ମୁହଁରେ ରିଙ୍କିଲ୍ସ୍‌ ହୋଇଯାଇଛି କି? ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା ଇତ୍ୟାଦି। ବିଶେଷ କରି ମହିଳାମାନେ ଏହାକୁ ନେଇ ବହୁ ଚିନ୍ତିତ ମଧ୍ୟ ହୋଇଥାନ୍ତି। ୩୦ ବର୍ଷ ବୟସ ପରେ ଚର୍ମ ପ୍ରତି ଖାସ ଧ୍ୟାନ ଦେବାକୁ ପଡ଼ିଥାଏ। ସାଧାରଣତଃ ରିଙ୍କିଲ୍ସ ୨ ପ୍ରକାରର। ପ୍ରଥମ ବୟସ ବୃଦ୍ଧି ହେବା ଓ ଦ୍ୱିତୀୟଟି ଆଖପାଖର ବାତାବରଣ। ଯେପରିକି ଖରା, ପ୍ରଦୂଷଣ, ଲାଇଫଷ୍ଟାଇଲ ଇତ୍ୟାଦି। ଯଦି ଆପଣ ଏହି ରିଙ୍କିଲ୍ସରୁ ବର୍ତ୍ତିବାକୁ ଚାହୁଁଛନ୍ତି ତେବେ କିଛି ଘରୋଇ ଉପାୟ ଆପଣାନ୍ତୁ।
*ଗୋଲାପ ଜଳ: ୨ଚାମଚ ଗୋଲାପ ଜଳ,ଅଧା ଚାମଚ ଲେମ୍ବୁ ରସ ଓ ଗ୍ଲିସେରିନର କିଛି ବୁନ୍ଦା ପକାଇ ଏହାର ମିଶ୍ରଣ କରନ୍ତୁ। ଏହାକୁ ତୁଳାରେ ନେଇ ନିଜ ମୁହଁରେ ଲଗାନ୍ତୁ। ପ୍ରତିଦିନ ଶୋଇବା ଆଗରୁ ନିଜ ମୁହଁରେ ଏହି ମିଶ୍ରଣକୁ ଲଗାଇ ଛାଡ଼ି ଦିଅନ୍ତୁ। ସକାଳୁ ଉଠି ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। କିଛି ଦିନ କରିବା ପରେ ଏହାର ପରିଣାମ ଆପଣ ନିଜ ମୁହଁରେ ଦେଖିପାରିବେ।
* ଅଣ୍ଡା: ଗୋଟିଏ ଅଣ୍ଡାରୁ କେଶର କାଢ଼ି ତାକୁ ଚର୍ମରେ ଲଗାଇ କିଛି ସମୟ ରଖନ୍ତୁ। ଏହାପରେ ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚର୍ମ ଟାଇଟ ହେବା ସହ ଭାଙ୍ଗ ମଧ୍ୟ ଲିଭିଯିବ।
*ମୁଲତାନୀ ମାଟି: ମହୁ ଓ ଗ୍ଲିସେରିନ ସହ ମୁଲତାନୀ ମାଟିକୁ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ। ଏହାଦ୍ବାରା ତ୍ୱଚା ସୁସ୍ଥ ରହିବା ସହ ଉଜ୍ବଳତା ମଧ୍ୟ ବଜାୟ ରହିବ।
*କ୍ଷୀର: ଗୋଟିଏ ପାତ୍ରରେ କିଛି କ୍ଷୀର ଆଣି ଏଥିରେ ମୁଲତାନୀ ମାଟି ମିଶାଇ ମୁହଁରେ ଲଗାନ୍ତୁ। ଏହା ପ୍ରାକୃତିକ ପ୍ରଣାଳୀରେ ଚର୍ମକୁ ଟାଇଟ କରିଥାଏ।
*ବସା ଦହି: ବସା ଦହିକୁ ମଧ୍ୟ ଲୋଚାକୋଚା ହୋଇ ଯାଇଥିବା ଚର୍ମରେ ବ୍ୟବହାର କରିପାରିବେ। ବସା ଦହି ଚର୍ମକୁ ପୁନଃ ସୁଗଠିତ ଓ ସୁନ୍ଦର କରିବା ସହ ଚର୍ମକୁ କୋମଳ ଓ ଚମକପ୍ରଦ କରିଥାଏ।
*ମହୁ: ଏକ ଚାମଚ ମହୁ ସହ ଗ୍ଲିସେରିନ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ୨-୩ ମିନିଟ ମାଲିସ କରି ଶୁଖିବା ଯାଏଁ ଏହାକୁ ଛାଡ଼ି ଦିଅନ୍ତୁ। ଏହାପରେ ଥଣ୍ଡା ପାଣିରେ ମୁହଁକୁ ସଫା କରି ଶୁଖିଲା କପଡ଼ାରେ ପୋଛି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଚେତାବନୀ, ୩ୟ ବିଶ୍ୱଯୁଦ୍ଧରେ ଛାରଖାର ହୋଇଯିବ ବିଶ୍ୱ!

ବାବା ଭାଙ୍ଗାଙ୍କ ନାମ ଉଲ୍ଲେଖ ବିଶ୍ୱବ୍ୟାପୀ ଚିନ୍ତାକୁ ଆକର୍ଷିତ କରୁଛି। ୨୦୨୬ ବର୍ଷ ପାଇଁ ତାଙ୍କର କଥିତ ଭବିଷ୍ୟବାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏହି...

ଜନଜାତିଙ୍କ ସମ୍ମେଳନ -୨୦୨୬ ଉଦ୍‌ଯାପିତ: ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରକଳ୍ପ ପ୍ରଶାସକ କହିଲେ ପୁଣି ଜଙ୍ଗଲକୁ ବୃଦ୍ଧି କରି…

ଦାରିଙ୍ଗବାଡି, ୬।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ୨ ଦିନିଆ ଜନଜାତି ସମ୍ମେଳନ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।...

ରାହୁଲ ଦ୍ରାବିଡ଼ଙ୍କୁ ପଛରେ ପକାଇଲେ ଷ୍ଟିଭ୍ ସ୍ମିଥ, ଏବେ ନଜର ଡନ୍ ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ଉପରେ

ନୂଆଦିଲ୍ଲୀ,୬।୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଟେଷ୍ଟ କ୍ରିକେଟରେ ଏକ ନୂତନ ଇତିହାସ ରଚିଛନ୍ତି। ମେଲବର୍ଣ୍ଣଠାରେ ଚାଲିଥିବା ଆସେସ୍ ସିରିଜର ଚତୁର୍ଥ ଟେଷ୍ଟରେ...

ଭାରତର ଏହି ଟ୍ରେନରେ ଯାତ୍ରା କରିବା ସମ୍ପୂର୍ଣ୍ଣ ମାଗଣା! ଜାଣନ୍ତୁ କେଉଁ ରୁଟ୍‌…

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୭୫ ବର୍ଷ ହେବ ଭାରତର ଏକ ଟ୍ରେନ ଯାତ୍ରୀମାନଙ୍କୁ ମାଗଣା ସେବା ଯୋଗାଇ ଆସୁଛି ।...

ମୀନ ରାଶିରେ ଶନି-ଶୁକ୍ରଙ୍କ ମିଳନ, ୩ ରାଶିଙ୍କ ଭାଗ୍ୟରେ ଗୁପ୍ତଧନ!

ଶନି ଏବଂ ଶୁକ୍ର, ଉଭୟ ଶକ୍ତିଶାଳୀ ଗ୍ରହ, ବହୁ ବର୍ଷ ପରେ 2026 ରେ ଏକ ସଂଯୋଗ ସୃଷ୍ଟି କରିବେ, ଅର୍ଥାତ ସେମାନେ ଗୋଟିଏ ରାଶିରେ...

ରାଜ୍ୟରେ ଆହୁରି କଲବଲ କରିବ ଥଣ୍ଡା: ୩ରୁ ୪ ଦିନ ବଢ଼ିବ ଶୀତ

ଭୁବନେଶ୍ୱର,୬ା୧: ଆହୁରି କଲବଲ କରିବ ଥଣ୍ଡା। ୩ରୁ ୪ ଦିନ ରାଜ୍ୟରେ ଶୀତ ବଢ଼ିବ। ତାପମାତ୍ରା ୧ରୁ ଦେଢ଼ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି...

ଆଧାର ଅପଡେଟ୍‌ ପାଇଁ ଦେବାକୁ ପଡିବ ଏତେଟଙ୍କା, ୫୦ ବଦଳରେ ଖର୍ଚ୍ଚ ହେବ…

ନୂଆଦିଲ୍‌ଲୀ,୬।୧: ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସରକାରୀ ଯୋଜନାର ଲାଭ ପାଇବା ପର୍ଯ୍ୟନ୍ତ ସବୁକିଛି ପାଇଁ ଆଧାର କାର୍ଡ ଅତ୍ୟାବଶ୍ୟକ। ଆପଣଙ୍କ ଆଧାର...

ମନ୍ତ୍ରୀଙ୍କ ବଡ଼ ଘୋଷଣା: ପକ୍ଷୀଙ୍କ ଗୋଡ଼ରେ ଲାଗିବ ସାଟେଲାଇଟ ଟ୍ରାନ୍ସମିଟର

ଭୁବନେଶ୍ୱର,୬।୧: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ଚିଳିକାଙ୍କୁ ଆସୁଥିବା ୨୦ ପ୍ରଜାତିର ବିଦେଶାଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri