ମିଡିଆ,ବିମାନ ଚଳାଚଳ, ବୀମା, ଏକକ ବ୍ରାଣ୍ଡ ରିଟେଲରେ ଏଫ୍‌ଡିଆଇ କୋହଳ ପ୍ରସ୍ତାବ

ନୂଆଦିଲ୍ଲୀ,୬-୭: ମିଡିଆ, ବିମାନ ଚଳାଚଳ, ବୀମା ଏବଂ ଏକକ ବ୍ରାଣ୍ଡ ରିଟେଲ୍‌ କ୍ଷେତ୍ରରେ ଏଫ୍‌ଡିଆଇ ନିୟମ କୋହଳ କରିବାକୁ ବଜେଟରେ ପ୍ରସ୍ତାବ ଦିଆଯାଇଛି। ଏହି କ୍ଷେତ୍ରଗୁଡିକରେ ଅଧିକ ବିଦେଶୀ ପୁଞ୍ଜି ଆକୃଷ୍ଟ କରାଇବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ଦେଶ ମଧ୍ୟକୁ ଏଫ୍‌ଡିଆଇ ଆଗମନରେ ୬% ବୃଦ୍ଧି ଘଟି ୬୪.୩୭ ବିଲିୟନ ଡଲାର ଛୁଇଁଛି। ଭାରତକୁ ଏଫ୍‌ଡିଆଇର ଏକ ପ୍ରମୁଖ ସ୍ଥଳ ଭାବେ ଗଢି ତୋଳିବାକୁ ପ୍ରସ୍ତାବ ରହିଥିବା ଅର୍ଥମନ୍ତ୍ରୀ କହିଛନ୍ତି। ଉପରୋକ୍ତ କ୍ଷେତ୍ରଗୁଡିକ ସହ ଆନିମେଶନ,ଭିଜୁଆଲ ଇଫେକ୍ଟ, ଗେମିଂ, କମିକ୍ସ ଏବଂ ବୀମା କ୍ଷେତ୍ରରେ ଏଫ୍‌ଡିଆଇ ଆକୃଷ୍ଟ କରିବା ପାଇଁ ଅଂଶୀଦାରଙ୍କ ସହ ଆଲୋଚନା କରାଯାଉଥିବା ସୀତାରାମନ କହିଛନ୍ତି।
ବୀମା କ୍ଷେତ୍ରରେ ମଧ୍ୟସ୍ଥଙ୍କ ଲାଗି ୧୦୦% ଏଫ୍‌ଡିଆଇ ଏବଂ ଏକକ ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ସ୍ଥାନୀୟ ସୋର୍ସିଂ ନିୟମ ଉପରେ ବିଚାର କରାଯିବାକୁ ପ୍ରସ୍ତାବ ରହିଛି। ବର୍ତ୍ତମାନ ବୀମାରେ ୪୯% ଏଫ୍‌ଡିଆଇକୁ ଅନୁମତି ଦିଆଯାଇଛି। ଏହା ମଧ୍ୟରେ ବୀମା ବ୍ରୋକିଂ, ବୀମା କମ୍ପାନୀ, ଥାର୍ଡ ପାର୍ଟି ଆଡ୍‌ମିନିଷ୍ଟ୍ରେଟର, ସର୍ଭେୟର, ଲସ୍‌ ଆସେସରମାନେ ଅଛନ୍ତି। ଅର୍ଥ ସେବା କମ୍ପାନୀଗୁଡିକ ଭଳି ବୀମା କ୍ଷେତ୍ରରେ ମଧ୍ୟ ୧୦୦% ଏଫ୍‌ଡିଆଇ ଉପରେ ବିଚାର କରିବାକୁ ଅଂଶୀଦାରମାନେ ସରକାରଙ୍କୁ ନିବେଦନ କରିଥିଲେ। ୨୦୧୫ରେ ଦେଶରେ ବୀମା ପେନିଟ୍ରେଶନ ମାତ୍ର ୩.୪% ରହିଛି। ଏହା ବିଶ୍ୱରେ ୬.୨%। ୨୦୧୪ରେ ଦେଶ ମଧ୍ୟରେ ବୀମା ପେନିଟ୍ରେଶନ ୩.୩% ଥିଲା। ସେହିଭଳି ମିଡିଆ କ୍ଷେତ୍ରରେ ୨୬% ଏଫ୍‌ଡିଆଇକୁ ଅନୁମତି ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

ଜାଣନ୍ତୁ ରେଳବାଇର ଏହି ଜରୁରୀ ନିୟମ, ନ ହେଲେ ଗଣିବାକୁ ପଡ଼ିପାରେ ଜରିମାନା

ନୂଆଦିଲ୍ଲୀ,୧୭।୮: ପ୍ରାୟତଃ ଲୋକମାନେ ରେଳ ଷ୍ଟେଶନକୁ ନିଜ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ନେବା ବା ଛାଡ଼ିବା ପାଇଁ ଯାଆନ୍ତି। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ ନେବାକୁ ପଡ଼େ।…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri