ମା’କେ ଝୁରି ହେଉଛନ୍‌ ଶିବାନନ୍ଦ: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

ଲୋଇସିଂହା, ୨୮ା୧୨ (ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଛେଲବାହାଲ ଗଁାର ପ୍ରେମାନନ୍ଦ ଦନ୍ତା(୪୫)କଁର ମାଏକିନା ଲବଙ୍ଗକଁର ମାସେ ତଲେ ମୁର୍‌ତୁ ହେଇଛେ। ଏନ୍‌ତାଥି ତାକର ସାଢ଼େ ୪ ବଛର୍‌ର ପୁଓ ଶିବାନନ୍ଦ ମା’କେ ହରମେଶା ଝୁରି ହେଉଛନ୍‌। ବଡ଼ଭାଗି ସମିଆ ସେ ମା’କେ ଝୁରି ଝୁରି କଁଦାକଟା କରବାର ଲାଗି ତାହାକୁ ଜର ହେଇଯାଉଛେ ବଲି ତାକର ପଡ଼ିଶା ଘରର ଲୋକ୍‌ କହିଛନ୍‌।
ସୂଚନା ହିସାବେ ଯୋଗୀସର୍ଡ଼ା ପଁଚେତ୍‌ ଅଧୀନ ଛେଲବାହାଲ ଗଁାର ପ୍ରେମାନନ୍ଦକଁର ପରିବାର କହେଲେ ପଁଚମ୍‌ ଶ୍ରେଣୀରେ ପଢ଼ୁଥିବାର ଝି’ ପ୍ରିୟଙ୍କା ଆର ପୁଓ ଶିବାନନ୍ଦକୁଁ ନେଇ ସଁସାର। ମାସେ ତଲେ ମାଏକିନା ଲବଙ୍ଗ ଆରପାରକେ ଚାଲିଯାଇଛନ୍‌। ଏନ୍‌ତାଥି ଦୁଇ ମା’ଛେଉଁଡ୍‌ ଛୁଆ ମା’କେ ଝୁରି ଝୁରି ଅଲାଜିଅଁା ହେଇଯାଉଛନ୍‌। ଅନେକ ସମିଆରେ ତାକର ଦିହିପା ଖରାପ ହେଇଯାଉଛେ। ଇଆଡ଼େ ପ୍ରେମାନନ୍ଦ ଝନେ ନିହାତି ଗରିବ୍‌ ଲୋକ୍‌, ଜମିବାଡ଼ି ବଲି କିଛି ନାଇଁ। କୁଲିମଜୁରି କରି କୁଟୁମ ପୁଷୁଛନ୍‌। ମାସକେତେ ତଲେ ପରିବାରଟା ଅଲପ୍‌ ରୁଜ୍‌ଗାରରେ ବି ହଁସ୍‌ଖୁସିରେ ଚଲୁଥିଲେ। ହେଲେ ଅଚାନକ ନଭେମ୍ବର ଦୁତୀଅ ହପ୍‌ତାବେଲେ ଲବଙ୍ଗକଁର ଦିହିପା ଖରାପ ହେଇ ମୁହୁଁ ମୁରି ହେଇଯାଇଥିଲା। ପ୍ରେମାନନ୍ଦ ଲବଙ୍ଗକୁଁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭରତି କରିଥିଲେ। ସେଠାନେ ଦିନାକେତେ ଚିକିଛା କଲା ଉତାରୁ ଡାକ୍‌ତର ବୁର୍ଲା ନେବାକେ ପରାମଶ ଦେଇଥିଲେ। ଏନ୍‌ତାଥି ପ୍ରେମାନନ୍ଦ ଧାରଉଧାର କରି ଲବଙ୍ଗକୁଁ ବୁର୍ଲା ବଡ଼ ଡାକ୍‌ତରଖାନା ନେଇଥିଲେ। ସେଠାନେ ଚିକିଛାଧୀନ ଅବସ୍‌ତାରେ ନଭେମ୍ବର ୨୭ ତାରିଖ ଲବଙ୍ଗକଁର ମୁର୍‌ତୁ ହେଇଥିଲା। ଲବଙ୍ଗକଁର ମୁର୍‌ତୁରେ ପ୍ରେମାନନ୍ଦ ଦୁଖ୍‌ରେ ଭାଂଗି ପଡ଼ିଛନ୍‌। ଦୁଇ ଛୋଟ୍‌ ଛୋଟ୍‌ ଛୁଆକର ଭବିଷତ୍‌ କେନ୍‌ଥେଇ ଗଢ଼ବେ, ପାଲପୋଷ କରବେ ସେ ଚିନ୍‌ତାରେ ତାହାକୁ ଚାର୍‌ହିକୁତି ଅଁଧାର ଦିଶୁଛେ। ପ୍ରେମାନନ୍ଦ ଝି’କେ କେହେନ୍‌ସିମିତି ଭୁରତେଇଛନ୍‌। ହେଲେ ପୁଓ ଶିବାନନ୍ଦକୁଁ ଭୁରତାବାର ତାକର ପକ୍ଷେ ସମ୍‌ଭବ ନାଇଁ ହେବାର। ସେ ସବୁବେଲେ ମା’ର ପାସ୍‌କେ ଯିମି ବଲି ଜିଦ୍‌ ଧରୁଛନ୍‌। ଶୁକୁରବାର ଶିବାନନ୍ଦ ସଖାଲୁ ଉଠ୍‌ଲାରୁ ପ୍ରେମାନନ୍ଦ ତାହାକୁ ବ୍ରସ କରାବାକେ ଗଁାଖୁଲିକେ ଆନିଥିଲେ। ହେଲେ ଶିବାନନ୍ଦ ମା’ ବ୍ରସ୍‌ କରେଇଦେବା, ମା’କେ ଡାକିଆନ ବଲି ଜିଦ୍‌ କରି କଁଦାକଟା କରିଥିଲେ। ଇ ଦୁରୁଶ୍‌ ଦେଖି ଆସେପାସେ ଥିବାର ଲୋକ୍‌ମାନକର ଆଏଁଖ୍‌ଥୁ ଲହ ଝରି ପଡ଼ିଥିଲା। ଲବଙ୍ଗ ଚାଲିଗଲା ଉତାରୁ ପ୍ରେମାନନ୍ଦ ଏହେଦେ ମା’ବାପ୍‌ ଦୁଇଝନ୍‌କର ଦାଇତିଅ ତୁଲଉଛନ୍‌। ଛୁଆକୁ ଦେଖ୍‌ରେଖ କରବାର ଲାଗି ବି ଘରେ କେହି ନାଇଁ। ଏନ୍‌ତାଥି ସେ ବାହାରକେ କୁଲିମଜୁରି କରିଯାଇ ନାଇଁପାରବାର। ଇଆଡ଼େ ପ୍ରେମାନନ୍ଦ ଲବଙ୍ଗକଁର ଚିକିଛା ଲାଗି ଆଗ୍‌ରୁ ଲାଗ୍‌ବରମସରେ ବୁଡ଼ି ରହିଛନ୍‌। କିଛି ସରକାରୀ ସାହାଯ୍‌ ମିଲ୍‌ଲେ ହେଲେ ଛୁଆପିଲାକର ଭବିଷତ୍‌ ଗଢ଼ିପାରତି ବଲି ପ୍ରେମାନନ୍ଦ କହିଛନ୍‌। ଗଁାବାସୀ ବି ଇ ଦୁଖି ପରିବାରକେ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri