ମାନ୍ଦାବସ୍ଥା ସତ୍ତ୍ୱେ କମିନି ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ,୨୩-୧୨: ଦେଶରେ ମାନ୍ଦାବସ୍ଥା ଲାଗି ରହିବା ସତ୍ତ୍ୱେ ଶେୟାର ବଜାର ଉପରେ ବିଦେଶୀ ପୁଞ୍ଜି ନିବେଶକ(ଏଫ୍‌ପିଆଇ)ଙ୍କ ଭରସା ତୁଟିନି। ୨୦୧୯ରେ ବିଦେଶୀ ପୁଞ୍ଜି ନିବେଶକମାନେ ଶେୟାର ବଜାରରେ ୧.୩ ଲକ୍ଷ କୋଟି ଟଙ୍କାର ନେଟ୍‌ ନିବେଶ କରିଥିବା ଜଣାପଡିଛି। ଏହା ମଧ୍ୟରେ ଇକ୍ୱିଟିରେ ୯୭,୨୫୦ କୋଟି ଟଙ୍କା ସାମିଲ ରହିଛି। ଏହା ୬ ବର୍ଷରେ ସର୍ବାଧିକ। ୨୦୨୦ରେ ମଧ୍ୟ ଏହି ଧାରା ଲାଗି ରହିବ ବୋଲି ବଜାର ବିଶେଷଜ୍ଞମାନେ କହିିଛନ୍ତି। ବିଶ୍ୱସ୍ତରର ସୁଧହାର, ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ ଏବଂ ଘରୋଇ କର୍ପୋରେଟଗୁଡିକର ଲାଭ ଆଶାକୁ ନେଇ ବଜାର ଉପରେ ଏଭଳି ପ୍ରଭାବ ପଡିଥିବା ବଜାଜ କ୍ୟାପିଟାଲର ରିସର୍ଚ୍ଚ ଆଣ୍ଡ ଆଡଭାଇଜରି ମୁଖ୍ୟ ଆଲୋକ ଅଗରଓ୍ବାଲା କହିଛନ୍ତି।
ଏହାବାଦ ଆମେରିକା ଚାଇନା ବାଣିଜ୍ୟ ଯୁଦ୍ଧ, ଅଶୋଧିତ ତୈଳ ଦରରେ ବୃଦ୍ଧି, ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକରେ ଋଣ ପ୍ରଦାନ ସମସ୍ୟା ଲାଗି ରହିଲେ ଏହା ପୁଞ୍ଜି ବଜାର ଉପରେ ପ୍ରଭାବ ପକାଇପାରେ ବୋଲି ସେ ମତ ଦେଇଛନ୍ତି। ଏହି ସମୟରେ ବିଦେଶୀ ନିବେଶକମାନେ ୧୯ ବିଲିୟନ ଡଲାରର ନେଟ ନିବେଶ କରିଛନ୍ତି। ଏଫପିଆଇଙ୍କ ଗ୍ରସ ପରଚେଜ ବା ମୋଟ କ୍ରୟ ୧୮ ଲକ୍ଷ କୋଟି ଟଙ୍କା ରହିଛି। ଇକ୍ୱିଟି,ଡେଟ ଏବଂ ହାଇବ୍ରିଡ ସିକ୍ୟୁରିଟିରେ ଏମାନେ ୧୬.୭ ଲକ୍ଷ ଟଙ୍କାର ସିକ୍ୟୁରିଟି କ୍ରୟ କରିଥିବା ଶେୟାର ବଜାର ଡିପୋଜିଟୋରୀ ଡାଟାରୁ ସାମ୍ନାକୁ ଆସିଛି। ୨୦୧୭ରେ ବିଦେଶୀ ନିବେଶକଙ୍କ ନେଟ ପୁଞ୍ଜି ଆଗମନ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ

ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍‌ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…

8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?