଲାରେ ସମୁଦାୟ ୨ ଲକ୍ଷ ୧୧ ହଜାର ୨୯୧ ହେକ୍ଟର ଚାଷ ଜମି ରହିଛି। ସେଥିମଧ୍ୟରୁ ୮୮ ହଜାର ୫୦ ହେକ୍ଟର ଜମିରେ ଧାନ ଚାଷ ପାଇଁ ଗତବର୍ଷ ଲକ୍ଷ୍ୟ ରଖାଯାଇଥିବା ବେଳେ ତାହା ପାଖାପାଖି ପୂରଣ ମଧ୍ୟ ହୋଇଥିଲା। ମାତ୍ର ଅନିୟମିତ ବର୍ଷା ଓ ଉପଯୁକ୍ତ ଜଳସେଚନ ଅଭାବ ଯୋଗୁ ଧାନ ଅମଳ ହ୍ରାସ ପାଇଥିଲା। ଚଳିତବର୍ଷ ମଧ୍ୟ ସମାନ ପରିମାଣର ଜମିରେ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୩ ହଜାର କୁଇଣ୍ଟାଲ ବିହନ ଚାଷୀଙ୍କୁ ଦରକାର ଥିବା ବେଳେ ଜିଲାର ବିଭିନ୍ନ ସମବାୟ ସମିତିରେ ୯ ହଜାର ୮୯୦ କୁଇଣ୍ଟାଲ ଗଚ୍ଛିତ ରହିଛି। ବର୍ତ୍ତମାନ ସୁଦ୍ଧା ଉକ୍ତ ଗଚ୍ଛିତ ବିହନ ମଧ୍ୟରୁ ୪ ହଜାର ୮ଶହ କୁଇଣ୍ଟାଲ ବଣ୍ଟା ସରିଲାଣି। ଆଗକୁ ବଣ୍ଟନ କାର୍ଯ୍ୟ ଜାରି ରହିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ନିଅଣ୍ଟ ପଡ଼ୁଥିବା ୩ ହଜାରରୁ ଅଧିକ କୁଇଣ୍ଟାଲ ବିହନ ଏଯାଏ ଆସି ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଅନ୍ୟପକ୍ଷରେ ପୂର୍ବରୁ ବିହନ ଯୋଗାଣରେ ଅନିୟମିତତା ସହ ସବ୍‌ସିଡି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଉ ନ ଥିବା ଅଭିଯୋଗ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଏଣିକି ଚାଷୀ ସିଧା ସଳଖ ଜିଲାର ବିଭିନ୍ନ ସମବାୟ ସମିତିରେ ଟଙ୍କା ପୈଠ କରି ଧାନ ନେଇପାରିବେ। ଯେଉଁ ଚାଷୀ ନାମ ପଞ୍ଜୀକୃତ କରିଥିବେ ସେମାନେ ଏଭଳି ସୁବିଧା ପାଇପାରିବେ। ୧୦ ବର୍ଷ ପୂର୍ବର ବିଭିନ୍ନ କିଷମ ବିହନ କିଣିଲେ କୁଇଣ୍ଟାଲ ପିଛା ୨ ହଜାର ଟଙ୍କା ଦେବାକୁ ପଡ଼ିବ। ୧୦ ବର୍ଷ ମଧ୍ୟରେ ବିଭିନ୍ନ କିଷମର ବିହନ ପାଇଁ ୧୮ଶହ ଟଙ୍କା ଦେବାକୁ ହେବ। ଏଥିପାଇଁ ଜିଲାର ୬୮ ହଜାର ୬୨୮ ଜଣ ଚାଷୀ ନିଜ ନାମ ପଞ୍ଜୀକୃତ କରିଛନ୍ତି। ଅନୁଗୋଳ ବ୍ଲକରେ ୧୧,୮୩୪ ଚାଷୀ ପଞ୍ଜୀକରଣ କରାଇ ଥିବାବେଳେ ବଅଁରପାଳରେ ୭,୩୦୫, ଛେଣ୍ଡିପଦାରେ ୧୪,୪୯୭, କିଶୋରନଗରରେ ୭,୧୨୨, କଣିହଁାରେ ୧୦,୭୦୭, ଆଠମଲ୍ଲିକରେ ୭,୭୫୦, ପାଲଲହଡ଼ାରେ ୬,୯୧୨ ଓ ତାଳଚେରରେ ୨,୫୦୧ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ହେଲେ କେତେଜଣଙ୍କ ନାମ ପଞ୍ଜୀକୃତ ବେଳେ ତ୍ରୁଟି ରହିଛି। ଏହି ଚାଷୀମାନେ ଫଟୋ ପରିଚୟପତ୍ର ସହ ପଞ୍ଜୀକରଣ ରସିଦ ଦେଖାଉଥିଲେ ମଧ୍ୟ ସଂଶୋଧନ କରାଯାଉ ନ ଥିବାରୁ ସେମାନେ ହରଡ଼ଘଣାରେ ପଡ଼ିଛନ୍ତି। ସେପଟେ ଚାଷୀଙ୍କୁ ସରକାର ମୋବାଇଲ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ବି ଅଦ୍ୟାବଧି ସମସ୍ତଙ୍କୁ ତାହା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି। ଫଳରେ କେତେଜଣ ଚାଷୀ ମୋବାଇଲ ନ ଥିବାରୁ ପଞ୍ଜୀକରଣ କରିବାରେ ସମସ୍ୟାରେ ପଡ଼ିଛନ୍ତି। ତେଣୁ ତ୍ରୁଟି ସଂଶୋଧନ କରା ନ ଗଲେ ସମ୍ପୃକ୍ତ ଚାଷୀମାନେ ସବ୍‌ସିଡିରେ ବିହନ ପାଇବାରୁ ବଞ୍ଚତ୍ତ ହେବା ନେଇ ଆଶଙ୍କା ରହିଛି।
ଏ ସମ୍ପର୍କରେ ଜିଲା ଉପକୃଷି ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଜିଲା କୃଷି ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାରେ ୧୩ ହଜାର କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ଥିବା କୁହାଯାଉଥିବାବେଳେ ଏତେ ପରିମାଣରେ ଧାନ ନାହିଁ। ଯଦି ମହଜୁଦ ଥିବା ବିହନ ଶେଷ ହୋଇଯାଏ, ତେବେ ଚାଷୀଙ୍କୁ ଅଧିକ ବିହନ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି। ସେହିପରି ନାମ ପଞ୍ଜୀକୃତ କରିପାରୁ ନ ଥିବା ଚାଷୀଙ୍କ ସମସ୍ୟା କେଉଁଠି ରହିଛି ତାହାର ମଧ୍ୟ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି। ଚଳିତବର୍ଷ ଚାଷୀମାନଙ୍କ ଭଲ ଅମଳ ପାଇଁ ଯଥା ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ମହାପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

ପରକୀୟା ପ୍ରୀତିରୁ ଯୁବକଙ୍କୁ ଠେଙ୍ଗାରେ ପିଟି ହତ୍ୟା

ବନ୍ତଳା,୨୩।୧୧ (ସୁଶିତ ସାହୁ): ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଛି । ଅନୁଗୋଳ ବ୍ଲକ ବନ୍ତଳା ଥାନା...

ଆଉଘରକୁ  ଫେରିଲେନି ଡେଲିଭରି ବୟ ବୟ: ଲକ୍ଷ୍ମୀବସ୍‌ ସହ ହେଲା…

ବଇଣ୍ଡା,୨୦।୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ ଥାନା ଦିନବନ୍ଧୁପୁର ନିକଟରେ ଗୁରୁବାର ସକାଳେ ଲକ୍ଷ୍ମୀ ବସ୍‌ ସହ ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି...

ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ବଇଣ୍ଡା,୧୬ା୧୧(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଚିନ୍ତାମଣିପୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ବାଇକ୍‌ ଗଛରେ ପିଟି ହୋଇଯିବାରୁ ଜଣଙ୍କର ଜୀବନ ଯାଇଛି। ମୃତକ...

ଅପରାଧୀଙ୍କୁ ଗିରଫ ଦାବିରେ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋପ

ଅନୁଗୋଳ, ୧୧।୧୧ ( ମାନସ ବିଶ୍ୱାଳ): ଅଲ ଇଣ୍ଡିଆ ମୂଳନିବାସୀ ସଂଘ ପକ୍ଷରୁ ଘର ପୋଡିଥିବା ଅପରାଧୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଜିଲାପାଳ ଅଫିସ ସମ୍ମୁଖରେ...

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ...

ଅନୁଗୋଳରେ ଲଜ୍ଜା: ନାବାଳିକା ଭଉଣୀକୁ ବଳତ୍କାର କଲା ଭାଇ

ଛେଣ୍ଡିପଦା,୩।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ନିଜ ନାବାଳିକା ଭଉଣୀକୁ ବଡ଼ ଭାଇ ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଘରେ କେହି ନଥିବା ବେଳେ...

ଜିଏମ୍‌ଡିସି: ଗୁଜରାଟରୁ ଆସି ଖାଇଗଲେ

ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri