ମାନ୍ଦାବସ୍ଥା ସତ୍ତ୍ୱେ କମିନି ଏଫ୍‌ପିଆଇ ନିବେଶ

ନୂଆଦିଲ୍ଲୀ,୨୩-୧୨: ଦେଶରେ ମାନ୍ଦାବସ୍ଥା ଲାଗି ରହିବା ସତ୍ତ୍ୱେ ଶେୟାର ବଜାର ଉପରେ ବିଦେଶୀ ପୁଞ୍ଜି ନିବେଶକ(ଏଫ୍‌ପିଆଇ)ଙ୍କ ଭରସା ତୁଟିନି। ୨୦୧୯ରେ ବିଦେଶୀ ପୁଞ୍ଜି ନିବେଶକମାନେ ଶେୟାର ବଜାରରେ ୧.୩ ଲକ୍ଷ କୋଟି ଟଙ୍କାର ନେଟ୍‌ ନିବେଶ କରିଥିବା ଜଣାପଡିଛି। ଏହା ମଧ୍ୟରେ ଇକ୍ୱିଟିରେ ୯୭,୨୫୦ କୋଟି ଟଙ୍କା ସାମିଲ ରହିଛି। ଏହା ୬ ବର୍ଷରେ ସର୍ବାଧିକ। ୨୦୨୦ରେ ମଧ୍ୟ ଏହି ଧାରା ଲାଗି ରହିବ ବୋଲି ବଜାର ବିଶେଷଜ୍ଞମାନେ କହିିଛନ୍ତି। ବିଶ୍ୱସ୍ତରର ସୁଧହାର, ଆରବିଆଇ ଦ୍ୱାରା ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ ଏବଂ ଘରୋଇ କର୍ପୋରେଟଗୁଡିକର ଲାଭ ଆଶାକୁ ନେଇ ବଜାର ଉପରେ ଏଭଳି ପ୍ରଭାବ ପଡିଥିବା ବଜାଜ କ୍ୟାପିଟାଲର ରିସର୍ଚ୍ଚ ଆଣ୍ଡ ଆଡଭାଇଜରି ମୁଖ୍ୟ ଆଲୋକ ଅଗରଓ୍ବାଲା କହିଛନ୍ତି।
ଏହାବାଦ ଆମେରିକା ଚାଇନା ବାଣିଜ୍ୟ ଯୁଦ୍ଧ, ଅଶୋଧିତ ତୈଳ ଦରରେ ବୃଦ୍ଧି, ଅଣ ବ୍ୟାଙ୍କିଙ୍ଗ ବିତ୍ତ ପ୍ରତିଷ୍ଠାନଗୁଡିକରେ ଋଣ ପ୍ରଦାନ ସମସ୍ୟା ଲାଗି ରହିଲେ ଏହା ପୁଞ୍ଜି ବଜାର ଉପରେ ପ୍ରଭାବ ପକାଇପାରେ ବୋଲି ସେ ମତ ଦେଇଛନ୍ତି। ଏହି ସମୟରେ ବିଦେଶୀ ନିବେଶକମାନେ ୧୯ ବିଲିୟନ ଡଲାରର ନେଟ ନିବେଶ କରିଛନ୍ତି। ଏଫପିଆଇଙ୍କ ଗ୍ରସ ପରଚେଜ ବା ମୋଟ କ୍ରୟ ୧୮ ଲକ୍ଷ କୋଟି ଟଙ୍କା ରହିଛି। ଇକ୍ୱିଟି,ଡେଟ ଏବଂ ହାଇବ୍ରିଡ ସିକ୍ୟୁରିଟିରେ ଏମାନେ ୧୬.୭ ଲକ୍ଷ ଟଙ୍କାର ସିକ୍ୟୁରିଟି କ୍ରୟ କରିଥିବା ଶେୟାର ବଜାର ଡିପୋଜିଟୋରୀ ଡାଟାରୁ ସାମ୍ନାକୁ ଆସିଛି। ୨୦୧୭ରେ ବିଦେଶୀ ନିବେଶକଙ୍କ ନେଟ ପୁଞ୍ଜି ଆଗମନ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri