ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ପଞ୍ଚାୟତବାସୀ

ପୋଲସରା,୨୧ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କାକୁ ନେଇ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ସୋମବାର ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ସମିତିସଭ୍ୟଙ୍କ ପ୍ରତିନିଧି ଲକ୍ଷ୍ମୀ ଚରଣ ପ୍ରଧାନଙ୍କ ସମେତ ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ୱ ଲୋକ ପଞ୍ଚାୟତ କାର୍ଯ୍ୟାଳୟରେ ବସି ସରପଞ୍ଚଙ୍କୁ ଡ଼କାଇଥିଲେ। କିନ୍ତୁ ସରପଞ୍ଚ ଆସି ନ ଥିଲେ। ସରପଞ୍ଚଙ୍କ ଅନୁପସ୍ଥିତି ହେତୁ ଗ୍ରାମ ରୋଜଗାର ସେବକ (ଜିଆରଏସ)ଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ବସାଇ ସମସ୍ତ କାର୍ଯ୍ୟର ତଥ୍ୟ ମାଗିଥିଲେ। ଗ୍ରାମ ରୋଜଗାର ସେବକ ମିଥୁନ କୁମାର ସାହୁଙ୍କୁ ଏମଜିଏନଆରଇଜିଏସ୍‌ରେ ଜଗନ୍ନାଥ ବନ୍ଧଠାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟ ବ୍ୟୟ ଅଟକଳ ୭ ଲକ୍ଷ ଟଙ୍କା ରହିଛି। କିନ୍ତୁ ଏହି କାମ ଠିକ ଭାବେ ହୋଇ ନ ଥିବା ଅଭିଯୋଗ ଆଣିଥିଲେ। ଏଥିସହିତ ଖଇରଛଟାଠାରୁ ପଲ୍ଲୀଦଣ୍ଡା ରାସ୍ତା, ଯାହା ବ୍ୟୟ ଅଟକଳ ୫ ଲକ୍ଷ ଟଙ୍କା ରହିଛି। ଉକ୍ତ ରାସ୍ତାରେ କେହି କାମ ନ କରି ୧ ଲକ୍ଷ ୩୨ ହଜାର ଟଙ୍କା ବିଲ୍‌ ହୋଇଥିବା ଉକ୍ତ ପଞ୍ଚାୟତ ଖଇରଛଟା ଗ୍ରାମର ସତ୍ୟବାଦୀ ଗୌଡ଼, ତେନ୍ତୁଳିଆର ହରିହର ଦାସ, ତୋଫାନ ପ୍ରଧାନ, ଲକ୍ଷ୍ମୀ ଚରଣ ପ୍ରଧାନ, କେ. ଦିଲୀପ କୁମାର ମହାପାତ୍ର ଓ ସୁକାନ୍ତ ରାଉତ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଅଭିଯୋଗ ଆଣିଥିଲେ।
ସେହିପରି ଖଇରଛଟା ଗ୍ରାମରେ ଶିବ ମନ୍ଦିର କଙ୍କ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି, ସରକାରୀ ନିର୍ଦ୍ଦେଶ ପ୍ରକାରେ ଯେଉଁ ପରିମାଣରେ ନିର୍ମାଣ ହେବା କଥା ତାହା ନ ହୋଇ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା, ଆମ ଗଁା ଆମ ବିକାଶ ଯୋଜନାରେ ପାଠାଗାର ନିର୍ମାଣ ଲାଗି ୫ ଲକ୍ଷ ଟଙ୍କା ଆସିଥିବା ବେଳେ ତାହା ବଳାସୀ ସମାଜ କୋଠଘର ବୋଲି କହି ନିର୍ମାଣ କରାଯାଇଥିବା ଅଭିଯୋଗ ଆଣିଥିଲେ। ଗ୍ରାମ ରୋଜଗାର ସେବକ ଠିକ୍‌ ହିସାବ ବା ତଥ୍ୟ ପ୍ରଦାନ ନ କରିବା ଯୋଗୁ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ଶତପଥୀଙ୍କୁ ଡ଼କାଇ ଆଲୋଚନା କରିଥିଲେ। ଦୁଇଦିନ ପରେ ସମସ୍ତ କାର୍ଯ୍ୟର ତଦାରଖ କରି ଯାଞ୍ଚ କରିବା ପାଇଁ ଉପସ୍ଥିତ ପଞ୍ଚାୟତବାସୀଙ୍କୁ କନିଷ୍ଠ ଯନ୍ତ୍ରୀ ଶତପଥୀ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ଦୁର୍ନୀତି ପ୍ରସଙ୍ଗରେ ସରପଞ୍ଚ ପ୍ରତିନିଧି ନରହରି ପ୍ରଧାନ ପଞ୍ଚାୟତରେ ଠିକ୍‌ କାମ ହୋଇଥିବା କହିଥିଲେ। ଆଲୋଚନା ବେଳେ ତେନ୍ତୁଳିଆ ପଞ୍ଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଯେଉଁ ଦୁର୍ନୀତି ହୋଇଛି ଏହାର ଭରଣା କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ପଞ୍ଚାୟତବାସୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri