ମାଛ ବିକ୍ରି ଆରମ୍ଭ କଲେ ସ୍ବୟଂ ସହାୟକ ଗୋଷ୍ଠୀ

ଦେବଗଡ,୨୨ା୪(ଡି.ଏନ.ଏ.)-ଲକ୍‌ ଡାଉନ ସମୟରେ ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ା ଏହା ହୃଦୟଙ୍ଗମ କରି ରାଜ୍ୟ ସରକାର କେତେକ କ୍ଷେତ୍ରରେ କରୋନା ପାଇଁ ନିଆଯାଇଥିବା କେତେକ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ା ଏହାକୁ ଆଖି ଆଗରେ ରଖି ଦେବଗଡ଼ ଜିଲାର କେତେକ ସ୍ବୟଂ ସହାୟକ ଗୋଷ୍ଠୀ ମାଛ ବିକ୍ରି କରିବା ଆରମ୍ଭ କରିଛନ୍ତି ା ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ସାମିଲ ହୋଇ ବେଶ୍‌ ଦୁଇ ପଇସା ରୋଜଗାର କରୁଛନ୍ତି ା ସେହି ଅର୍ଥ ତାଙ୍କ ପରିବାର ଚଳାଇବାରେ ସହାୟକ ହୋଇଛି ବୋଲି ସେମାନେ କହିଛନ୍ତି ା
ମିଳିଥିବା ସୂଚନା ଅନୁଯାୟୀ, ଜିଲାର ତିଲେଇବଣି ବ୍ଲକ ଅନ୍ତର୍ଗତ ବଡଛାପଲ ଗ୍ରାମପଞ୍ଚାୟତ ତିରିବ୍‌ ଗ୍ରାମର ମା’ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବାରକୋଟ ବ୍ଲକ କାଉଁସିବାହାଲ ଗ୍ରାମପଞ୍ଚାୟତ ସିମିଳିନାଳୀ ଗ୍ରାମର ମା’ ବୀଣାପାଣି ସ୍ବୟଂ ସହାୟକ ଗୋଷ୍ଠୀ ଏହି ସୁଯୋଗର ସଦୁପଯୋଗ କରିଛନ୍ତି ା ସେମାନେ ନିଜ ନିଜ ଗାଁ ବନ୍ଧରେ ମାଛଚାଷ କରିଥିଲେ ା ଏବେ ସେହି ମାଛ ଅମଳ ସମୟ ା ସେମାନେ ସେହି ମାଛକୁ ଧରି ବିକ୍ରି ଆରମ୍ଭ କରିଛନ୍ତି ା ମାଛ ଧରିବା ଏବଂ ବିକ୍ରି କରିବା ସମୟରେ ଗୋଷ୍ଠୀର ସଦସ୍ୟାମାନେ ସାମାଜିକ ଦୂରତା ରକ୍ଷା କରିବା ସହିତ ମୁହଁ ଓ ନାକକୁ ଘୋଡାଇ ରଖି ସରକାରଙ୍କ କରୋନା କଟକଣା ନିୟମକୁ ସମ୍ପୂର୍ଣ୍ଣ ଭାବେ ପାଳନ କରୁଛନ୍ତି ା ରବିବାର ବନ୍ଧହୁଡାରେ ହିଁ ସମସ୍ତେ ମାଛ ବିକ୍ରୟ କରିଥିଲେ ା ମା’ ସରସ୍ବତୀ ସ୍ବୟଂ ସହାୟକ ଗୋଷ୍ଠୀ ୧ କୁଇଣ୍ଟାଲ ୬୦ କେଜି ଏବଂ ମା’ ବୀଣାପାଣି ସ୍ବୟଂ ସହାୟକ ଗୋଷ୍ଠୀ ୭୦ କେଜି ମାଛ ବିକ୍ରୟ କରିଛନ୍ତି ା ସେହିଭଳି ଗତ ଶୁକ୍ରବାର ତିଲେଇବଣି ଗୁଣ୍ଡୁରିପୋଷି ମା’ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ ନିଜ ଗାଁ ବନ୍ଧରୁ ୧କୁଇଣ୍ଟାଲ ମାଛ ଧରି ବିକ୍ରୟ କରିଥିଲେ ା ଲକ୍‌ଡାଉନ ସମୟରେ ସରକାରଙ୍କ ପକ୍ଷରୁ ମାଛ ଚାଷ ଉପରୁ କଟକଣା ହଟାଇ ଦିଆଯାଇଥିବାରୁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ବେଶ୍‌ ସକ୍ରିୟ ହୋଇ ଉଠିଛନ୍ତି ା ସେମାନେ ଖୁସିରେ ମାଛ ଧରିବା ସହିତ ବିକ୍ରି କାମ କରୁଥିବା ଜିଲା ମତ୍ସ୍ୟ ଅଧିକାରୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

ଅନଲାଇନ୍ ନିରାପତ୍ତା ଓ ସାଇବର ଅପରାଧ ନେଇ ସଚେତନତା   

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ବୁଧବାର ସ୍ଥାନୀୟ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ଓ ବେଟି ପଢାଓ କାର୍ଯ୍ୟକ୍ରମ…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri