ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ ନିମ୍ନମାନର

ବଇଣ୍ଡା, ୧୨ା୩(ଡି.ଏନ.ଏ.) ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳକୁ ଗମନାଗମନ ସୁବିଧା ପାଇଁ ସରକାର ପକ୍କା ରାସ୍ତା ନିର୍ମାଣର ଯୋଜନା କରିଥିଲେ ହେଁ କେତେଜଣ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଯୋଗୁ ଲୋକେ ଏହାର ସୁଫଳ ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ପୀତାବଳିବାହାଳ ଛକ(କନ୍ତପଡା)ଠାରୁ ବିପ୍ରଡିହ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପକ୍କାରାସ୍ତା ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ବୁଧବାର ଏ ନେଇ ଗୋପୀନାଥପୁର ଗ୍ରାମଠାରେ ପୀତାବଳିବାହାଳ, ବିପ୍ରଡିହ, କେଞ୍ଚୁଆନାଳୀ, ଗୋପୀନାଥପୁର ଆଦି ୪ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ବସିବା ପରେ ଜିଲାପାଳଙ୍କଠାରେ ଅଭିଯୋଗ କରାଯାଇଛି। ଅଭିଯୋଗପତ୍ରର ନକଲ ଗ୍ରାମ୍ୟ ନିର୍ମାଣ ଉନ୍ନୟନ ବିଭାଗ ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ପଠାଯାଇଛି।
ଗ୍ରାମବାସୀଙ୍କ ଅଭିଯୋଗ ମୁତାବକ, ପୀତାବଳିବାହାଳ ଛକ(କନ୍ତପଡା)ଠାରୁ ବିପ୍ରଡିହ ୧୨ କିମି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନରେ ପକ୍କା ରାସ୍ତା ନିର୍ମାଣ କରାଯାଉଛି। ଏଥିପାଇଁ ୭ କୋଟି ୯୯ ଲକ୍ଷ ଟଙ୍କା ଅଟକଳ ହୋଇଛି। ୧୮ ଜାନୁୟାରୀ ୨୦୨୦ ସୁଦ୍ଧା ନିର୍ମାଣ ସରିବାକୁ ଧାର୍ଯ୍ୟ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ କାମର ୫୦ ପ୍ରତିଶତ ମଧ୍ୟ ଶେଷ ହୋଇନାହିଁ। ଏଥିସହ ରାସ୍ତା ନିର୍ମାଣ ନିମ୍ନମାନର କରାଯାଉଛି। ଠିକ୍‌ ଭାବେ ମେଟାଲ ପକାଯାଉ ନ ଥିବାବେଳେ ଜଙ୍ଗଲରୁ ବେଆଇନ ଭାବେ ମାଟି ମୋରମ ପକାଯାଇ ଏହାକୁ ସମତଳ କରାଯାଉଛି। କ୍ରଶର ଗୁଣ୍ଡ ସହ ମେଟାଲ ମିଶାଯାଉ ନ ଥିବାବେଳେ ବଡ ବଡ ମେଟାଲ ସହ ମୋରମ ପକାଯାଉଛି। ସେହିପରି ଗୋପୀନାଥପୁର ନାଳ ନିକଟରେ ଏକ ପୋଲ ନିର୍ମାଣ ହୋଇଥିବାବେଳେ ଆବଶ୍ୟକ ପରିମାଣର ରଡ୍‌ ଲଗାଯାଇନାହିଁ। ସାଇଡ ଓ୍ବାଲ ମଧ୍ୟ ତିଆରି କରାଯାଇ ନ ଥିବାରୁ କିଛି ଦିନ ପୂର୍ବେ ବର୍ଷାରେ ରାସ୍ତା ଧୋଇଯାଇଛି। ବିଭାଗୀୟ ଅଧିକାରୀ ତଦାରଖ କରୁ ନ ଥିବାରୁ ଠିକାଦାର ମନଇଚ୍ଛା କାମ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗତ ମାସ ୫ ତାରିଖରେ ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରିଥିତ୍ଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ସେମାନେ ପ୍ରକାଶ କରିଛନ୍ତି। ଏଥିପ୍ରତି ଜିଲାପାଳ ଦୃଷ୍ଟିଦେଇ ଭିଜିଲାନ୍ସ ତଦନ୍ତ କରିବାକୁ ଗୋପୀନାଥପୁର ଗ୍ରାମର ପ୍ରଦୀପ କୁମାର ପ୍ରଧାନ, ଗୁରୁଚରଣ ପ୍ରଧାନ, ଅଜିତ କୁମାର ପ୍ରଧାନ, ଅଶ୍ୱିନୀ କୁମାର ପ୍ରଧାନ, ବାବାଜୀ ବେହେରା, ନବକୃଷ୍ଣ ସାହୁ ପ୍ରମୁଖ ଦାବି କରିଛନ୍ତି।
ଏ ସମ୍ପର୍କରେ ବଇଣ୍ଡା ଗ୍ରାମ୍ୟ ନିର୍ମାଣ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆ କୁହନ୍ତି, ରାସ୍ତା କାମ ନିମ୍ନମାନର ହୋଇନାହିଁ। ଯଦି ରାସ୍ତା ଧୋଇ ହୋଇଯାଇଥିବ ଏହାର ମରାମତି କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri