ମାତ୍ର ୧୩ ବର୍ଷ ବୟସରୁ ହିଁ ଏହି ଅଭିନେତ୍ରୀ ମା’ ଚରିତ୍ରରେ ଆସିଥିଲେ ନଜର

ମୁମ୍ବାଇ: ନିଜର ଦମ୍‌ଦାର ଅଭିନୟ ଓ ଡ୍ୟାନ୍ସରେ ସମସ୍ତଙ୍କୁ ବାନ୍ଧି ରଖିଥିବା ବଲିଉଡ୍‌ର ଚାନ୍ଦିନୀଙ୍କ ମଙ୍ଗଳବାର ଜନ୍ମଦିନ। ୧୩ ଅଗଷ୍ଟ ୧୯୬୩ ଶିବକାଶୀରେ ଅଭିନେତ୍ରୀ ଶ୍ରୀଦେବୀଙ୍କ ଜନ୍ମ ହୋଇଥିଲା। ତାଙ୍କ ପିତା ତାମିଲ ହୋଇଥିବା ବେଳେ ମା’ ତେଲଗୁ ଥିଲେ। ଶ୍ରୀଙ୍କ ପିତା ଜଣେ ଭଲ ଓକିଲ ଥିଲେ। ଫିଲ୍ମ କ୍ୟାରିୟର କଥା କହିବାକୁ ଗଲେ ସେ ବହୁ ପ୍ରକାରର ଚରିତ୍ରରେ ଅଭିନୟ କରିଛନ୍ତି। ଶ୍ରୀଦେବୀଙ୍କୁ ହିନ୍ଦୀ ଫିଲ୍ମରେ ପ୍ରଥମ ‘ଫିମେଲ ସୁପରଷ୍ଟାର’ ବୋଲି କୁହାଯାଏ। କାରଣ ୯୦ ଦଶକରେ ଫିଲ୍ମ ହିଟ୍‌ ହେବା ପାଇଁ କୌଣସି ପୁରୁଷ ସୁପରଷ୍ଟାରଙ୍କ ଠାରୁ ଅଧିକ ଫିଲ୍ମରେ ଶ୍ରୀଦେବୀଙ୍କ ରହିବା ଜରୁରୀ ମନେକରାଯାଉଥିଲା। ସେହି ସମୟରେ ଦର୍ଶକ ଶ୍ରୀଙ୍କୁ ବେଶ୍‌ ପସନ୍ଦ କରୁଥିଲେ। ଶ୍ରୀ ମାତ୍ର ୪ ବର୍ଷ ବୟସରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଫିଲ୍ମ ‘ଥୁନେବାନ’ରୁ ଚାଇଲ୍ଡ ଆର୍ଟିଷ୍ଟ ଭାବେ ସେ ଡେବ୍ୟୁ କରିଥିଲେ। ସେହିପରି ମାତ୍ର ୧୩ ବର୍ଷ ବୟସରେ ସେ ବଡ଼ ପରଦାରେ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ମା’ ଚରିତ୍ରରେ ନଜର ଆସିଥିଲେ। କେ.ବାଲାଚନ୍ଦରଙ୍କ ଫିଲ୍ମ ‘ଏକ ମୋଦରୁ ମୁଦିଚୁ’ରେ ସେ ରଜନୀକାନ୍ତଙ୍କ ସାବତ ମା’ ଚରିତ୍ରରେ ଅଭିନୟ କରିଥିଲେ। ଯଦି ବଲିଉଡ୍‌ର କଥା କହିବା ତେବେ ତାଙ୍କର ପ୍ରଥମ ଫିଲ୍ମ ହେଉଛି ‘ ସୋଲହା ଶାଓ୍ବନ’। ଏହି ଫିଲ୍ମ ୧୯୭୮ରେ ରିଲିଜ୍‌ ହୋଇଥିଲା। ହେଲେ ୧୯୮୩ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ହିମ୍ମତଓ୍ବାଲା’ରୁ ତାଙ୍କୁ ଏକ ନୂଆ ପରିଚୟ ମିଳିଥିଲା। କାରଣ ସେହି ବର୍ଷ ଏହି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା। ସେହିପରି ୧୯୯୧ରେ ଫିଲ୍ମ ‘ଲମହେ’ରେ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ଶ୍ରୀଙ୍କୁ ଫିଲ୍ମ ଫେୟାର ଆଓ୍ବାର୍ଡ ମଧ୍ୟ ମିଳିଥିଲା। ଏହାପରେ ଶ୍ରୀ କେବେ ଆଉ ପଛକୁ ଚାହିଁ ନାହାନ୍ତି। ଫିଲ୍ମ ‘ସଦ୍‌ମା’, ‘ଖୁଦା ଗଓ୍ବା’, ‘ଚାନ୍ଦନୀ’, ‘ଜୁଦାଇ’, ‘ଆର୍ମି’, ‘ଲାଡଲା’ ଓ ‘ଗୁମରାହ’ ସମେତ ପ୍ରାୟ ୩ଶହ ଫିଲ୍ମରେ ସେ କାମ କରିସାରିଛନ୍ତି। ୧୯୯୬ରେ ଶ୍ରୀ ପ୍ରଯୋଜକ ବୋନି କପୁରଙ୍କୁ ବିବାହ କରିବା ପରେ କିଛି ସମୟ ପାଇଁ ସେ ଲାଇମ ଲାଇଟ୍‌ରୁ ଦୂରେଇ ଯାଇଥିଲେ। ହେଲେ ୨୦୧୨ରେ ଫିଲ୍ମ ‘ଇଂଲିଶ ଭିଙ୍ଗଲିଶ୍‌’ରେ ବଲିଉଡ୍‌ ଚାନ୍ଦନୀଙ୍କ ପୁଣି ଥରେ ଦମ୍‌ଦାର ଏଣ୍ଟ୍ରି ହୋଇଥିଲା। ଏହି ଫିଲ୍ମ ବେଶ୍‌ ଲୋକପ୍ରିୟ ହୋଇଥିବା ବେଳେ ଶ୍ରୀଦେବୀଙ୍କ ଅଭିନୟକୁ ବେଶ୍‌ ପ୍ରଶଂସା କରାଯାଇଥିଲା। ତେବେ ୨୦୧୭ରେ ତାଙ୍କର ଶେଷ ଫିଲ୍ମ ‘ମମ୍‌’ ହୋଇଥିବା ବେଳେ ୨୦୧୮ ଫେବୃୟାରୀ ୨୪ରେ ତାଙ୍କର ଆକସ୍ମିକ ଭାବେ ମୃତ୍ୟୁ ହୋଇଥିଲା। ତାଙ୍କୁ ମୃତ୍ୟୁକୁ ନେଇ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri