ମୋବାଇଲ ଟର୍ଚ୍ଚ ଲାଇଟ୍‌ରେ ଖାତାଦେଖା ମିଛ: ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ

ଭୁବନେଶ୍ୱର, ୪।୬(ବ୍ୟୁରୋ): ବାରିପଦାସ୍ଥିତ ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ ମୋବାଇଲ ଫୋନ୍‌ ଟର୍ଚ୍ଚ ଲାଇଟ୍‌ରେ ଯୁକ୍ତ୨ ଖାତାଦେଖା ଘଟଣା ମିଛ। ସେହି ଘଟଣାକୁ ଯୋଜନାବଦ୍ଧ ଭାବେ ତିଆରି କରାଯାଇଥିଲା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ ସୋମବାର କହିଛନ୍ତି। ସେ କହିଛନ୍ତି ଯେ, ଉକ୍ତ କେନ୍ଦ୍ରରେ ଅଫ୍‌ଲାଇନ୍‌ ଖାତା ଦେଖା ଚାଲିଥିଲା। ସେହି ମୂଲ୍ୟାୟନ କେନ୍ଦ୍ରଟି ଇଲେକ୍ସନ ପାଇଁ ଷ୍ଟ୍ରଙ୍ଗ୍‌ରୁମ୍‌ ହେବାରୁ ଖାତା ଦେଖାକୁ ଅନ୍ୟ କୋଠାକୁ ସିଫ୍ଟ କରାଯାଇଥିଲା। ଯେଉଁଠିକୁ ସିଫ୍ଟ କରାଗଲା ସେଠାରେ ଲାଇଟ୍‌ରେ ଖାତା ଦେଖିବା ପାଇଁ ଡିଜି ସେଟ୍‌ ମଧ୍ୟ ରହିଥିଲା। ଯେଉଁଦିନ ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଖାତା ଦେଖିବା କଥା ଉଠିଥିଲା ସେଦିନ ଯେତିକି ଖାତା ଦେଖାଯିବା କଥା ତାହା ସରିଯାଇଥିଲା। ହେଲେ ପରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଡକାଇ ଏକ ମିଛ ରୂପ ଦିଆଯାଇଥିଲା। କେତେଜଣ ଅଧ୍ୟାପକଙ୍କ ଆକ୍ରୋଶ ମନୋଭାବ ରଖି ଏଭଳି କରାଇଥିଲେ ବୋଲି ପରିଷଦ ଅଧ୍ୟକ୍ଷ କହିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ କେନ୍ଦ୍ରରେ ଖାତା ଦେଖା ଚାଲିଛି। ଯେଉଁ କେନ୍ଦ୍ରରେ ଟର୍ଚ୍ଚ ଲାଇଟ୍‌ରେ ଖାତା ଦେଖାଯାଉଥିବା କଥା ସାମ୍ନାକୁ ଆସିଥିଲା ସେହି କେନ୍ଦ୍ରରେ ତା’ ପରଦିନ ହିଁ ମୂଲ୍ୟାୟନ ଶେଷ ହେଲା। ତେଣୁ ତରବରିଆ ଭାବେ ଟର୍ଚ୍ଚ ଲାଇଟ୍‌ରେ ଖାତା ଦେଖିବାର କିଛି ଆବଶ୍ୟକତା ନ ଥିଲା। ଅନ୍ୟପକ୍ଷରେ ସେଠାକୁ ମୋବାଇଲ ନେବା ପାଇଁ ମଧ୍ୟ ବାରଣ ଥିଲା। ତେଣୁ କିପରି ମୋବାଇଲ୍‌ ଟର୍ଚ୍ଚ ଲାଇଟ୍‌ରେ ଖାତା ଦେଖାଗଲା ଓ ଏହି ଘଟଣାର ଭିଡିଓ ରେକର୍ଡିଂ କରାଗଲା ତାହା ନିଶ୍ଚିତ ପ୍ରଶ୍ନବାଚୀ। ଏସବୁ ଜାଣିଶୁଣି କରାଯାଇଛି। ତେବେ ଉକ୍ତ ଘଟଣାର ତଦନ୍ତ ରିପୋର୍ଟ ମିଳିଛି। ଯେଉଁ ଅଧ୍ୟାପକମାନେ ଏହି ଘଟଣା ଲିପ୍ତ ରହିଛନ୍ତି ତା’ର ଅନୁଧ୍ୟାନ ଚାଲିଛି। ଆଉ କିଛି ତଥ୍ୟର ଆବଶ୍ୟକତା ରହିଛି। ସେସବୁ ମିଳିଗଲା ପରେ ଯୋଜନା କରିଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ କହିଛନ୍ତି।
ଅନ୍ୟପକ୍ଷରେ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଓଡ଼ିଶା ସ୍କୁଲ କଲେଜ କର୍ମଚାରୀ ମିଳିତ ସଂଘର ଆବାହକ ଗୋଲକ ନାୟକ। ସେ କହିଛନ୍ତି, ପରୀକ୍ଷାରେ ସିସି କ୍ୟାମେରା ଲଗାଯିବ ବୋଲି ମାସେ ପୂର୍ବରୁ କୁହାଗଲା। ତେଣୁ ଛାତ୍ରୀଛାତ୍ରମାନେ ଭୟରେ ପରୀକ୍ଷା ଦେଲେ। ସେହିପରି ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଧମକ ପାଇବା ପରେ ଶିକ୍ଷକମାନେ ଭୟରେ ଖାତା ଦେଖିଲେ। ତେଣୁ ଏସବୁକୁ ଚତୁରତାର ସହ ଏଡ଼ାଇଦେବା ପାଇଁ ଓ ସରକାର ନିଜ ସ୍ଥିତିକୁ ବଜାୟ ରଖିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri