ମେଟଲ୍‌ ମିଟ୍‌-୨୦୧୯: ସାମ୍ନାସାମ୍ନି ହେବେ ୭୮ ଟିମ୍‌

ଭୁବନେଶ୍ୱର,୨୫।୭(ବ୍ୟୁରୋ): କୁଇଜ୍‌ ଭଳି ଏକ ସମ୍ପୂର୍ଣ୍ଣ ଭିନ୍ନ କନ୍‌ସେପ୍ଟକୁ ନେଇ ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ ଲଗାତର ୪ର୍ଥ ବର୍ଷ ପାଇଁ ଆୟୋଜିତ ହେବାକୁ ଯାଉଛି ‘ମେଟଲ୍‌ ମିଟ୍‌- ୨୦୧୯’। ଦକ୍ଷତା ଓ ଉପସ୍ଥିତ ବୁଦ୍ଧିର ଏହି ଯୁଦ୍ଧ ପାଇଁ ଏହା ମଧ୍ୟରେ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍‌। ଓଡ଼ିଶାର କୁଇଜିଂ କଲଚରକୁ ଆଗକୁ ନେବା ଲକ୍ଷ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଆଉମାତ୍ର କିଛିଦିନ ବାକି ଥିବାବେଳେ ସାମ୍ନାସାମ୍ନି ପାଇଁ ପ୍ରତିଯୋଗୀ ଟିମ୍‌ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜକୁ ପ୍ରସ୍ତୁତ କରିନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସମଗ୍ର ଓଡ଼ିଶାର ବିଭିନ୍ନ ସ୍କୁଲ୍‌ ଓ କଲେଜରୁ ମୋଟ ୭୮ ଟିମ୍‌ ଅଂଶଗ୍ରହଣ କରିବାକୁ ଥିବାବେଳେ ଉଭୟ ଜୁନିୟର ଏବଂ ସିନିୟର କାଟାଗୋରିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ।
ମେଟଲ୍‌ ମିଟ୍‌ ୨୦୧୮ ସଂସ୍କରଣର ବିପୁଳ ସଫଳତା ପରେ ଓଡ଼ିଶା ପୋଷ୍ଟ ଆୟୋଜନ କରିବାକୁ ଯାଉଛି ମେଟଲ୍‌ ମିଟ୍‌ ୨୦୧୯ ସଂସ୍କରଣ। ଅଗଷ୍ଟ ୩ ଓ ୪ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ୍‌ ହୋଟେଲରେ ଆୟୋଜିତ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତା ଚଳିତବର୍ଷ ଆହୁରି ଆକର୍ଷଣୀୟ ହେବାକୁ ଯାଉଛି। ଭୁବନେଶ୍ୱର ସହ ପୁରୀ, କଟକ, ଢେଙ୍କାନାଳ, ଅନୁଗୋଳ, ରାଉରକେଲା ଓ ପଶ୍ଚିମ ଓଡ଼ିଶାର ଏକାଧିକ ଶିକ୍ଷାନୁଷ୍ଠାନ ଚଳିତବର୍ଷ ପ୍ରତିଯୋଗିତାରେ ଭାଗନେବେ। ସେହିଭଳି ଏଥର ରେସ୍‌ରେ ସାମିଲ ହୋଇଛନ୍ତି ଏକାଧିକ ନୂଆ ସ୍କୁଲ୍‌, ଜୁନିୟର କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ। ଚଳିତବର୍ଷ ସିନିୟର ବିଭାଗରେ ମୋଟ ୩୬ ଶିକ୍ଷାନୁଷ୍ଠାନ ରହିଥିବାବେଳେ ଏମାନଙ୍କ ମଧ୍ୟରେ ଏନ୍‌ଆଇଟି ରାଉରକେଲା, ଆଇଆଇଟି ଭୁବନେଶ୍ୱର, ଏମ୍‌ସ ଭୁବନେଶ୍ୱର, ନାଇଜର୍‌, କିଟ୍‌, ଏସ୍‌ସିବି ମେଡିକାଲ କଲେଜ, ନ୍ୟାଶନାଲ ଲ’ ୟୁନିଭର୍ସିଟି, ଭିଏସ୍‌ଏସ୍‌ୟୁଟି ବୁର୍ଲା, ରେଭେନ୍‌ଶା ବିଶ୍ୱବିଦ୍ୟାଳୟ, ଆଇଜିଆଇଟି ସରାଙ୍ଗ, ବିର୍ଲା ଗ୍ଲୋବାଲ୍‌, ଶିକ୍ଷା ଓ ଅନୁସନ୍ଧାନ, ଟ୍ରାଇଡେଣ୍ଟ, ସାଇ ଇଣ୍ଟରନ୍ୟାଶନାଲ କଲେଜ, ସିଇଟି, ସେଞ୍ଚୁରିଆନ ୟୁନିଭର୍ସିଟି, ଏନ୍‌ଆଇଏସ୍‌ଟି, ଏଏସ୍‌ବିଏମ୍‌, ୟୁଏସ୍‌ବିଏମ୍‌, ଏକ୍ସଆଇଏମ୍‌ବି, ସିଲିକନ୍‌ ଇନ୍‌ଷ୍ଟିଚ୍ୟୁଟ୍‌, ବିଜେବି କଲେଜ, ପିଲୋ ମୋଦି କଲେଜ ଅଫ୍‌ ଆର୍କିଟେକ୍‌ଚର୍‌ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛନ୍ତି। ସେହିଭଳି ଜୁନିୟର୍‌ ବିଭାଗରେ ଥିବା ୪୨ଟି ଟିମ୍‌ରେ ରାଉରକେଲା ସେଣ୍ଟ୍‌ ପଲ୍‌, ଲୋୟୋଲା ସ୍କୁଲ୍‌, ମଦର୍ସ ପବ୍ଲିକ୍‌ ସ୍କୁଲ୍‌, କିଟ୍‌ ଇଣ୍ଟରନ୍ୟାଶନାଲ, ସାଇ ଇଣ୍ଟରନ୍ୟାଶନାଲ, ଡୁନ୍‌ ଇଣ୍ଟରନ୍ୟାଶନାଲ, ରେଭେନ୍‌ଶା ହାଇସ୍କୁଲ୍‌, ରମାଦେବୀ ଜୁନିୟର କଲେଜ, ଡିଏଭି, ଡିପିଏସ୍‌, କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରଭୁଜୀ ଇଂଲିଶ ମିଡିୟମ୍‌ ସ୍କୁଲ୍‌, ଟାଇମ୍ସ ଗୁରୁକୁଳ, ଓଡିଏମ୍‌, ଷ୍ଟୁଆର୍ଟ, ସେଣ୍ଟ ଜାଭିୟର, ସେଣ୍ଟ ଜୋସେଫ୍‌, ସୈନିକ ସ୍କୁଲ୍‌ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି।
ଆସନ୍ତା ୩ ତାରିଖରେ ‘ମେଟଲ୍‌ ମିଟ୍‌- ୨୦୧୯’ର ପ୍ରିଲିମ୍ସ ରାଉଣ୍ଡ୍‌ ଓ ୪ ତାରିଖରେ ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ। ପ୍ରିଲିମ୍ସ ରାଉଣ୍ଡରେ ପ୍ରତିଯୋଗୀମାନେ ସାଧାରଣ ଜ୍ଞାନ କ୍ଷେତ୍ରରେ ରହିଥିବା ପ୍ରତିଭା ପ୍ରଦର୍ଶନ କରିବେ। ଏହାସହ ଅଡିଓ ଭିଜୁଆଲ ପ୍ରଶ୍ନ ଏବଂ ବର୍ତ୍ତମାନର ଘଟଣାକୁ ଆଧାରକରି ବିଭିନ୍ନ ପ୍ରଶ୍ନ ଏଥିରେ ରହିବ। ପ୍ରିଲିମ୍ସରେ ଭଲ ପ୍ରଦର୍ଶନ କରିଥିବା ଟିମ୍‌ ଗ୍ରାଣ୍ଡ୍‌ ଫିନାଲେକୁ ଯିବାକୁ ଯୋଗ୍ୟ ବିବେଚିତ ହେବ। ଏହି କୁଇଜ୍‌ ମହାକୁମ୍ଭକୁ ଏଥର ଲୋକପ୍ରିୟ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ପରିଚାଳନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri