Posted inଜାତୀୟ

ମନମୋହନ ସିଂଙ୍କ ସରକାରରେ ଶେଷଥର ପାଇଁ ବଳାତ୍କାରୀଙ୍କୁ ମିଳିଥିଲା ଫାଶୀ: ଗତ ୧୫ ବର୍ଷରେ ୪ ଲକ୍ଷ ମାମଲା; ପ୍ରତିଘଣ୍ଟାରେ ୫ ଜଣ ହେଉଛନ୍ତି ଶିକାର

ନୂଆଦିଲ୍ଲୀ,୩।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ପାଣିର ଗାର ପାଲଟିଛି। ମହିଳାଙ୍କ ସୁରକ୍ଷା ପ୍ରତିଶ୍ରୁତି ପ୍ରବଞ୍ଚନା ପାଲଟିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ଏକ ରିପୋର୍ଟ ଅନୁସାରେ ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସରକାରରେ ୨୦୦୪ ଅଗଷ୍ଟ ୧୪ରେ ବଳାତ୍କାରୀଙ୍କୁ ଫାଶୀ ହୋଇଥିଲା। ଇତିମଧ୍ୟରେ ୧୫ ବର୍ଷ ବିତି ଯାଇଛି। ସେହିପରି ବଳାତ୍କାର ମାମଲା ମଧ୍ୟ ୪ ଲକ୍ଷରେ ପହଞ୍ଚିଛି। ଦେଶରେ ପ୍ରତିବର୍ଷ ୪୦ ହଜାର ବଳାତ୍କାର ଘଟଣା ଘଟୁଛି। ହିସାବ ଅନୁସାରେ ପ୍ରତିଦିନ ୧୦୯ ଏବଂ ପ୍ରତିଘଣ୍ଟାରେ ୫ ଜଣ ବଳାତ୍କାରର ଶିକାର ହେଉଛନ୍ତି। ଗତ ୧୦ ବର୍ଷରେ ପ୍ରାୟ ୨ ଲକ୍ଷ ୭୯ ହଜାର ବଳାତ୍କାର ମାମଲା ଦାଏର ହୋଇଛି। ଦେଶରେ ପ୍ରତିବର୍ଷ ୨ ହଜାର ସାମୁହିକ ବଳାତ୍କାର ଘଟଣା ଘଟୁଛି। ତେବେ ଏଭଳି ଘଟଣାରେ କେବଳ ୨୫ ପ୍ରତିଶତ ଅପରାଧୀଙ୍କୁ ଦଣ୍ଡ ମିଳୁଛି। ଫଳରେ ଅପରାଧୀଙ୍କ ଡର ଭୟ ରହୁ ନ ଥିବା ଅଭିଯୋଗ ହେଉଛି। ପ୍ରାୟ ୭୧ ପ୍ରତିଶତ ଘଟଣାରେ ବିଭିନ୍ନ କାରଣରୁ କୌଣସି ମାମଲା ଦାଏର ହେଉନାହିଁ। ବିଦେଶୀ ରାଷ୍ଟ୍ରରେ ଏଭଳି ଅପରାଧ ପାଇଁ କଡ଼ା ଦଣ୍ଡାଦେଶ କରାଯାଉଥିବାବେଳେ ଭାରତରେ ଦଣ୍ଡ ବ୍ୟବସ୍ଥା କୋହଳ ଥିବାରୁ ଏଭଳି ହେଉଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

ଯୁଦ୍ଧବିରତିର ମାତ୍ର କିଛି ଘଣ୍ଟା ପରେ ଇରାନ ତୈଳ ବିଶୋଧନାଗାରରେ ବିସ୍ଫୋରଣ, କିଏ କଲା ଆକ୍ରମଣ?

ତେହେରାନ,୮।୪: ଆମେରିକା ସର୍ତ୍ତମୂଳକ ଯୁଦ୍ଧବିରତି ଘୋଷଣା କରିବାର କିଛି ଘଣ୍ଟା ପରେ ଇରାନର ଲାଭାନ ଦ୍ୱୀପରେ ପ୍ରଥମ ବଡ଼ ଆକ୍ରମଣ ହୋଇଛି । ଲାଭାନ ଦ୍ୱୀପରେ ଥିବା…

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri