Posted inଜାତୀୟ

ମହିଳାଙ୍କ ପାଇଁ ରାଜଧାନୀ ଦିଲ୍ଲୀ ବି ନୁହେଁ ସୁରକ୍ଷିତ: ୨ ହଜାର ଅନ୍ଧାରୀ ଇଲାକାରେ ଆଖିପିଛୁଳାକେ ଘଟୁଛି ଅପରାଧ

ନୂଆଦିଲ୍ଲୀ,୧୦।୬: ରାଜଧାନୀ ଦିଲ୍ଲୀରେ ମଧ୍ୟ ମହିଳାଙ୍କୁ ସୁରକ୍ଷା ମିଳିପାରୁ ନାହିଁ। ଏନେଇ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଦିଲ୍ଲୀରେ ଅତିସମ୍ବେଦନଶୀଳ ୨ ହଜାର ଅନ୍ଧାରୀ ଇଲାକା(ଡାର୍କ ସ୍ପଟ୍‌) ଚିହ୍ନଟ ହୋଇଛି। ଏଠାରେ ଆଖିପିଛୁଳାକେ ଅପରାଧ ଘଟିଥାଏ। ଅନ୍ଧାର ଥିବାରୁ ଅପରାଧୀ ସହଜରେ ଖସି ଯାଉଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏସବୁ ଅଞ୍ଚଳରେ ଅଧିକାଂଶ ସମୟରେ ମହିଳା ଛିନ୍‌ତାଇ, ଅପହରଣ, ଅଶାଳୀନ ବ୍ୟବହାର, ବଳାତ୍କାର ଆଦି ଘଟଣାର ଶିକାର ହୋଇଥାନ୍ତି। ଏସବୁ ଅଞ୍ଚଳରେ ସିସିଟିଭି କ୍ୟାମେରା ଥିଲେ ମଧ୍ୟ ଅନ୍ଧାରରେ ଏହା ଉପଯୁକ୍ତ ଭାବେ କାର୍ଯ୍ୟ କରିପାରୁ ନ ଥିବା କୁହାଯାଉଛି। ୨୦୧୮ରେ ଏସବୁ ଅଞ୍ଚଳରେ ୬୯୩୨ ଛିନ୍‌ତାଇ ଘଟଣା ଘଟିଥିଲା। ସେହିପରି ୨୧୩୫ ବଳାତ୍କାର ଘଟଣା ଏସବୁଠାରେ ଘଟିଥିବାବେଳେ ୩୩୧୪ ଅଶାଳୀନ ବ୍ୟବହାର ମାମଲା ଦାଏରା କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ୨୦୧୨ଠାରୁ ୨୦୧୮ ମଧ୍ୟରେ ଗତ ୬ବର୍ଷରେ ମହିଳାଙ୍କ ଉପରେ ହେଉଥିବା ଏଭଳି ଅପରାଧ ବହୁଗୁଣା ବଢ଼ିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

SIR ଡ୍ୟୁଟିରେ ଥିବା ବିଚାରପତିଙ୍କୁ ସୁରକ୍ଷା ଦେବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ/କୋଲକାତା,୨ା୪: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପାଇଁ ନିଯୁକ୍ତ ନ୍ୟାୟିକ ବିଚାରପତିମାନଙ୍କ ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ସୁପ୍ରିମକୋର୍ଟ ଗୁରୁବାର ଗମ୍ଭୀର ଭାବରେ…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

SIR ଅଧିକାରୀଙ୍କୁ ବନ୍ଧକ ରଖିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ: ମମତା ବାନାର୍ଜୀ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ,୨।୪: ପଶ୍ଚିମବଙ୍ଗରେ ଏକ ସ୍ବତନ୍ତ୍ର ସଘନ ସମୀକ୍ଷା (SIR) କରିବାକୁ ଯାଇଥିବା ଅଧିକାରୀମାନଙ୍କୁ ବନ୍ଧକ ରଖିବା ମାମଲାରେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ…

ବୋର୍ଡ ସଭାପତିଙ୍କ ବଡ଼ ଘୋଷଣା; ଆଜି ସରିବ ମାଟ୍ରିକ ପରୀକ୍ଷା ଖାତା ଦେଖା, କେବେ ରେଜଲ୍ଚ ବାହାରିବ ଜାଣନ୍ତୁ

ଭୁବନେଶ୍ବର,୨।୪: ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ବାହାରିବ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।  ଆଜି ମାଟ୍ରିକ…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri