ମୁଡିଜ୍‌ର ଆକଳନ; ଭାରତୀୟ ବ୍ୟାଙ୍କଗୁଡ଼ିକର ଚାପଗ୍ରସ୍ତ ସମ୍ପତ୍ତି ବଢିବ

ନୂଆଦିଲ୍ଲୀ,୯-୯: ଦେଶର ବ୍ୟାଙ୍କଗୁଡିକ ଏବେ ସମସ୍ୟା ଦେଇ ଗତି କରୁଥିବା ବେଳେ ବ୍ୟାଙ୍କରପ୍ସି (ଦେବାଳିଆ) ମାମଲାର ସମାଧାନ ବିଳମ୍ବିତ ହେଉଛି। ଏହି କାରଣରୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦାୟ(ଏନ୍‌ପିଏ)ବା ଚାପଗ୍ରସ୍ତ ଋଣ ପରିମାଣ ବୃଦ୍ଧି ପାଇବ ମୁଜିଜ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ଏକ୍ଷେତ୍ରରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ହେବାର ଆଶଙ୍କା ଉପୁଜିଛି। ଇଟାଲି ଏଭଳି ସମସ୍ୟା ସହ ଜୁଝିଥିବା ବେଳେ ଏହାର ସ୍ଥିତି ଠିକ୍‌ କରିବାକୁ ସକ୍ଷମ ହୋଇଛି। ଉକ୍ତ ରାଷ୍ଟ୍ର ଏହାର ବ୍ୟାଙ୍କଗୁଡିକର ଋଣ ଅସୁଲ ଧାରାକୁ ତ୍ୱରାନ୍ବିତ କରିଛି। ମୁଡିଜ୍‌ ଇନଭେଷ୍ଟରର୍ସ ସର୍ଭିସ ପକ୍ଷରୁ କ୍ରେଡିଟ ସୁଇସ ଏଜିକୁ ପ୍ରଦାନ କରାଯାଇଥିବା ରିପୋର୍ଟ ମୁତାବକ, ଏସିଆର ଦେଶଗୁଡିକର ବ୍ୟାଙ୍କିଙ୍ଗ୍‌ ସିଷ୍ଟମରେ ଚାପଗ୍ରସ୍ତ ଋଣ ସମ୍ପତ୍ତି ବଢିବ। ବ୍ୟାଙ୍କଗୁଡ଼ିକ ପକ୍ଷରୁ ପ୍ରଦାନ କରାଯାଇଥିବା ମୋଟ ଋଣର ୨.୪% ଚାପଗ୍ରସ୍ତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିରେ କୁହାଯାଇଛି ଯେ, ଜୁନ ସୁଦ୍ଧା ଚାପଗ୍ରସ୍ତ ଋଣ ପରିମାଣ ଅନୁପାତ ସର୍ବାଧିକ ୯.୬% ଛୁଇଁପାରେ। ପ୍ରମୁଖ ଅର୍ଥନୀତିଗୁଡିକ କ୍ଷେତ୍ରରେ ଏହା ସର୍ବାଧିକ ବୋଲି କ୍ରେଡିଟ ସୁଇସକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି। ଇଟାଲିରେ ଏହି ଅନୁପାତ ଗତ ୩ ବର୍ଷ ଧରି ପ୍ରାୟ ୮.୫% ରହିଛି ଏଥିରେ ଦର୍ଶାଯାଇଛି।
ଭାରତ କଥା ବିଚାରକୁ ନେଲେ, ଚାପଗ୍ରସ୍ତ ସମ୍ପତ୍ତି ପରିମାଣ ହ୍ରାସ କରିବା ଦିଗରେ ସରକାର ସେତେଟା ଆଖିଦୃଶିଆ କାର୍ଯ୍ୟ କରିନାହାନ୍ତି। ଏହା ଦେଶର ଆର୍ଥତ୍କ ଅଭିବୃଦ୍ଧି ଉପରେ ଗଭୀର ପ୍ରଭାବ ପକାଉଛି। ଭାରତର ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ର ବିଫଳତା, ବ୍ୟାଙ୍କ କ୍ଷେତ୍ରରେ ଋଣ ପ୍ରଦାନ ସମସ୍ୟା ଏବଂ ବ୍ୟାଙ୍କରପ୍ସି କାର୍ଯ୍ୟଧାରାରେ ବିଳମ୍ବ ବ୍ୟାଙ୍କଗୁଡିକ ଲାଗି ଆହ୍ବାନ ସୃଷ୍ଟି କରିଛି। ଏଭଳି ସମସ୍ୟା ସେମାନଙ୍କର ବାଲାନ୍ସ ସିଟ୍‌କୁ ପ୍ରଭାବିତ କରିଛି। ଉକ୍ତ ପ୍ରସଙ୍ଗ ଉପରେ ମତ ରଖି ନିବେଶ ଫାର୍ମ ମର୍ସେଲସ୍‌ ଇନଭେଷ୍ଟମେଣ୍ଟ ମ୍ୟାନେଜର୍ସ ଲିମିଟେଡର ପ୍ରତିଷ୍ଠାତା ସୌରଭ ମୁଖାର୍ଜୀ କହିଛନ୍ତି ଯେ, ଅର୍ଥନୀତିରେ ମାନ୍ଦାବସ୍ଥା ଦେଖାଯାଇଥିବାରୁ ଏହା ଏନ୍‌ପିଏ ବଢାଇବ। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ବୁଡିବାର ଗୋଟିଏ ବର୍ଷ ପୂରଣ ହେବାକୁ ଥିବା ବେଳେ ଏନ୍‌ପିଏ ବୃଦ୍ଧିର ଆଶଙ୍କା ଉପୁଜିଛି।
ବ୍ଲୁମବର୍ଗ ତଥ୍ୟ ମୁତାବକ, ୨୦୧୭ରେ ବ୍ୟାଙ୍କରପ୍ସି କୋର୍ଟକୁ ଯାଇଥିବା ଦେଶର ୧୨ ସର୍ବବୃହତ ଋଣ ମାମଲା ମଧ୍ୟରୁ ଅଦ୍ୟାବଧି ମାତ୍ର ୬ଟିର ସମାଧାନ ହୋଇଛି। ଉକ୍ତ କ୍ଷେତ୍ରରେ ନିୟମରେ ରହିଥିବା ଅସୁବିଧା, ଭିତ୍ତିଭୂମି ଅଭାବ ଯୋଗୁ ୨୭୦ ଦିନ ମଧ୍ୟରେ ମାମଲାର ସମାଧାନ ଦିଗରେ ଏହା ବାଧା ଉପୁଜାଉଛି। ଏକ୍ଷେତ୍ରରେ ପୁରୁଣା ମାମଲାଗୁଡିକର ସମାଧାନ ସରକାରଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ରହିବ। ଜୁନ ତ୍ରୈମାସରେ ଅଭିବୃଦ୍ଧି ୫%କୁ ଖସିଥିବାରୁ ମାମଲାଗୁଡିକ ସମାଧାନ ହେଲେ ଅର୍ଥନୀତିକୁ ଗତିଶୀଳ କରାଇବା ଲାଗି ବ୍ୟାଙ୍କଗୁଡିକ ଋଣ ପ୍ରଦାନ କରିବାକୁ ସକ୍ଷମ ହେବେ। ମାନ୍ଦାବସ୍ଥା ବିରୋଧରେ ଲଢିବା ଲାଗି ସରକାର ଏନ୍‌ପିଏ କମାଇବା ଏବଂ ଛୋଟ ଛୋଟ ବ୍ୟାଙ୍କଗୁଡିକର ମିଶ୍ରଣ ନେଇ ପଦକ୍ଷେପ ନେଇଛନ୍ତି। ନୂଆ ବ୍ୟାଙ୍କରପ୍ଦି ଧାରାକୁ ଲାଗୁ କରିବାରେ ବିଳମ୍ବ, ଚାପଗ୍ରସ୍ତ ସମ୍ପତ୍ତି ନିୟମରେ ପରିବର୍ତ୍ତନ ଏବଂ ଅର୍ଥନୈତିକ ମାନ୍ଦାବସ୍ଥା ଏନ୍‌ପିଏ ଅସୁଲ ଦିଗରେ ବାଧକ ବୋଲି ଆଦିତ୍ୟ କନସଲଟିଂର ପରିଚାଳନା ପାର୍ଟନର ମାଥ୍ୟୁ ଆଣ୍ଟୋନୀ କହିଛନ୍ତି। ଅପରପକ୍ଷରେ ବ୍ୟାଙ୍କଗୁଡିକ ଇଟାଲୀ ଭଳି ଚାପଗ୍ରସ୍ତ ସମ୍ପତ୍ତି ବିକ୍ରି ଲାଗି କିଛିଟା କୋହଳ ନୀତି ଆପଣାଉ ଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri