ଭଟଲି,୧୨ା୪(ଡି.ଏନ୍.ଏ.) : ଦିନକୁଦିନ କରୋନା ଭୟାବହତା ରାଜ୍ୟରେ ବଢ଼ିଚାଲିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଗତ ୯ତାରିଖରୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରିଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳରେ ମାସ୍କ ମିଳୁନାହିଁ। ସେଥିପାଇଁ କେତେକ ସଂଗଠନ ପକ୍ଷରୁ ରବିବାର ଭଟଲି ଦୈନିକ ପରିବା ବଜାର ପରିସରରେ ଲୋକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯାଇଛି। ଏହାସହିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରତିଦିନ ମାସ୍କ ବ୍ୟବହାର କଲେ କରୋନା ଭଳି ଭୂତାଣୁ ଦୂରେଇ ହେବ ବୋଲି ସଚେତନ କରାଯାଇଥିଲା। ଏହି ଅବସରରେ ଭଟଲି ଚିରଞ୍ଜିଲାଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ମୁଖ୍ୟ କହ୍ନେୟାଲାଲ ଅଗ୍ରୱାଲ, କୌସ୍ତୁବ ସାହୁଙ୍କ ସମେତ ଭଟଲି ବଣିକ ସଂଘ ସଦସ୍ୟ ରାଜେଶ ଅଗ୍ରୱାଲ, ରାଧେଶ୍ୟାମ ପଣ୍ଡା, ନରସିଂହ ସାହୁ, ଅର୍ଜୁନ ସାହୁ ପ୍ରମୁଖ ମାଗଣାରେ ୪୦୦ ମାସ୍କ ବଣ୍ଟନ କରିଥିଲେ। ସେହିପରି ଭଟଲି ଭାଜପା ପକ୍ଷରୁ ରାଜ୍ୟ ଯୁବ ଭାଜପା ସମ୍ପାଦକ ଇରାସିସ୍ ଆଚାର୍ଯ୍ୟ, ଅଚ୍ୟୁତ ବୁଧିଆ, ପ୍ରତାପ ପଧାନ, ଫାରୁକ ଖାଁ, ସରୋଜ ବେହେରା, କ୍ଷୀରୋଦ ପଧାନ ପ୍ରମୁଖ ଲୋକଙ୍କୁ ମାଗଣାରେ ୧୨୦୦ ମାସ୍କ ବଣ୍ଟନ କରିଥିଲେ। ଏହି ଅବସରରେ ଭଟଲି ବିଡିଓ ଧୀରେନ୍ଦ୍ର ସେଠୀ, ଭଟଲି ଥାନା ଅଧିକାରୀ ରଞ୍ଜିତ କୁମାର ନାଏକ ପ୍ରମୁଖ ପୋଲିସ କର୍ମଚାରୀମାନେ ବଜାରରେ ବୁଲି ଉଭୟ ଚାଷୀ ଏବଂ ଖାଉଟିମାନଙ୍କ ପାଖକୁ ଯାଇ ପ୍ରତ୍ୟହ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ।
Posted inHome, ଆମ ଜିଲା ଖବର, କରୋନା ଭାଇରସ୍, ବରଗଡ଼ View All
ଟ୍ରକ୍ରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର
ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...
ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର
ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...
ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…
ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...
ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…
ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...
ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...
ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି
ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...
ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ
ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...
ବାଇକ୍ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ
ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...
Archives


