ମରାମତି ହେଉନି ପାଇପ୍‌ ଲାଇନ୍‌:ବରିଡିହି ଗ୍ରାମବାସୀ ପାନୀୟ ଜଳରୁ ବଞ୍ଚିତ

ଖଣ୍ଡପଡ଼ା,୩୦ା୮(ସ୍ବ.ପ୍ର.)-ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରାଣୀପଡ଼ା ପଞ୍ଚାୟତସ୍ଥ ବିରିଡିହିରେ ଗତ ଏକ ମାସ ଧରି ପାଇପ୍‌ ଲାଇନ୍‌ ଖରାପ ହୋଇଯାଇଛି। ତେଣୁ ସମ୍ପ୍ରତି ବର୍ଷାଋତୁ ସମୟରେ ମଧ୍ୟ ଏହି ଗ୍ରାମବାସୀ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି ା ପ୍ରକାଶ ଯେ, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପମ୍ପ ହାଉସରୁ ବିରିଡିହି ଗ୍ରାମକୁ ମାଟି ତଳେ ତଳେ ଏହି ପାଇପ୍‌ ଲାଇନ ସଂଯୋଗ ହୋଇଛି ା ତେବେ ପାଇପ୍‌ରେ ଦୀର୍ଘ ଏକମାସ ହେବ ଫାଟ ସୃଷ୍ଟି ହୋଇଥିବାରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ କରାଯାଇ ଥିଲେ ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ରଖାଯାଇଛି ା ତେଣୁ ପାନୀୟ ଜଳ ନ ପାଇ ଏ ସମ୍ପର୍କରେ ଗ୍ରାମବାସୀ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ା ବାଧ୍ୟ ହୋଇ କୂଅ, ପୋଖରୀର ଦୂଷିତ ପାଣିକୁ ପାନୀୟ ଜଳ ଭାବେ ଲୋକେ ବ୍ୟବହାର କରୁଛନ୍ତି। ପାଇପ୍‌ ଲାଇନ୍‌ ମରାମତି କାର୍ଯ୍ୟ ତୁରନ୍ତ ଶେଷ କରି ଗ୍ରାମବାସୀଙ୍କୁ ଷ୍ଟାଣ୍ଡପୋଷ୍ଟ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ା ଗ୍ରାମବାସୀ ଖଣ୍ଡପଡ଼ା ବିଡିଓ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ରାଣୀପଡ଼ା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ଗୁରୁବାର ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବିଡିଓ ଗୌରବମୟ ପ୍ରଧାନ ସ୍ଥାନୀୟ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବେଲପଡ଼ାପାଟଣା ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ୩୪ ଦିନ ପରେ ସ୍କୁଲ ଆସି ପାଠ ପଢ଼ିଲେ ପିଲା, ୧୩ ଅଟକ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ଛାତ୍ର ମୃତ୍ୟୁକୁ ନେଇ ଦଶପଲ୍ଲା ବେଲପଡ଼ା ପ୍ରାଥମିକ ବିଦ୍ୟାଳୟରେ ୩୪ ଦିନ ହେବ ସ୍କୁଲ୍ ରେ ତାଲା ପକାଇଥିଲେ ପରିବାର ଲୋକେ। ଆଜି ବେଲପଡ଼ା…

ବିଳମ୍ବିତ ରାତିରେ  ଘରେ ପଶିଗଲା ଆମ୍ବୁଲାନ୍ସ 

ନୟାଗଡ଼,୮।୩(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ଭାରସାମ୍ୟ ହରାଇ ଏକ ଘରେ ପଶିଗଲା  ଆମ୍ବୁଲାନ୍ସ । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲା ଦଶପଲ୍ଲା ବୁଗୁଡ଼ା ଛକରେ। ଦୁର୍ଘଟଣାରେ…

ମର୍ମନ୍ତୁଦ ବାଇକ ଦୁର୍ଘଟଣା: ଅକାଳରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନୟାଗଡ, ୬।୩(ଲୋକନାଥ ମିଶ୍ର): ଖଣ୍ଡପଡ଼ା ଥାନା ଅଧୀନ ବୋଦସା ଗ୍ରାମ ଉପକଣ୍ଠରେ ଗୁରୁବାର ଅପରାହ୍ନରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣ ଯୁବକଙ୍କ…

ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ, ବ୍ଲକ୍‌ ଅଫିସ୍‌ରେ ଶାସକ-ବିରୋଧୀ ଗୋଷ୍ଠୀ ମୁହାଁମୁହିଁ

ନୟାଗଡ଼,୨।୩(ଲୋକନାଥ ମିଶ୍ର): ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ପାଟିତୁଣ୍ଡ । ଉନ୍ନତିମୂଳକ କାର୍ଯ୍ୟରେ ବିଲ୍ ପେମେଣ୍ଟ ହୋଇପାରୁନଥିବାରୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ…

ଜଣଙ୍କୁ ସାଇକେଲରୁ ଟାଣି ନେଇ ଦଳିଦେଲା ହାତୀ, ଆଉ ଜଣଙ୍କୁ ବାଡ଼ିପଟୁ ଭିଡ଼ିନେଇ…

ନୟାଗଡ଼/ରଣପୁର,୨୫ା୨(ଲୋକନାଥ ମିଶ୍ର/ସୁକାନ୍ତ କିଶୋର ଡାକୁଆ): ଖୋର୍ଦ୍ଧା ବନଖଣ୍ଡର ପୃଥକ୍‌ ପୃଥକ୍‌ ସ୍ଥାନରେ ଦୁଇଟି ଭିନ୍ନଭିନ୍ନ ହାତୀ ଆକ୍ରମଣରେ ବୁଧବାର ସକାଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ…

ଭେଷଜ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୧୨ ଘଣ୍ଟିଆ ନୟାଗଡ଼ ବନ୍ଦ

ନୟାଗଡ଼, ୨୪।୨(ଲୋକନାଥ ମିଶ୍ର): ଭେଷଜ ମେଡିକାଲ କଲେଜ ପାଇଁ ନୟାଗଡ଼ ଜିଲା ସଦର ମହକୁମା ମଙ୍ଗଳବାର ସକାଳ ୬ରୁ ବନ୍ଦ ହୋଇଛି । ନୟାଗଡ଼ ସହରର ବ୍ୟବସାୟୀମାନେ…

ସ୍କୁଲ ଛାତ୍ର ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ଜିଲାପାଳଙ୍କ ଅଫିସ ଘେରାଉ

ନୟାଗଡ଼,୨୩।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ବ୍ଲକ ବେଳପଡା ପାଟଣା ପ୍ରାଥମିକ ସ୍କୁଲ ପଞ୍ଚମ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ସୋମବାର ଜିଲାପାଳଙ୍କ ଅଫିସ…

୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….

ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri