ମାର୍ଚ୍ଚ ୨୬ରେ ଓଡ଼ିଶାର ୪ ରାଜ୍ୟ ସଭା ଆସନରେ ନିର୍ବାଚନ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟ ସଭାର ୫୫ ଆସନ ଆସନ୍ତା ଏପ୍ରିଲରେ ଖାଲି ହେବାକୁ ଯାଉଛି। ଏହି ସବୁ ଆସନ ୧୭ଟି ରାଜ୍ୟର ହୋଇଥିବାବେଳେ ଏଥିରୁ ଓଡ଼ିଶାର ୪ଟି ରହିଛି। ଏହି ୫୫ ଆସନରେ ଆସନ୍ତା ମାର୍ଚ୍ଚ ୨୬ରେ ନିର୍ବାଚନ ହେବ ବୋଲି ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଏପ୍ରିଲ ୨ରେ କାର୍ଯ୍ୟକାଳ ଶେଷ ହେଉଥିବା ଓଡ଼ିଶାର ୪ଜଣ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରେ ରଞ୍ଜୀବ ବିଶ୍ୱାଳ, ନରେନ୍ଦ୍ର କୁମାର ସ୍ବାଇଁ ଏବଂ ସରୋଜିନୀ ହେମ୍ବ୍ରମ ରହିଛନ୍ତି। ସେହିପରି ଗତ ଲୋକ ସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଏମ୍‌ପି ଭାବେ ଅନୁଭବ ମହାନ୍ତି ବିଜୟୀ ହେବାପରେ ତାଙ୍କ ରାଜ୍ୟ ସଭା ଆସନ ଖାଲି ପଡ଼ିଛି। ପୂର୍ବରୁ ସେ ଇସ୍ତଫା ଦେଇସାରିଥିଲେ ମଧ୍ୟ ସେହି ଆସନରେ କେହି ରାଜ୍ୟ ସଭା ଯାଇନାହାନ୍ତି।
ଇସିଆଇଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ରାଜ୍ୟ ସଭା ନିର୍ବାଚନ ଲାଗି ମାର୍ଚ୍ଚ ୬ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୧୩ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିବସ। ମାର୍ଚ୍ଚ ୧୬ରେ ନାମାଙ୍କନ ଯାଞ୍ଚ ଓ ୧୮ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପାଇଁ ଧାର୍ଯ୍ୟ ହୋଇଛି। ମାର୍ଚ୍ଚ ୨୬ରେ ସମସ୍ତ ୫୫ ଆସନ ପାଇଁ ଭୋଟଗ୍ରହଣ ହେବ। ଉକ୍ତ ଦିନ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଏବଂ ଅପରାହ୍ନ ୫ଟାରେ ଭୋଟ ଗଣତି କରାଯିବ। ୩୦ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ଇସିଆଇଙ୍କ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ରାଜ୍ୟର ୪ ଆସନ କିଏ, କିଏ ହାତେଇବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏହି ସମସ୍ତ ଆସନ ବିଜେଡି ହାତକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ସଂଖ୍ୟାଦୃଷ୍ଟିରୁ ଦେଖିଲେ ଏଥିରୁ ୩ଟି ଆସନକୁ ବିଜେଡି ଅତି ସହଜରେ ହାତେଇପାରିବ। ଏହାସହ ଯେଉଁ ଗୋଟିଏ ଆସନକୁ ନେଇ ସନ୍ଦେହ ରହିଛି, ତାହା ମଧ୍ୟ ବିଜେଡି ସପକ୍ଷରେ ଯାଇପାରେ ବୋଲି କୁହାଯାଉଛି। ବିଧାନସଭାରେ ଭାଜପାର ୨୩ ସଦସ୍ୟ ରହିଛନ୍ତି। ସଂଖ୍ୟାଦୃଷ୍ଟିରୁ ଭାଜପା ଦୁର୍ବଳ ଥିବାବେଳେ ଗୋଟିଏ ଆସନରେ ପ୍ରାର୍ଥୀ ଦେବ ବୋଲି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି। କଂଗ୍ରେସର ମାତ୍ର ୯ଜଣ ସଦସ୍ୟ ବିଧାନସଭାରେ ଥିବାରୁ ଦଳ ନିର୍ବାଚନରୁ ଦୂରେଇ ରହିବ ବୋଲି ଚର୍ଚ୍ଚା ହେଉଛି। ଯଦି ବାମଦଳ ନେତାଙ୍କ ସମର୍ଥନ ରହେ ତେବେ କଂଗ୍ରେସ ପ୍ରାର୍ଥୀ ଦେଇପାରିବ, ଏନେଇ ଦଳର ଉଚ୍ଚପଦସ୍ଥ ନେତା ନିଷ୍ପତ୍ତି ନେବେ ବୋଲି ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଏବଂ ସିପିଆଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଆଭିମୁଖ୍ୟ ବିଜେଡି ସପକ୍ଷରେ ଥିବା ଚର୍ଚ୍ଚା ହେଉଛି। ମକରନ୍ଦ ନିଜ ଆଭିମୁଖ୍ୟ ପୂର୍ବରୁ ସରକାରଙ୍କ ସପକ୍ଷରେ ବୋଲି କହିସାରିଛନ୍ତି। ବିଗତ ନିର୍ବାଚନଗୁଡ଼ିକରେ ଶାସକ ଦଳ ପ୍ରାର୍ଥୀ ଚୟନରେ ଚକ୍‌ମା ଦେଇ ଆସିଛି। ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାକୁ ଟିକେଟ ଦେବେ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri