ମାଡ଼ି ଆସୁଛି ପାଣି ସଙ୍କଟ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଭୟଙ୍କର ବିପଦର ଆଭାସ ଦେଲାଣି। ପାଣିମୁନ୍ଦେ ପାଇଁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ଏକ ବିଷମ ପରିସ୍ଥିତି ସୃଷ୍ଟି ହେବା ନେଇ ଏବେଠାରୁ ଜଳ ଜଳ ହୋଇ ଦିଶିଲାଣି। ନଦୀ, ହ୍ରଦ ଜଳସ୍ତର ହ୍ରାସ ପାଉଥିବାବେଳେ ଭୂତଳ ଜଳ ମଧ୍ୟ ଶୁଖିବାରେ ଲାଗିଛି। ୨୦୫୦ ବେଳକୁ ଶିଳ୍ପ, ଚାଷବାସ, ପାନୀୟ ପାଇଁ ମହାସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଥିବା ଏକ ଆକଳନରୁ ଜଣାପଡ଼ିଛି। ପର୍ଯ୍ୟାପ୍ତ ବର୍ଷା ନ ହେବା ସାଙ୍ଗକୁ ପୁରାତନ ଗାଡ଼ିଆ ଓ ପୋଖରୀ ପୋତି ହୋଇଯିବା ଯୋଗୁ ଭୂତଳ ଜଳସ୍ତର ତଳକୁ ତଳ ଖସି ଚାଲିଛି। ରାଜ୍ୟର ଉଭୟ ସହର ଓ ଗ୍ରାମାଞ୍ଚଳରେ ପାଣି କଷ୍ଟ ଯେ ଉତ୍କଟ ହେଲାଣି ଏକଥା ଆଉ ଅଛପା ନାହିଁ। ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୭ରେ ରାଜ୍ୟର ୩୧୪ଟି ବ୍ଲକରେ ଭୂତଳ ଜଳର ସ୍ଥିତି ପରଖା ଯାଇଥିଲା। ସେଥିରୁ ୪୯ଟି ବ୍ଲକରେ ଭୂଗର୍ଭସ୍ଥ ଜଳ ଅତି ମାତ୍ରାରେ ତଳକୁ ତଳ ଦ୍ରୁତ ଗତିରେ ଖସି ଖସି ଚାଲିଛି। ଭୂତଳ ଜଳ ଆକଳନ ଅନୁଯାୟୀ ରାଜ୍ୟର ୫ଟି ବ୍ଲକ ବାଲେଶ୍ୱର ଜିଲାର ବାହାନଗା ଓ ବାଲିଆପାଳ, ଯାଜପୁର ଜିଲାର କୋରେଇ, କେନ୍ଦ୍ରାପଡ଼ା ଜିଲାର ଗରଦପୁର ଏବଂ ଖୋର୍ଦ୍ଧା ଜିଲାର ବୋଲଗଡ଼ ବ୍ଲକରେ ଭୂତଳ ଜଳ ସଙ୍ଗିନ ଅବସ୍ଥାକୁ ଆସି ଗଲାଣି। ଏସବୁ ବ୍ଲକରେ ଭୂଗର୍ଭ ଜଳ ୭୦ରୁ ୯୦ ଭାଗ ବ୍ୟବହାର ହେଉଛି। ସେହିପରି ୪୪ଟି ବ୍ଲକରେ ମଧ୍ୟ ଭୂଗର୍ଭ ଜଳ ବିପଦ ମୁହାଁ ହୋଇଛି। ଏହି ବ୍ଲକଗୁଡ଼ିକରେ ଲୋକମାନେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ୬୦ରୁ ୭୦ ଭାଗ ଜଳ ବ୍ୟବହାର କରୁଛନ୍ତି। କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳଗୁଡ଼ିକୁ ମଧ୍ୟ ପିଇବା ପାଣିର ସଙ୍କଟ ମାଡ଼ି ଆସୁଛି। ୨୭ଟି ସହରାଞ୍ଚଳରେ ଭୂଗର୍ଭସ୍ଥ ଜଳ ଦ୍ରୁତ ବେଗରେ ହ୍ରାସ ପାଇ ଚାଲିଛି। ସେହି ସହରଗୁଡିକ ହେଲା କଟକ, ଭୁବନେଶ୍ୱର, ଅନୁଗୋଳ, ତାଳଚେର, ବରଗଡ଼, ପଦମପୁର, ବରପାଲି, ଟିଟିଲାଗଡ଼, ଆସ୍କା, ଦିଗପହଣ୍ଡି, ହିଞ୍ଜିଳିକାଟୁ, ବ୍ରହ୍ମପୁର, ଝାରସୁଗୁଡା, ଯୋଡ଼ା, ଖୋର୍ଦ୍ଧା, ବାରିପଦା, ନବରଙ୍ଗପୁର, ନୟାଗଡ଼, ପୁରୀ, ସମ୍ବଲପୁର, ଢେଙ୍କାନାଳ, ତରଭା, ସୋନପୁର, ରାଉରକେଲା, ବଲାଙ୍ଗୀର, କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ।
ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ମୁଣ୍ଡପିଛା ଜଳ ପରିମାଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ୧୯୯୧ରେ ବାର୍ଷିକ ମୁଣ୍ଡପିଛା ଜଳ ରାଜ୍ୟରେ ୩୮୦୨.୮୪ ଘନ ମିଲିଲିଟର ଉପଲବ୍ଧ ହେଉଥିବା ବେଳେ ୨୦୦୧ରେ ୩୩୫୯.୧୭, ୨୦୧୧ରେ ୨୮୬୮.୩୫ ଏବଂ ୨୦୧୯ରେ ଏହା ୨୫୭୮.୦୯ ଘନ ମିଲିଲିଟରକୁ ଖସି ଆସିଛି। ୨୦୩୦ ବେଳକୁ ପରିସ୍ଥିତି ଆହୁରି ସଙ୍ଗିନ ହେବ। ସେତେବେଳକୁ ରାଜ୍ୟରେ ମୁଣ୍ଡପିଛା ଜଳ ୨୩୨୯.୮୮ ଘନ ମିଲିଲିଟରକୁ ଖସିଯିବା ନେଇ ଆକଳନ କରାଯାଇଛି। ରାଜ୍ୟର ପ୍ରମୁଖ ଜଳଉତ୍ସ ମହାନଦୀ ସମେତ ୧୧ଟି ବୃହତ୍‌ ନଦୀରେ ୯୫,୫୪୦ ନିୟୁତ କ୍ୟୁବିକ ମିଟର ଜଳ ଧାରଣ କ୍ଷମତା ଥିବାବେଳେ ସେଥିରୁ ୪୪,୪୫୦.୩୫ ନିୟୁତ କ୍ୟୁବିକ ମିଟର ଜଳ ବିଭିନ୍ନ ଉଦ୍ଦେଶ୍ୟରେ ବ୍ୟବହାର ହେଉଛି। ପ୍ରାୟ ଅଧା ଅର୍ଥାତ ୫୧,୦୮୯.୬୫ ନିୟୁତ କ୍ୟୁବିକ ମିଟର ଜଳ ସମୁଦ୍ରକୁ ଚାଲି ଯାଉଛି। ତେବେ ୨୦୫୦ ବେଳକୁ ପରିସ୍ଥିତି ଆହୁରି ଚିନ୍ତାଜନକ ହେବ। ଉକ୍ତ ନଦୀଗୁଡ଼ିକର ଜଳଧାରଣ କ୍ଷମତା ହ୍ରାସ ପାଇଯିବା ନେଇ ଆକଳନ କରାଯାଇଛି। ଏସବୁ ନଦୀରେ ୮୫,୮୯୧ ନିୟୁତ କ୍ୟୁବିକ ମିଟର ପ୍ରବାହିତ ହେବ। ସେଥିରୁ ବିଭିନ୍ନ କାର୍ଯ୍ୟ ପାଇଁ ୮୧,୧୦୯ ନିୟୁତ କ୍ୟୁବିକ ମିଟର ବିନିଯୋଗ କରାଯିବ ବୋଲି ଆକଳନ କରାଯାଇଛି। ୨୦୫୦ ବେଳକୁ ଉଭୟ ଭୂପୃଷ୍ଠ ଓ ଭୂଗର୍ଭସ୍ଥ ଜଳ ୧୪୧ ବିଲିୟନ କ୍ୟୁବିକ ମିଟର(ବିସିଏମ)ରୁ ୧୨୯ ବିସିଏମକୁ ଖସିଯିବା ନେଇ ଅନୁମାନ କରାଯାଇଛି।
ଜଳ ସଙ୍କଟ ଦୂର କରିବାକୁ କୌଣସି ଦୀର୍ଘକାଳୀନ ଯୋଜନା କରାଯାଉ ନ ଥିବାରୁ ଏହି ସଙ୍କଟ ଆହୁରି ସାଂଘାତିକ ହେବ ବୋଲି ବିଶେଷଜ୍ଞମାନେ ଅନୁମାନ କଲେଣି। ଭୂତଳ ଜଳ ଖସୁଥିବାରୁ ରାଜ୍ୟ ସରକାର ସରକାରୀ ଓ ବେସରକାରୀ କୋଠା ଛାତ ଉପରେ ବର୍ଷା ଜଳ ଅମଳ କରିବା ସହିତ ପ୍ରାୟ ୩,୩୦୦ ଅଚଳ କୂପର ପୁନରୁଦ୍ଧାର କରିବାକୁ ଅଣ୍ଟା ଭିଡ଼ୁଥିବା ଜଳ ସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ…

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri