ମେଡିକାଲ କଲେଜ ସମସ୍ୟା ନେଇ ଦାବିପତ୍ର

ବାରିପଦା ଅଫିସ,୨୯।୭- ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏଭଳିି ଅଭିଯୋଗ କରିଛି ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚ। ଜିଲା ସଭାପତି ଧରମରାଜ ହାଁସଦାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ଗତ ୩ ମାସ ମଧ୍ୟରେ ୧୩ ଜଣ ପ୍ରସୂତି ମହିଳା ଏବଂ ୧୧୮ ଶିଶୁ ମୃତ୍ୟୁବରଣ କରିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଓ ରୋଗୀଙ୍କ ପ୍ରତି କର୍ମଚାରୀଙ୍କ ଦୁର୍ବ୍ୟବହାର ଘଟଣା ସବୁବେଳେ ନଜରକୁ ଆସୁଛି। ମହିଳା ଓ ଶିଶୁମାନଙ୍କୁ ଏକ ସ୍ବାସ୍ଥ୍ୟକର ପରିବେଶରେ ଚିକିତ୍ସା କରିବା ପରିବର୍ତ୍ତେ ଶଯ୍ୟା ଅଭାବରୁ ବାରଣ୍ଡାରେ ଚିକିତ୍ସା କରାଯାଉଛି। ସେହିପରି ଜିଲାରେ ଥିବା ସମସ୍ତ ଚିକିତ୍ସାଳୟ ପାଇଁ ୭୫ଟି ଆମ୍ବୁଲାନ୍ସ ଥିବା ବେଳେ ଏଥିରୁ ୧୩ଟି ଅଚଳ ହୋଇପଡିଛି। ଫଳରେ ରୋଗୀମାନେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷେ ମୟୂରଭଞ୍ଜ ଜିଲା ଏକ ବଣପାହାଡ ଘେରା ଅଞ୍ଚଳ ହୋଇଥିବା ବେଳେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ନଜିର ରହିଛି। ସେହିପରି ମେଡିକାଲ କଲେଜର ମଦର ଓ ଚାଇଲ୍ଡ ହସ୍ପିଟାଲ କୋଠାର ୨ଟି କୋଠା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ନାହିଁ। ମେଡିକାଲ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଅବ୍ୟବସ୍ଥାଗୁଡିକୁ ବିଚାରକୁ ନେଇ ତୁରନ୍ତ ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୋର୍ଚ୍ଚା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଫର୍ମୁଲାରେ ବିଜୟୀ ହେଲେ ତାରିକ ରହମାନ

ଢାକା,୧୪।୨: ବାଂଲାଦେଶ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ମୋଡ଼ରେ ଅଛି। ତାରିକ ରହମାନଙ୍କ ନେତୃତ୍ୱରେ ଏହା ସ୍ଥିର ହେବ ଯେ ଢାକା କେଉଁ ପଥ ନେବ। ତାରିକ…

ଚୋରି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା: ୩ ଜଣ ଖସିଯାଇଥିବା ସନ୍ଦେହ

ଭଞ୍ଜନଗର,୧୪।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାର୍ଦୁଲ ଗ୍ରାମରେ ଚୋରି ସନ୍ଦେହରେ ଜଣେ ଯୁବକଙ୍କୁ କିଛି ଲୋକ ଶୁକ୍ରବାର ରାତିରେ ବାଡେଇ ବାଡେଇ ଗୁରୁତର କରି…

ଯୁବତୀଙ୍କୁ ବଳାତ୍କାର କରି ୬ ମାସର ଗର୍ଭବତୀ କରିବା ଘଟଣା: ଅଭିଯୁକ୍ତ ଗିରଫ

କୁଆଁରମୁଣ୍ଡା,୧୪।୨(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରି ୬ ମାସର ଗର୍ଭବତୀ କରିବା ଘଟଣାରେ ଗୁରୁବାର…

ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର: ପୁଅ, ଜ୍ବାଇଁ ସହିତ ବନ୍ଧା ହେଲେ ବାପା

ଭେଡେନ,୧୪।୨(ହୃଷୀକେଶ ଖମାରୀ) – ବରଗଡ ଜିଲା ଭେଡେନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର ଏବଂ ସମ୍ପୃକ୍ତ ମହିଳା…

୬୮୦ ଶିକ୍ଷୟତ୍ରୀ ଶିକ୍ଷକଙ୍କୁ ମିଳିଲା ତାଲିମ୍‌ 

ଦିଗପହଣ୍ଡି,୧୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା – ୨୦୨୫ ଓ ୨୦୨୦…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଭାରତକୁ ଏହି ୫ ପାକିସ୍ତାନୀ ଖେଳାଳିଙ୍କଠାରୁ ରହିବାକୁ ପଡିବ ସତର୍କ, ସୃଷ୍ଟି କରିପାରନ୍ତି ବଡ଼ ବିପଦ!

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ, ଏହି ଦୁଇ ଦଳ ଫେବୃଆରୀ ୧୫ରେ…

କାର୍‌ରେ ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ: ତା’ପରେ ଘଟିଲା…

ଭୋପାଳ,୧୪ା୨:ଭୋପାଳରେ ଜଣେ ଏକାଦଶ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ସହ ବ୍ଲାକ୍‌ମେଲ୍‌ କରାଯାଇଛି। ବଳାତ୍କାର ସମୟର ଭିଡିଓ ଶୁଟିଂ କରି ତାଙ୍କ ଠାରୁ ଟଙ୍କା ଦାବି କରାଯିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri