Posted inଖେଳ

ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ’

ନୂଆଦିଲ୍ଲୀ, ୧୫।୫(ପି.ଟି.)- ଇଂଲଣ୍ଡର ସୁଇଂ ବୋଲିଂ କଣ୍ଡିଶନରେ ଭାରତର ଶିଖର ଧାଓ୍ବନଙ୍କ ବ୍ୟାଟିଂ ଟେକ୍ନିକ୍‌ ସଫଳ ହେବାନେଇ ଆଶଙ୍କା ରହିଛି। ମାତ୍ର ଏହାକୁ ନେଇ ଚିନ୍ତିତ ନୁହନ୍ତି ଏହି ଭାରତୀୟ ଓପନର। ଆଇସିସି ବିଶ୍ୱକପରେ ସେ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି। ଏକଦିବସୀୟ କ୍ରିକେଟରେ ବିଶ୍ୱର ଅନ୍ୟତମ ସଫଳ ଓପନରଭାବେ ଧାଓ୍ବନ ପରିଚିତ। ସେ ସବୁବେଳେ ବଡ଼ ଇଭେଣ୍ଟ ଗୁଡ଼ିକରେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ୨୦୧୩ ଓ ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ସେ ଭଲ ଖେଳିଥିବାରୁ ଆଗାମୀ ବିଶ୍ୱକପରେ ମଧ୍ୟ ସଫଳ ହେବାନେଇ ଦୃଢ଼ ଆଶାୟୀ। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ୨୦୧୫ ବିଶ୍ୱକପରେ ସେ ଭାରତର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ ହୋଇଥିଲେ।

”ଲୋକମାନେ ସବୁବେଳେ ଆଇସିସି ଇଭେଣ୍ଟଗୁଡ଼ିକରେ ମୋ ରେକର୍ଡକୁ ନେଇ ଆଲୋଚନା କରିଥାନ୍ତି। ସ୍ପଷ୍ଟଭାବେ କହିବାକୁ ଗଲେ ମୋର ଅଭିଳାଷ ସବୁବେଳେ ସମାନ। ସବୁବେଳେ ଯେ ମୋ ପ୍ରଦର୍ଶନ ସମାନ ଥାଏ ତା’ ନୁହେଁ, ମାତ୍ର ମୋର ଫୋକସ ସର୍ବଦା ସମାନ ଥାଏ। ତେଣୁ ଆଗାମୀ ଆଇସିସି ଟୁର୍ନାମେଣ୍ଟରେ ନିଶ୍ଚିତଭାବେ ଭଲ ପ୍ରଦର୍ଶନ କରିବା ନେଇ ମୁଁ ଆଶାବାଦୀ“ ବୋଲି ଧାଓ୍ବନ ପ୍ରକାଶ କରିଛନ୍ତି। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ୩୩ ବର୍ଷୀୟ ଧାଓ୍ବନ ୫୨୧ ରନ ସ୍କୋର କରିଥିଲେ। ଲିଗ୍‌ରେ ଦିଲ୍ଲୀ ୪ର୍ଥ ସ୍ଥାନରେ ରହିବା ପଛରେ ତାଙ୍କର ଅନେକ ଅବଦାନ ରହିଥିଲା। ବିଶ୍ୱକପ ନିକଟ ହୋଇ ଆସିଥିବାବେଳେ ସେ କୌଣସି ଚାପରେ ନାହାନ୍ତି ବୋଲି ଧାଓ୍ବନ କହିଛନ୍ତି। ”ଚାପ ଅନୁଭବ କରୁଥିବା ଖେଳାଳିଙ୍କ ଭିତରେ ମୁଁ ନାହିଁ। ମୋର ଆଭିମୁଖ୍ୟ ସବୁବେଳେ ସମାନ। ସମାଲୋଚକମାନେ ସେମାନଙ୍କ କାର୍ଯ୍ୟ କରୁଛନ୍ତି। ମୁଁ ୫-୧୦ଟି ମ୍ୟାଚରେ ରନ ସ୍କୋର କରିବି ନାହିଁ ଅର୍ଥ ନୁହଁ ଯେ ସବୁକିଛି ଶେଷ ହୋଇଗଲା। ମୁଁ କିଭଳି ଖେଳାଳି ଏବଂ ମୋର କ’ଣ ଦକ୍ଷତା ରହିଛି ତାହା ମୁଁ ଭଲଭାବେ ଜାଣିଛି“ ବୋଲି ୧୨୮ଟି ଦିନିକିଆ ଅନ୍ତର୍ଜାତୀୟରେ ୧୬ ଶତକ ସହ ୫୩୫୫ ରନ କରିଥିବା ଧାଓ୍ବନ ପ୍ରକାଶ କରିଛନ୍ତି। ଆଉଟ ସାଇଡ୍‌ ଅଫ୍‌ ଷ୍ଟମ୍ପ ବାହାରର ବଲ ଖେଳିବାକୁ ନେଇ ତାଙ୍କର ଟେକ୍ନିକ୍‌କୁ ନେଇ ହେଉଥିବା ଆଲୋଚନା ସମ୍ପର୍କରେ ଧାଓ୍ବନ କହିଲେ ଯେ, ମୋ ସମ୍ପର୍କରେ ଏ ସବୁ କେଉଁଠି ଲେଖାଯାଉଛି ତାହା ମୁଁ ଜାଣିବାକୁ ଚାହେଁ, ମୁଁ ସେ ଖବରକାଗଜ ପଢ଼ିବାକୁ ଚାହେଁ ଏବଂ ଟେଲିଭିଜନ ଦେଖିବାକୁ ଚାହେଁ। ମୁଁ ଏ ଦୁଇଟି ଯାକ କରେନାହିଁ। ତେଣୁ ମୋ ସମ୍ପର୍କରେ ଯାହାକିଛି ବି ଆଲୋଚନା ହୁଏ ତାହା ମୋତେ ବ୍ୟସ୍ତ କରେନାହିଁ। ଆଉ ସୋସିଆଲ ମିଡିଆ କଥା କହିଲେ ମୁଁ ଟୁଇଟର ଏବଂ ଫେସ୍‌ବୁକ୍‌କୁ ଖୁବ୍‌ କମ୍‌ ବ୍ୟବହାର କରେ। ”ନିୟମିତ ଟୁଇଟର ଅପ୍‌ଡେଟ୍‌ କିମ୍ବା ଇନ୍‌ଷ୍ଟାଗ୍ରାମ୍‌ ପ୍ରତିକ୍ରିୟାକୁ ଚେକ୍‌ କରୁଥିବା ଖେଳାଳିଙ୍କ ମଧ୍ୟରେ ମୁଁ  ନାହିଁ। ମୁଁ ଏହାକୁ ଆବଶ୍ୟକସ୍ଥଳେ ଦେଖିଥାଏ। ତେଣୁ ମୋତେ ଯିଏ ଯାହା କହୁ ନା କାହିଁକି ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ।

ଧାଓ୍ବନଙ୍କ ବ୍ୟାଟିଂ ଟେକ୍ନିକ୍‌ରେ କୌଣସି ତ୍ରୁଟି ନ ଥିବା ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟର ଦୁଇ କିମ୍ବଦନ୍ତୀ ଖେଳାଳି ରିକି ପଣ୍ଟିଂ ଓ ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି। ଏହା ଧାଓ୍ବନଙ୍କୁ ବେଶ୍‌ ଉତ୍ସାହିତ କରିଛି। ୨୦୦୪ରେ ପ୍ରଥମଶ୍ରେଣୀ ପଦାର୍ପଣ କରିଥିବା ଧାଓ୍ବନ ଦୀର୍ଘ ୧୫ ବର୍ଷ ଧରି ସିନିୟର କ୍ରିକେଟରେ ସକ୍ରିୟ ଅଛନ୍ତି। ”ମୁଁ କ୍ୟାରିୟର ଆରମ୍ଭ କରିଥିବା ସମୟରେ ସଫଳତା ପାଇଁ ଯେପରି ବ୍ୟଗ୍ର ଥିଲି ଆଜି ମଧ୍ୟ ସେମିତି ଅଛି। ମୁଁ ୯ ବର୍ଷ ପ୍ରଥମଶ୍ରେଣୀ କ୍ରିକେଟ ଖେଳିବାପରେ ଟେଷ୍ଟ ପଦାର୍ପଣ କରିଥିଲି। ତେଣୁ ମୁଁ ନିଜକୁ ଭାଗ୍ୟବାନ ମନେକରେ, ମୋ ଜୀବନରେ ନକାରାତ୍ମକ ଚିନ୍ତାର ସ୍ଥାନ ନାହିଁ। ମୋ ମଧ୍ୟରେ ଆବେଗ ଏବଂ ଭୋକିଲା ମନୋବୃତ୍ତି ନ ଥିଲେ ୯ ବର୍ଷ ଘରୋଇ କ୍ରିକେଟ ଖେଳିବାପରେ କେବେହେଲେ ଅନ୍ତର୍ଜାତୀୟ କ୍ରିକେଟରେ ଭଲ ପ୍ରଦର୍ଶନ କରିପାରି ନ ଥାନ୍ତି। ୬ ବର୍ଷ ଧରି ମୁଁ ଅନ୍ତର୍ଜାତୀୟ କ୍ରିକେଟ ଖେଳି ଆସୁଛି ଏବଂ ମୋ ଯାତ୍ରା ଖୁବ୍‌ ସୁଖଦ ରହିଛି“ ବୋଲି ଧାଓ୍ବନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri