ମା’ ବିରଜାଙ୍କ ଦୁର୍ଗୋତ୍ସବ ପାଇଁ ପ୍ରସ୍ତୁତି

ଯାଜପୁର ଟାଉନ,୧୨।୯(ଡିଏନଏ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ଚଳିତ ବର୍ଷ ପାର୍ବଣ ଯାତ୍ରା ତଥା ଦୁର୍ଗୋସତ୍ବ ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପ୍ରଶାସନ ଓ ସେବାୟତ ପରିଷଦ ମଧ୍ୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୨ଟା ୩୦ରେ ମନ୍ଦିର ପରିସର ନାଭିଗୟା ମଣ୍ଡପଠାରେ ଆୟୋଜିତ ବୈଠକରେ ମନ୍ଦିର ପ୍ରଶାସନ ତରଫରୁ ମୁଖ୍ୟ ପରିଚାଳକ ତଥା ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲାପାଳ ଅନୂପ କୁମାର ବେହେରା ଓ କର୍ମଚାରୀ ଗୁରୁଚରଣ ମହାରଣା, ପ୍ରଭାତ କୁମାର ପତି, ମଳୟ କୁମାର ପଣ୍ଡା ସମେତ ସେବାୟତ ପରିଷଦ ତରଫରୁ ସଭାପତି ଦେବୀପ୍ରସାଦ ପାଣି, ଉପସଭାପତି ସୀତାକାନ୍ତ ପାଣି, କାଯର୍‌ୟକାରୀ ସଭାପତି ସୁକାନ୍ତ ପାଣି ଯୋଗ ଦେଇଥିଲେ। ଚଳିତ ବର୍ଷରେ ପାଳନ ହେବାକୁ ଥିବା ମା’ ବିରଜାଙ୍କର ପୂଜା ସାରଣୀଟିକୁ ପାଠ କରାଯିବା ପରେ ସମସ୍ତ ପୂଜା କାଯର୍‌ୟ ସୁଚାରୁ ରୂପେ ସମ୍ପାଦନ କରାଯିବାକୁ ନିଷ୍ପତି ନିଆଯାଇଛି। ମନ୍ଦିରରେ ଦୈନିକ ୪ଜଣ ପୋଲିସ କର୍ମଚାରୀ ଉପସ୍ଥିତ ରହିବା, ରୋଷେଇ ସାମଗ୍ରୀ ଧାଯର୍‌ୟ ସମୟ ପୂର୍ବରୁ ଯୋଗାଇ ଦେବା, ପୂଜା କାଯର୍‌ୟରେ ବ୍ୟବହୃତ ସମସ୍ତ ପୂଜା ସାମଗ୍ରୀ ଠିକ୍‌ ସମୟରେ ଦେବା, ଛୋଟ ପିଲାମାନେ ରଥଯାତ୍ରା ସମୟରେ ରଥ ଉପରକୁ ନ ଯିବା, ରାତ୍ରୀ ମହାସ୍ନାନ ପରେ ଗର୍ଭଗୃହକୁ ଭକ୍ତ ପ୍ରବେଶ ନ କରିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ସଫେଇ କାଯର୍‌ୟ ପାଇଁ ସତ୍ୟସାଇ ସେବା ସଂସ୍ଥାକୁ ଜଣାଯିବା ସହିତ ରଥଯାତ୍ରା ସମୟରେ ପ୍ରତ୍ୟେକ ଦିନ ପୋଲିସ କର୍ମଚାରୀ ସହିତ ଜଣେ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଚଳିତ ବର୍ଷର ପୂଜା ସାରଣୀକୁ ଯାଜପୁର ଜିଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ହୋଡ଼ିଂ ମାଧ୍ୟମରେ ଲେଖାଯିବା ସହିତ ଅନ୍ୟାନ୍ୟ ଜିଲାରେ ହୋଡ଼ିଂ ଲଗାଯିବାକୁ ସ୍ଥିର କରାଯାଇଛି। ବୈଠକ ଶେଷରେ ମୁଖ୍ୟ ପରିଚାଳକ ତଥା ଉପଜିଲାପାଳ ବିରଜା ମନ୍ଦିରକୁ ପଲିଥିନମୁକ୍ତ ଅଞ୍ଚଳ ଭାବେ ପରିଣତ କରିବାକୁ ସମସ୍ତ ସେବାୟତ, ବ୍ୟବସାୟୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ। ଆଗାମୀ ଦିନରେ କୌଣସି ଭକ୍ତ କିମ୍ବା ସେବାୟତ ସ୍ମାର୍ଟ ଫୋନ ଧରି ମନ୍ଦିର ପ୍ରବେଶ ନ କରିବାକୁ ପରମର୍ଶ ଦେଇଥିଲେ। ଶେଷରେ ସେବାୟତ ପରିଷଦର ବରିଷ୍ଠ ସଭ୍ୟ ଧନଞ୍ଜୟ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

ବରଗଡ଼ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ: ସାମିଲ ହେଲେ ବିଧାୟକ-ଜିଲାପାଳ

ବରଗଡ଼,୨୧।୬(ପ୍ରେମାନନ୍ଦ ଖମାରୀ): ଅନ୍ତର୍ଜାତୀୟ ଯୋଗ ଦିବସ ରବିବାର ବରଗଡ଼ ଜିଲାର ସମସ୍ତ ବ୍ଲକ ଓ ଗ୍ରାମପଞ୍ଚାୟତ ମୁଖ୍ୟାଳୟ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ଉତ୍ସାହ…

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri