ମାଡ଼ର ପ୍ରତିଶୋଧ ହତ୍ୟାରେ

ରାସୋଳ, ୧୫।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ କୁକୁଟା ଗ୍ରାମର ରାଜମିସ୍ତ୍ରି ବୁନୁ ବେହେରା (୪୦) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଞ୍ଚପଡ଼ା ଗ୍ରାମର ପ୍ରଶାନ୍ତ ବେହେରା (୨୮), ତାଙ୍କ ସହଯୋଗୀ ମହେଶ୍ୱର ଚାନ୍ଦ (୩୬), ଟୁବୁଲୁ ବାରିକ (୧୮) ଏବଂ ଚିତ୍ତଲପୁର ସରଧାବେରେଣୀର ସମୀର ବିଶୋଇ (୩୧)ଙ୍କୁ ରାସୋଳ ପୋଲିସ ଗିରଫ କରିଛି। ଗତ ଫେବୃୟାରୀରେ କୁକୁଟା ଗ୍ରାମରେ କ୍ରିକେଟ ଖେଳ ଚାଲିଥିବାବେଳେ କମେଣ୍ଟମରାକୁ ନେଇ ଗଣ୍ଡଗୋଳ ହୋଇଥିଲେ। ଏଥିରେ ବୁନୁ ସମ୍ପୃକ୍ତ ୪ଜଣଙ୍କୁ ମାଡ଼ ମାରି ଲହୁଲୁହାଣ କରିଦେଇଥିଲେ। ଘଟଣା ଥାନାକୁ ଯାଇ ନ ଥିଲେ ମଧ୍ୟ ପ୍ରତିଶୋଧ ନେବାକୁ ଅଭିଯୁକ୍ତମାନେ ବାଟ ଖୋଜୁଥିଲେ। ଗତ ଶୁକ୍ରବାର ବୁନୁଙ୍କୁ ଏକାକୀ ପାଇ ସେମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି।
ଘଟଣା ସମ୍ପର୍କରେ ସୂଚନା ଦେଇ ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କହିଛନ୍ତି ଯେ, ଗତ ଶୁକ୍ରବାର ଖପରାନାଳ ନିକଟ ଏକ ଜମିରୁ ବୁନୁଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ମୃତକଙ୍କ ସ୍ତ୍ରୀ ଯଶୋବନ୍ତୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଘଟଣା ଦିନ ବୁନୁ ପଞ୍ଚପଡ଼ାକୁ କାମ କରିବାକୁ ଯାଇଥିଲେ। ଫେରିବାରେ ବିଳମ୍ବ ହେବ ବୋଲି ସେ ଘରକୁ ଫୋନ୍‌ କରି କହିଥିଲେ। ତେବେ ଏହାର କିଛି ଘଣ୍ଟା ପରେ ବୁନୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ଚ୍ୟାଲେଞ୍ଜ ପାଲଟିଥିବାବେଳେ ଆଇଆଇସି ବିଜୟ ହାଇବ୍ରୁ, ଏଏସ୍‌ଆଇ ସୌମ୍ୟରଞ୍ଜନ ନାଥ, ପ୍ରଦୀପ ଶତପଥୀ, ବୈକୁଣ୍ଠନାଥ ଘଡ଼ାଇ, ସରୋଜ ପାଣିଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିଲା। ଘଟଣା ଦିନ ବୁନୁ ସାଇକେଲରେ ଘରକୁ ଫେରିବା ବାଟରେ ପ୍ରଶାନ୍ତ ଦେଖିଥିଲେ। ତେବେ ବୁନୁ କୌଶଳକ୍ରମେ ସେଠାରୁ ଖସିଆସିବାକୁ ସକ୍ଷମ ହୋଇଥିଲେ। ଏହି ସମୟରେ ଏକ ସ୍କୁଟିରେ ମହେଶ୍ୱର, ଟୁବୁଲ, ସମୀର ଆସୁଥିବାବେଳେ ପ୍ରଶାନ୍ତ ସେମାନଙ୍କୁ ଆଗରେ ଛାଡ଼ି ଦେବାକୁ କହିଥିଲେ। ସମସ୍ତେ ବୁନୁଙ୍କ ନିକଟତର ହେବାପରେ ଉତ୍ତ୍ୟକ୍ତ ପ୍ରଶାନ୍ତ ପ୍ରଥମେ ଏକ ଠେଙ୍ଗାରେ ଓ ପରେ କାତିରେ ତାଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ଅନ୍ୟମାନେ ଭୟଭୀତ ହୋଇ ଫେରି ଆସିଥିଲେ। ତେବେ ଉତ୍ତ୍ୟକ୍ତ ପ୍ରଶାନ୍ତ ତାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ। ଏ ନେଇ ନଂ.୮୨/୨୦ରେ ଏକ ମାମଲା ରୁଜୁ କରାଯାଇଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri