ମରାମତି ହେଲା ରଥ ବ୍ରେକ୍‌

ପୁରୀ ଅଫିସ,୨।୭: ଶହ ଶହ ଭକ୍ତ ବଡ଼ଦାଣ୍ଡରେ ରଥ ଟାଣିଥାନ୍ତି। ରଥ କେତେବେଳେ କେଉଁଆଡେ ମାଡ଼ିିଯିବ ତାହାର କିଛି ଠିକ୍‌ ଠିକଣା ନ ଥାଏ। ତେଣୁ ରଥକୁ ଅଟକାଇବା ଲାଗି ବ୍ରେକ୍‌ର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ।ମହାପ୍ରଭୁଙ୍କର ତିନିରଥରେ ତିନୋଟି ବ୍ରେକ୍‌ ରହିଥାଏ। ଏହି ବ୍ରେକ୍‌ ମରାମତି ଲାଗି ଇଂ.ଅଶ୍ୱିନ କୁମାର ମିଶ୍ରଙ୍କ ନେତୃତ୍ୱରେ ବ୍ରଜରାଜନଗରରୁ ୭ ଜଣିଆ ଟିମ୍‌ ଆସି ବ୍ରେକ୍‌ ମରାମତି କରୁଛନ୍ତି। ରବିବାର ଏହାର ମରାମତି କାମ ଆରମ୍ଭ କରିଥିଲେ। ସୋମବାର ସୁଦ୍ଧା ତାଳଧ୍ୱଜ ରଥର ବ୍ରେକ୍‌ କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବାବେଳେ ନନ୍ଦିଘୋଷ ରଥର କାମ ପ୍ରାୟ ୮୦ ପ୍ରତିଶତ କାମ ସରିଛି। ମଙ୍ଗଳବାର ନନ୍ଦିଘୋଷ ରଥର ରହିଥିବା କାମ ଏବଂ ଦର୍ପଦଳନ ରଥର ସମ୍ପୂର୍ଣ୍ଣ କାମ ହେବ ବୋଲି ଅଶ୍ୱିନ କହିଛନ୍ତି। ସେ ତାଙ୍କ ଅନୁଭୂତି ସମ୍ପର୍କରେ କୁହନ୍ତି, ୨୦୦୭ରେ ପୁରୀ ରଥଯାତ୍ରା ଦେଖିବାକୁ ଆସିଥିଲେ। ରଥ ଗଡୁଥିବା ବେଳେ ହଠାତ୍‌ ବ୍ରେକ୍‌ ଦିଆଯାଉଥିଲା। କିନ୍ତୁ ରଥ ୧୫/୨୦ ଫୁଟ ଆଗକୁ ଘୋଷାରି ହୋଇ ପଳାଇଯାଉଥିଲା। ଏହାକୁ ଦେଖି ରଥ କିଭଳି ଶୀଘ୍ର ଅଟକିବ ସେ ନେଇ ଚିନ୍ତା କରିଥିଲେ। ବ୍ରେକ୍‌ ପାଇଁ ଟ୍ରକ୍‌ରେ ବ୍ୟବହୃତ ହେଉଥିବା ବ୍ରେକ୍‌ ଲାଇନର ବ୍ୟବହାର କରିବାକୁ ସ୍ଥିର କରି ଶ୍ରୀମନ୍ଦିର ପ୍ରଶାସନକୁ ଆଣି ଦେଖାଇଥିଲି। କିନ୍ତୁ ସେଥିରେ ଚମଡ଼ା ଅଂଶ ଥିବାରୁ ବ୍ୟବହାର ହୋଇପାରିବ ନାହିଁ ଶ୍ରୀମନ୍ଦିର କାଯର୍ର୍‌ୟାଳୟ ମନା କରିଥିଲା। ଏପରି କି ମେଶିନରେ ତିଆରି କଣ୍ଟା ମଧ୍ୟ ବ୍ୟବହାର ହୋଇପାରିବ ନାହିଁ ବୋଲି ତାଙ୍କୁ କୁହାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ଇଚ୍ଛାରୁ ତାଙ୍କୁ କୌଶଳ ମିଳିଯାଇଥିଲା। ନାଇଲନ, ରବର ଓ କଟନକୁ ମିଶାଇ ଏକ ମସୃଣ ପଦାର୍ଥ (ନାଇଲନ ରବର ବେଲ୍ଟ) ପ୍ରସ୍ତୁତ କରିଥିଲେ। ଏହାକୁ ବ୍ରେକ୍‌ କାଠରେ ଲଗାଇବାକୁ ତାଙ୍କୁ ଅନୁମତି ମିଳିଥିଲା। ସେବେଠାରୁ ସେ ପ୍ରତିବର୍ଷ ଆସି ବ୍ରେକ୍‌ ମରାମତି କରୁଛନ୍ତି। ଚଳିତବର୍ଷ ଅଧଇଞ୍ଚ ମୋଟେଇ, ସାଢେ ୯ ଇଞ୍ଚ ଚଉଡ଼ା ଏବଂ ୩୦ରୁ ୩୨ ଇଞ୍ଚ ଲମ୍ବର ନାଇଲନ ରବର ବେଲ୍ଟ ପ୍ରସ୍ତୁତ କରିଛନ୍ତି। ଗୋଟିଏ ରଥରେ ୮ ପିସ୍‌ ଲେଖାଏ ମୋଟ ୨୪ ପିସ୍‌ ଏହା ଲଗାଯିବ। ଏହା ଲାଗିବା ପରେ ଯେଉଁଠି ବ୍ରେକ୍‌ ଦିଆଯିବ ରଥ ଆଗକୁ ନ ଗଡ଼ି ସଙ୍ଗେ ସଙ୍ଗେ ସେହିଠାରେ ଅଟକିଯିବ ବୋଲି କହିଛନ୍ତି ଅଶ୍ୱିନ। ଗୁଣ୍ଡିଚା ଯାତ୍ରା ପୂର୍ବଦିନ ରଥଖଳାରୁ ସିଂହଦ୍ୱାରକୁ ରଥଟଣା ବେଳେ ଉପସ୍ଥିତ ରହି ବ୍ରେକ୍‌ କାମ ଠିକ୍‌ ଭାବେ କାର୍ଯ୍ୟ କରୁଛି କି ନାହିଁ ତାହାର ତଦାରଖ କରି ଘରକୁ ଫେରିଥାଉ ବୋଲି ସେ କହିଛନ୍ତି। ରଥ ବ୍ରେକ୍‌ ମରାମତି ପାଇଁ ତାଙ୍କ ସହିତ ଧନିରାମ ବାଗ, ତ୍ରିଲୋଚନ ବଢେଇ, ଜଗୁ ଲୋହାର, ମାଗୁ ଲୋହାର, ପ୍ରଶାନ୍ତ ବେନିଆ, ରାମଚରଣ ମୁଞ୍ଚୁରିଆ ଆସିଥିବା ଅଶ୍ୱିନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri