ମେଲାଣି ନେଲେ ମା’: ଦୁଲୁକିଲା ସହର

କାମାକ୍ଷାନଗର, ୧୦।୧୦(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ଦଶହରାର ଅନ୍ତିମପର୍ବ ଭସାଣି ବୁଧବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ମିଳିତ ଭସାଣି ଶୋଭାଯାତ୍ରାରେ ୧୫ ମେଢ଼ ମଧ୍ୟରୁ ୧୪ଟି ସାମିଲ ହୋଇଥିଲେ। ବାଜାବାଣ ସାଙ୍ଗକୁ ପାରମ୍ପରିକ ନୃତ୍ୟଗୀତରେ ଦୁଲୁକି ଉଠିଥିଲା ସମଗ୍ର ସହର। ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କୁ ବିଦାୟ ଜଣାଇବାକୁ ସମବେତ ହୋଇଥିଲେ।
ମେଢ଼ଗୁଡ଼ିକ ପୂର୍ବାହ୍ନ ୧୦ଟାରୁ ବାହାରିଥିଲେ। ପ୍ରଥମେ ମୁଣ୍ଡିଦେଉଳି ଏବଂ ଏହାର ପଛକୁ କ୍ରମାନ୍ବୟରେ ଅନ୍ୟ ମେଢ଼ଗୁଡ଼ିକ ଭସାଣିରେ ସାମିଲ ହୋଇଥିଲେ। ନିଜ ନିଜ ସାହି ପରିକ୍ରମା କରିବା ପରେ ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ସମସ୍ତ ମେଢ଼ ସାରଙ୍ଗଧର ଷ୍ଟାଡିୟମରେ ପହଞ୍ଚତ୍ଥିଲେ। ସେଠାରେ ମେଲଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆଦିବାସୀ ନୃତ୍ୟ, ଘଣ୍ଟ ନୃତ୍ୟ, ବିଭିନ୍ନ ବେଶଧାରୀଙ୍କ ନୃତ୍ୟ ପ୍ରମୁଖ ଆକର୍ଷଣ ସାଜିଥିଲା। ସେହିପରି ଭଳିକି ଭଳି ରଙ୍ଗର ପୋଷାକରେ ବାରି ହୋଇପଡୁଥିଲେ ପୂଜା କମିଟିର କର୍ମକର୍ତ୍ତା, ଯାହା ଭସାଣିର ଅନ୍ୟତମ ଆକର୍ଷଣ ସାଜିଥିଲା।
ସନ୍ଧ୍ୟା ସାଢ଼େ ୭ଟାରେ ଆଜ୍ଞାମାଳ, ଆଜ୍ଞାଲଡ଼ୁ ନିଲାମ କରାଯାଇଥିଲା। ଆଜ୍ଞାମାଳକୁ ମୁକ୍ତାପଶିର ମା’ ସନ୍ତୋଷୀ ଯାତ୍ରା କମିଟି ୧୫,୦୦୧ ଟଙ୍କାରେ ଏବଂ ଆଜ୍ଞାଲଡୁକୁ କାମାକ୍ଷାନଗରର ଶକ୍ତି ପ୍ରସାଦ ଦାସ ୪୧,୦୦୧ ଟଙ୍କାରେ ନିଲାମ ନେଇଥିଲେ। ଏହାପରେ ଆତସବାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଉପଜିଲାପାଳ ଇଂ. ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ, ଧର୍ମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୈଳାସ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମିଳିତ ପୂଜା କମିଟି ସଭାପତି ବିଶ୍ୱଜିତ୍‌ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।
ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଥିଲା। ଶୁଭ୍ରାଂଶୁ ମହାନ୍ତି, ମଙ୍ଗତଲାଲ୍‌ କଟାରୁକା, ଆଦିତ୍ୟ ଆଚାର୍ଯ୍ୟଙ୍କ ସମେତ ସମସ୍ତ ପୂଜା କମିଟି କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ।
ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କ ନେତୃତ୍ୱରେ ଥାନାଧିକାରୀ ଅଭିନବ ଡାଳୁଆଙ୍କ ସମେତ ୪ ପ୍ଲାଟୁନ୍‌ ପୋଲିସ, ରାପିଡ୍‌ ଆକ୍ସନ ଫୋର୍ସ ମୁତୟନ କରାଯାଇଥିଲା। ରାତି ୧୦ଟା ସୁଦ୍ଧା ଭସାଣି ସମ୍ପନ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri