Posted inଜାତୀୟ

ମେଣ୍ଟର ଶେଷ ଉଦ୍ୟମ ବିଫଳ

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୨୨ା୭: କର୍ନାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ବିଧାନସଭାରେ ସୋମବାର ଆସ୍ଥାଭୋଟ ହେବାକୁ ଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ସରକାର ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀଙ୍କ ଶେଷ ଉଦ୍ୟମ ବିଫଳ ହୋଇଛି। କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ପ୍ରସ୍ତୁତ। ତେଣୁ କଂଗ୍ରେସର ୩ ଜଣ ନେତାଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ଭାବେ ବାଛିବା ପାଇଁ ଶାସକ ମେଣ୍ଟ ପକ୍ଷରୁ ୧୫ ବିଦ୍ରୋହୀ ବିଧାୟକଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ଏହାସହ ଆସ୍ଥାଭୋଟରେ ସାମିଲ ହୋଇ ସରକାର ସପକ୍ଷରେ ଭୋଟ ଦେବାକୁ ଅନୁରୋଧ କରାଯାଇଥିଲା। ହେଲେ ଇସ୍ତଫା ପ୍ରତ୍ୟାହାର କରିବା କିମ୍ବା ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ବିଦ୍ରୋହୀ ବିଧାୟକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଫଳରେ ୧୪ ମାସିଆ ସରକାରର ପତନ ପରେ ଭାଜପା ନେତା ବି.ଏସ୍‌. ୟେଦୁରପ୍ପାଙ୍କ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ପଥ ଏକପ୍ରକାର ପରିଷ୍କାର ହୋଇଯାଇଛି।
୨୦୧୮ ମେ’ରେ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱରେ ଜେଡିଏସ୍‌-କଂଗ୍ରେସ ମେଣ୍ଟ ସରକାର ଗଠନ ହେବା ପରଠୁ ସବୁକିଛି ଠିକ୍‌ରେ ଚାଲୁନାହିଁ। ନିକଟରେ ମେଣ୍ଟର ୧୫ ଅସନ୍ତୁଷ୍ଟ ବିଧାୟକ ଇସ୍ତଫା ଦେଇଥିଲେ। ଏହାସହ ୨ ସ୍ବାଧୀନ ବିଧାୟକ ଆର୍‌. ଶଙ୍କର ଏବଂ ଏଚ୍‌. ନାଗେଶ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ଭାଜପା ଆଡ଼କୁ ଢ଼ଳିଥିଲେ। ଫଳରେ କର୍ନାଟକରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ କୁମାରସ୍ବାମୀଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଥିଲେ। ହେଲେ ହଟ୍ଟଗୋଳ ଓ ଅଚଳାବସ୍ଥାର ଆଳ ଦେଖାଇ ବାଚସ୍ପତି କେ.ଆର. ରମେଶ କୁମାର ସୋମବାର ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସୋମବାର ଆସ୍ଥାଭୋଟ ହେବାକୁ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ବିଦ୍ରୋହୀ ବିଧାୟକମାନଙ୍କୁ ଫେରାଇ ଆଣିବା ପାଇଁ ଶାସକ ମେଣ୍ଟ ପକ୍ଷରୁ ଜୋର୍‌ଦାର ଉଦ୍ୟମ ହୋଇଥିଲା। ମୁମ୍ବାଇର ଏକ ହୋଟେଲରେ ଥିବା ୧୫ ବିଧାୟକ ବିଧାନସଭାକୁ ଫେରିଆସନ୍ତୁ। ସେମାନଙ୍କ ସବୁ ସମସ୍ୟା ସମଧାନ କରିବାକୁ ପ୍ରସ୍ତୁତ ବୋଲି କୁମାରସ୍ବାମୀ ଟୁଇଟର୍‌ରେ ଆବେଗପୂର୍ଣ୍ଣ ଅନୁରୋଧ କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା, ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ଏବଂ ଜଳସମ୍ପଦ ମନ୍ତ୍ରୀ ଡି.କେ. ଶିବକୁମାରଙ୍କ ମଧ୍ୟରୁ ଜଣଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ହେଲେ ବିଦ୍ରୋହୀ ବିଧାୟକମାନେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। କୁମାରସ୍ବାମୀଙ୍କ ସରକାର ଚଳାଇବା ଶୈଳୀ ଏବଂ ତାଙ୍କ ଭାଇ ତଥା ପୂର୍ତ୍ତମନ୍ତ୍ରୀ ଏଚ୍‌.ଡି. ରେବାନ୍ନାଙ୍କ ହସ୍ତକ୍ଷେପ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇଛି। ଏଥିରେ ସେମାନଙ୍କ ସମ୍ମାନହାନି ହୋଇଛି। ତେଣୁ ମେଣ୍ଟ ସରକାରକୁ ଏକ ଶିକ୍ଷା ଦେବା ପାଇଁ ଆସ୍ଥାଭୋଟ ବେଳେ ଅନୁପସ୍ଥିତ ରହିବେ ବୋଲି ବିଦ୍ରୋହୀ ଗୋଷ୍ଠୀ ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର କୁମାରସ୍ବାମୀ ସରକାରଙ୍କ ପାଇଁ ଶେଷଦିନ ହେବ ବୋଲି ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଣ୍ଟା ଭିଡ଼ୁଥିବା ୟେଦୁରପ୍ପା କହିଛନ୍ତି। ଅନ୍ୟପକ୍ଷରେ ବିଧାନସଭାରେ ଶୁକ୍ରବାର ଅନୁପସ୍ଥିତ ଥିବା ଏକମାତ୍ର ବିଏସ୍‌ପି ବିଧାୟକ ଏନ୍‌. ମହେଶ ସୋମବାର ଗୃହକୁ ଯାଇପାରିବେ ନାହିଁ ବୋଲି କହିଛନ୍ତି। ସେପଟେ ଆସ୍ଥାଭୋଟ ବେଳେ ଉପସ୍ଥିତ ରହି ସରକାର ସପକ୍ଷରେ ଭୋଟ ଦେବା ପାଇଁ ଦଳର ସୁପ୍ରିମୋ ମାୟାବତୀ ମହେଶଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ସେପଟେ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଦୁଇ ସ୍ବାଧୀନ ବିଧାୟକ ଶଙ୍କର ଏବଂ ନାଗେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋମବାର ଅପରାହ୍ନ ୫ଟା ସୁଦ୍ଧା ଆସ୍ଥାଭୋଟର ସମ୍ମୁଖୀନ ହେବା ଲାଗି କୁମାରସ୍ବାମୀ ସରକାରଙ୍କୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଉଭୟେ ଅନୁରୋଧ କରିଛନ୍ତି। ସେମାନଙ୍କ ପିଟିଶନର ଶୁଣାଣି ସୋମବାର ହୋଇପାରେ ବୋଲି ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri