ମିଳିଲା ଚୋରା କାରବାର ଚେର

ଅନୁଗୋଳ ଅଫିସ,୨୫ା୪ – ଲକ୍‌ଡାଉନ୍‌ ଯୋଗୁ ଅନୁଗୋଳ ସହରର ସମସ୍ତ ମଦ ଦୋକାନ ବନ୍ଦ ଥିଲେ ବି କିଛିଦିନ ହେଲା ଚଢ଼ା ଦରରେ ଚାଲିଥିଲା ଚୋରା କାରବାର। ଏ ନେଇ ଗତ ୨୧ ତାରିଖରେ ‘ଦୋକାନରେ ତାଲା, ଚୋରାରେ ଖୋଲାମେଲା’ ଖବର ‘ଧରିତ୍ରୀ’ରେ ପ୍ରକାଶ ପରେ ଅନୁଗୋଳ ପୋଲିସ ତଦନ୍ତକୁ ଜୋରଦାର କରିବା ସହ ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ଚୋରା କାରବାର ଚେରର ସନ୍ଧାନ ପାଇଛି। ସହର ଉପକଣ୍ଠ କରଡାଗାଡିଆରେ ଥିବା ଏକ ମଦ ଭାଟି ଉପରେ ଚଢ଼ାଉ କରି ତାହାକୁ ସିଲ୍‌ କରିଛି। ଲାଇସେନ୍ସ ପାଇଥିଲେ ବି ସେଠାରେ ଚୋରା କାରବାର କରୁଥିବା ଅଭିଯୋଗରେ ଭାଟି ମାଲିକ ତଥା ସହରର ଜଣାଶୁଣା ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସହ ମୋଟ୍‌ ୪୩ଜଣଙ୍କୁ ପୋଲିସ ଗିରଫ କରିଛି। ବିକ୍ରମଙ୍କର ଏକ ଦାମୀ ଚାରିଚକିଆ ଗାଡ଼ି, ଗୋଟିଏ ଅଟୋ ରିକ୍ସା, ୧୮ ବାଇକ୍‌ ଓ ୪୪୪୦ ଲିଟର ଦେଶୀ ମଦ ପାଉଚ, ୬ ହଜାର ଲିଟର ପୋଚ ଜବତ କରାଯାଇଥିବା ପୋଲିସ କହିଛି।


ଅନୁଗୋଳ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ଅଶ୍ବିନୀ ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ଏସ୍‌ଆଇ ପ୍ରକାଶ ମାଝି, ବିପ୍ଳବ ସାହୁ ପ୍ରମୁଖ ଭୋର୍‌ ପ୍ରାୟ ୩ଟାରେ ଭାଟି ଉପରେ ଚଢାଉ କରିଥିଲେ। ଦେଶୀମଦ ପ୍ରସ୍ତୁତ ପାଇଁ ବିକ୍ରମଙ୍କୁ ଲାଇଲେନ୍ସ ଦିଆଯାଇଥିବା ବେଳେ ଭାଟିରେ ଚୋରାରେ ମଦ ପ୍ରସ୍ତୁତ କରି ପୋଚର (ଚୋରା ବ୍ୟବସାୟୀ)ଙ୍କ ସହାୟତାରେ ବଜାରରେ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ବିଶ୍ୱସ୍ତସୂତ୍ରରୁ ପୋଲିସ ଖବରପାଇବା ପରେ ଏକ ପ୍ଲାଟୁନ ଫୋର୍ସ ସହ ଉକ୍ତ ଭାଟି ଉପରେ ଚଢାଉ କରାଯାଇଥିଲା। ଜବତ ସମସ୍ତ ସାମଗ୍ରୀ ଥାନାକୁ ନିଆଯାଇଛି। ଗିରଫଙ୍କ ମଧ୍ୟରେ ୩୦ ଜଣ ପୋଚର ଓ ୧୨ ଜଣ ମଦ ଭାଟି କର୍ମଚାରୀ ରହିଥିବା ଏସ୍‌ଡିପିଓ ସାହୁ ସୂଚନା ଦେଇଛନ୍ତି। ତେବେ ଗିରଫ ଭାଟି ମାଲିକ ବିକ୍ରମ କିଶୋର ସାହୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

 

ଥାନା ପରିସରରେ ଗାଡ଼ିରେ ଲଗାଗଲା ନମ୍ବର

ବାସଭବନରୁ ଗିରଫ ହୋଇଥିବା ଭାଟି ମାଲିକ ବିକ୍ରମ କିଶୋର ସାହୁଙ୍କ ଏକ ଦାମୀ ଗାଡିକୁ ପୋଲିସ ଜବତ କରି ଥାନାକୁ ଆଣିଥିଲା। ହେଲେ ଉକ୍ତ ଗାଡ଼ିରେ ନମ୍ବର ନ ଥିଲା। ପରେ ତାଙ୍କ ସମ୍ପର୍କୀୟ ଆସି ଥାନା ପରିସରରେ ରଖାଯାଇଥିବା ଗାଡିରେ ସେଲୋ ଟେପ ଦେଇ ଓଡି୧୯ କ୍ୟୁ-୮୮୮୮ ନମ୍ବର ଲଗାଇଥିଲେ। ଏ ନେଇ ପୋଲିସ ନିକଟରେ କୌଣସି ସୂଚନା ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri