ମୁକାବିଲା ଲାଗି ୧୫,୦୦୦ କୋଟିର ଜରୁରୀ ପାଣ୍ଠି

ନୂଆଦିଲ୍ଲୀ,୧୦।୪: କରୋନା ମହାମାରୀର ମୁକାବିଲା ଲାଗି କେନ୍ଦ୍ର ସରକାର ୧୫,୦୦୦ କୋଟି ଟଙ୍କାର ଜରୁରୀ ପାଣ୍ଠିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ଶତ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଉଭୟ ଜାତୀୟ ଓ ରାଜ୍ୟ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ବିକାଶ ଲାଗି ବିନିଯୋଗ କରାଯିବ। ଏହି ‘ଭାରତ କୋଭିଡ୍‌-୧୯ ଜରୁରୀ ପଦକ୍ଷେପ ଏବଂ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ପ୍ୟାକେଜ୍‌’ ୫ ବର୍ଷରେ ୩ ପର୍ଯ୍ୟାୟରେ ବିନିଯୋଗ ହେବ। ଏହି ଅର୍ଥରାଶି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯିବ। ମୋଟ ଅର୍ଥରାଶିରୁ ୭୭୭୪ କୋଟି ଟଙ୍କା ଜରୁରୀ ପଦକ୍ଷେପ ଲାଗି ବ୍ୟୟ କରାଯିବାକୁ ଥିବାବେଳେ ଅବଶିଷ୍ଟ ଅର୍ଥ ମଧ୍ୟବର୍ତ୍ତିକାଳୀନ ସହାୟତା ଭାବେ ୧ରୁ ୪ ବର୍ଷ ମଧ୍ୟରେ ମିଳିବ। ଉକ୍ତ ଅର୍ଥ ମୁଖ୍ୟତଃ ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ବିକାଶରେ ବ୍ୟୟ କରାଯିବ। ଏଥିରେ ଅଧିକ କରୋନା ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବା ସହ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ଆଇସୋଲେଶନ ବେଡ୍‌, ଆଇସିୟୁ ବେଡ୍‌, ଭେଣ୍ଟିଲେଟର ଓ ଅନ୍ୟାନ୍ୟ ଜରୁରୀ ଉପକରଣ ପ୍ରସ୍ତୁତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପଗୁଡିକ ତିନି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ। ଡାଇଗ୍ନୋଷ୍ଟିକ୍ସ ଓ କୋଭିଡ୍‌-୧୯ ଚିକିତ୍ସା କେନ୍ଦ୍ର ସ୍ଥାପନ, ଜରୁରୀ ମେଡିକାଲ ଉପକରଣ ଓ ଔଷଧ ସଂଗ୍ରହ ମାଧ୍ୟମରେ ଦେଶରେ ଏହି ଭୂତାଣୁ ସଂକ୍ରମଣ ହ୍ରାସ କରାଇବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ। ଭବିଷ୍ୟତରେ ଏଭଳି ମହାମାରୀର ମୁକାବିଲା ଲାଗି ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ପ୍ରସ୍ତୁତ କରିବ ରଖିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ ବୋଲି କୁହାଯାଇଛି। ଏଥିପାଇଁ ଅଧିକ ଲାବରେଟୋରି ସ୍ଥାପନ କରିବା ସହ ପର୍ଯ୍ୟବେକ୍ଷଣ କାର୍ଯ୍ୟକୁ ଅଧିକ ମଜଭୁତ କରିବାକୁ ହେବ। ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲ ଓ ସରକାରୀ ଆମ୍ବୁଲାନ୍ସଗୁଡ଼ିକର ବିଶୋଧନ କରାଯିବା ସହ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଏବଂ ଏନ୍‌-୯୫ ଫେସ୍‌ମାସ୍କ କିଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦୁଇଦିନ ବଜ୍ରପାତ ସହ ପ୍ରବଳ ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୨୦।୨: ୨୪ ଘଣ୍ଟା ଭିତରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇଛି । ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଆଗାମୀ ୨…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

ଖୁବଶୀଘ୍ର ଭାରତ ଆସିବେ ଟ୍ରମ୍ପ! ଏହା ପୂର୍ବରୁ ହେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୨: ଭାରତ ଆମେରିକା ନେତୃତ୍ୱାଧୀନ ପାକ୍ସ ସିଲିକା ପଦକ୍ଷେପରେ ସାମିଲ ହୋଇଛି। ନୂଆଦିଲ୍ଲୀରେ ପାକ୍ସ ସିଲିକା ଘୋଷଣାପତ୍ର ସ୍ବାକ୍ଷର ସମାରୋହରେ ଭାରତରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ…

ବିମାନରୁ ହଜିଗଲା ଭାଜପା ଏମପିଙ୍କ ଲଗେଜ, ଏମପି କହିଲେ, ‘ଲଜ୍ଜାଜନକ, ମୋର ମୂଲ୍ୟବାନ…’

ନୂଆଦିଲ୍ଲୀ,୨୦।୨: ଦେଶର ସର୍ବବୃହତ ଘରୋଇ ବିମାନ କମ୍ପାନୀ ଇଣ୍ଡିଗୋ ପୁଣି ଥରେ ଏହାର ଖରାପ ସେବା ଏବଂ ଭୁଲ ପରିଚାଳନା ପାଇଁ ବିବାଦରେ ଫସିଛି। ସଦ୍ୟତମ ଘଟଣାରେ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri