ମାନସିକ ବିକାରଗ୍ରସ୍ତ ଭଉଣୀଭାଇଙ୍କୁ ସହାୟତା

ଅନୁଗୋଳ ଅଫିସ, ୧୫।୫- ଅନୁଗୋଳ ପୌରପାଳିକା ୧୬ ନମ୍ବର ଓ୍ବାର୍ଡ  ସୌଭାଗ୍ୟନଗରର ମାନସିକ ବିକାରଗସ୍ତ ସରୋଜିନୀ ଓ ଭାଇ ପ୍ରଫୁଲ୍ଲ ବେହେରାଙ୍କୁ ଥଇଥାନ କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ‘ଜୀବନ ସଂଗ୍ରାମରେ ମାନସିକ ବିକାରଗସ୍ତ ଭଉଣୀଭାଇ, ପଡୋଶୀ ଦେଲେ ପେଟକୁ ଯାଏ ଦାନା’ ଶୀର୍ଷକ ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି। ଉଭୟେ କାହିଁକି ସରକାରୀ ଯୋଜନାରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ରହିଛନ୍ତି ତାହାର ତଦନ୍ତ ପାଇଁ ଜିଲାପାଳ ପୌର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘଟଣାର ତନାଘନା ମଧ୍ୟ ଆରମ୍ଭ ହୋଇଛି। ଉଭୟଙ୍କ ନିକଟରେ ପୌର ଅଧିକାରୀ ପହଞ୍ଚିବା ସହ ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି। ଦୁଇ ଦିନ ମଧ୍ୟରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ପୌରକର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଉଭୟଙ୍କୁ ଚାଉଳ ସହ କିରୋସିନି ଓ ପନିପରିବା ମଧ୍ୟ ଯୋଗାଇ ଦିଆଯାଇଛି। ତଦନ୍ତ ସରିବା ପରେ ଉକ୍ତ ପରିବାର ସେମାନଙ୍କ ପାଇଁ ସ୍ଥାୟୀ ପ୍ରତିକାର କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri