Posted inଫୁରସତ

ମାଙ୍କଡ଼ ପଢୁଛି ପାଠ

ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି। ଫଳରେ ବିଦ୍ୟାଳୟ ଯିବାକୁ ପିଲା ଆଗ୍ରହୀ ହେଉଛନ୍ତି। ଖାଲି ଯେ, ପିଲାମାନେ ଏହାକୁ ଅନୁକରଣ କରୁଛନ୍ତି ତା’ନୁହେଁ, ଏକ ମାଙ୍କଡ଼ ମଧ୍ୟ ପ୍ରତିଦିନ ବିଦ୍ୟାଳୟ ଯାଉଛି ପାଠ ପଢ଼ିବାକୁ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଆନ୍ଧ୍ରପ୍ରଦେଶର ଏକ ବିଦ୍ୟାଳୟରେ। ଆନ୍ଧ୍ରର ପିପୁଲ ବ୍ଲକ ବେଙ୍ଗଲମପଲ୍ଲୀ ଗଁାରେ ଥିବା ଏକ ବିଦ୍ୟାଳୟକୁ ଗୋଟିଏ ମାଙ୍କଡ଼ ପାଠ ପଢ଼ିବାକୁ ଆସୁଛି। ପିଲାମାନେ ଯେତେବେଳେ ବହିବସ୍ତାନୀ ଧରି ଶ୍ରେଣୀ ଗୃହକୁ ପ୍ରବେଶ କରିଥା’ନ୍ତି ମାଙ୍କଡ଼ଟି ସେମାନଙ୍କ ସହିତ ଯାଇ ଶ୍ରେଣୀରେ ବସିପଡୁଛି।

ଖାଲି ଏତିକି ନୁହେଁ, ଶିକ୍ଷକ ପଢ଼ାଉଥିବାବେଳେ ଧ୍ୟାନର ସହିତ ସେ ବସି ଶୁଣୁଛି। ପ୍ରଥମେ ଯେଉଁଦିନ ମାଙ୍କଡ଼ଟି ଶ୍ରେଣୀଗୃହରେ ପ୍ରବେଶ କଲା, ଶିକ୍ଷକଙ୍କ ସମେତ ପିଲାମାନେ ମଧ୍ୟ ଭୟଭୀତ ହୋଇ କବାଟ ଝରକା ବନ୍ଦ କରିଦେଲେ। କିନ୍ତୁ ଝରକା ନିକଟରେ ବସି ସେ ପାଠ ଶୁଣୁଥାଏ। ଏହାପରଠାରୁ ପ୍ରତିଦିନ ମାଙ୍କଡ଼ଟି ପିଲାଙ୍କ ବିଦ୍ୟାଳୟ ଆସିବା ସମୟରେ ଶ୍ରେଣୀଗୃହକୁ ଆସି ଧୀରସ୍ଥିର ହୋଇବସିଲା। ମାଙ୍କଡ଼ଟି କିଛି କ୍ଷତି କରୁ ନ ଥିବା ଦେଖି ଶିକ୍ଷକ ଏବଂ ପିଲାମାନେ ମଧ୍ୟ ତାକୁ ଆଉ ଘଉଡ଼ାଇଲେ ନାହିଁ। ଶିକ୍ଷକ ମାଙ୍କଡ଼ର ନାଁ ଲକ୍ଷ୍ମୀ ଦେଇଛନ୍ତି। ଉପସ୍ଥାନ ଡାକିବା ସମୟରେ ପିଲାଙ୍କ ପରି ମଧ୍ୟ ସେ ଠିଆ ହୋଇପଡ଼ୁଛି। ଏହା ବ୍ୟତୀତ ପ୍ରାର୍ଥନା କରିବା, ଖେଳିବା, ପିଲାଙ୍କ ସହ ମିଶି ମଧ୍ୟାହ୍ନଭୋଜନ କରୁଛି । ଶିକ୍ଷକ କୁହନ୍ତି, ଲକ୍ଷ୍ମୀ ବିଦ୍ୟାଳୟକୁ ଆସିବା ଦିନୁ ପିଲାଙ୍କ ଉପସ୍ଥାନ ମଧ୍ୟ ବଢ଼ିଯାଇଛି। ଲକ୍ଷ୍ମୀର ପାଠ ପଢ଼ିବା ଆଗ୍ରହ ଦେଖି ଶିକ୍ଷକ ଖୁସି ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri