Posted inଜାତୀୟ

ମେଡିକାଲ ବଣ୍ଡ୍‌କୁ ସୁପ୍ରିମକୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ,୨୨ା୮ : ପୋଷ୍ଟ-ଗ୍ରାଜୁଏଟ୍‌ ମେଡିକାଲ ପାଠ୍ୟକ୍ରମ ଏବଂ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମରେ ନାମଲେଖା ପାଇଁ ବାଧ୍ୟତାମୂଳକ ବଣ୍ଡ୍‌ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ରିଟ୍‌ ପିଟିଶନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଓଡିଶା ସମେତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, କର୍ନାଟକ, ପଶ୍ଚିମବଙ୍ଗ, ଗୋଆ ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ବଣ୍ଡ୍‌ ବ୍ୟବସ୍ଥା ଲାଗୁ କରାଯାଇଛି। ସମାଜର ଅବହେଳିତ ବର୍ଗଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେଇପାରିବେ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ରେ ଏହି କ୍ଷମତା ପ୍ରଦାନ କରାଯାଇଥିବା ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓ ଏବଂ ହେମନ୍ତ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି।
ଓଡିଶାରେ ଥିବା ସମସ୍ତ ୪୫ଟି ସୁପର ସ୍ପେଶିଆଲିଟି ପାଠ୍ୟକ୍ରମ ସିଟ୍‌ ସର୍ବଭାରତୀୟ କାଉନ୍‌ସେଲିଂରେ ମେଧା ଭିତ୍ତିରେ ପୂରଣ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବାଶିଷ ମିଶ୍ର ଖଣ୍ଡପୀଠଙ୍କୁ ଜଣାଇଥିଲେ। ଏଥିପାଇଁ ସରକାରୀ କଲେଜରେ ବର୍ଷକୁ ୪୫ ହଜାର ଟଙ୍କା ଦେୟ ନିଆଯାଉଛି ଏବଂ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମରେ ଯୋଗଦେଉଥିବା ଡାକ୍ତରମାନଙ୍କୁ ଷ୍ଟାଇପେଣ୍ଡ ବାବଦରେ ୫୬, ୮୨୪ ଟଙ୍କା ଦିଆଯାଉଛି। ରାଜ୍ୟରେ ସୁପର ସ୍ପେଶିଆଲିଟି ଡାକ୍ତରଙ୍କର ଗୁରୁତର ସଙ୍କଟ ରହିଥିବାରୁ ଜନସ୍ବାର୍ଥ ଲାଗି ସରକାର ବଣ୍ଡ୍‌ ବ୍ୟବସ୍ଥା ପ୍ରଚଳନ କରିଥିବା ସେ କୋର୍ଟଙ୍କୁ କହିଥିଲେ। ତେବେ କେତେକ ରାଜ୍ୟ ବାଧ୍ୟତାମୂଳକ ବଣ୍ଡ୍‌ ବ୍ୟବସ୍ଥାରେ କଠୋର ସର୍ତ୍ତ ରଖିଥିବା ଜାଣିବା ପରେ ଏହା ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ ଅନୁଭବ କରିଥିଲେ। ସରକାରୀ ମେଡିକାଲ କଲେଜରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବାଧ୍ୟତାମୂଳକ ସେବା ବଣ୍ଡ୍‌ କ୍ଷେତ୍ରରେ ସମାନ ନୀତି ଆପଣାଇବାକୁ ଖଣ୍ଡପୀଠ କେନ୍ଦ୍ର ସରକାର ଓ ଭାରତର ମେଡିକାଲ କାଉନସିଲ୍‌ (ଏମ୍‌ସିଆଇ)କୁ ପ୍ରସ୍ତାବ ଦେଇଛନ୍ତି।
ମେଡିକାଲ ସୁପର ସ୍ପେଶିଆଲିଟି ପାଇଁ ଆଶାୟୀ ଏବଂ ହସ୍ପିଟାଲ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ନେଉଥିବା ମେଡିକାଲ ଗ୍ରାଜୁଏଟ ସଂଘ ପକ୍ଷରୁ ଏହି ରିଟ୍‌ ପିଟିଶନ୍‌ ଦାଏର ହୋଇଥିଲା। ବାଧ୍ୟତାମୂଳକ ବଣ୍ଡ ବ୍ୟବସ୍ଥାରେ ଥିବା ସର୍ତ୍ତକୁ ରଦ୍ଦ କରିବା ପାଇଁ ସଂଘ ପକ୍ଷରୁ ଆବେଦନ କରାଯାଇଥିଲା। ସୂଚନାଯୋଗ୍ୟ, ଓଡିଶା ସରକାରଙ୍କ ସଂଶୋଧିତ ସେବା ବଣ୍ଡ୍‌ ନୀତି ଅନୁଯାୟୀ ସରକାରୀ କଲେଜରେ ଏମ୍‌ବିବିଏସ୍‌, ପୋଷ୍ଟ ଗ୍ରାଜୁଏଟ (ପିଜି) ଏବଂ ସୁପର ସ୍ପେଶିଆଲାଇଜେଶନ ମେଡିକାଲ ପାଠ୍ୟକ୍ରମ କରୁଥିତ୍ବା ଛାତ୍ରୀଛାତ୍ରଙ୍କୁ ରାଜ୍ୟରେ ଅନୂ୍ୟନ ୨ ବର୍ଷ କାର୍ଯ୍ୟ କରିବାକୁ ପଡ଼ିବ। ଏମ୍‌ବିବିଏସ୍‌ ପରେ ରାଜ୍ୟରେ ଚାକିରି ନ କଲେ ସମ୍ପୃକ୍ତ ଛାତ୍ରଙ୍କୁ ୫୦ ଲକ୍ଷ ଟଙ୍କା ଗଣିବାକୁ ହେବ। ସେହିପରି ପିଜି ଛାତ୍ରୀଛାତ୍ରଙ୍କୁ ୧.୫ କୋଟି ଏବଂ ସୁପର ସ୍ପେଶିଆଲିଟି ପାଠ୍ୟକ୍ରମ କରିଥିବା ଛାତ୍ରୀଛାତ୍ରଙ୍କୁ ୨ କୋଟି ଟଙ୍କା ସରକାରଙ୍କ ପାଖରେ ଦାଖଲ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

ପରକୀୟା ପ୍ରୀତିକୁ ନେଇ ହତ୍ୟା: ସାଙ୍ଗନେଲା ସାଙ୍ଗର ଜୀବନ ୨୨ ଦିନ ପରେ…

ନୀଳଗିରି, ୧୫।୬ (ପ୍ରଶାନ୍ତ କୁମାର ବିଶ୍ୱାଳ): ବନ୍ଧୁତ୍ୱର ପବିତ୍ର ସମ୍ପର୍କକୁ କଳଙ୍କିତ କରିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ପରକୀୟା ପ୍ରୀତିକୁ କେନ୍ଦ୍ରକରି ଜଣେ ବନ୍ଧୁ ଅନ୍ୟ ଜଣେ…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri