ମନଇଚ୍ଛା ପାସ୍‌ ବଣ୍ଟନ କରୁଛି ବ୍ଲକ ପ୍ରଶାସନ: ସରପଞ୍ଚଙ୍କ ସ୍ବାମୀଙ୍କୁ ସରପଞ୍ଚ ମାନ୍ୟତା

ଜୁନାଗଡ,୨୯।୩(ଡି.ଏନ୍‌.ଏ): କୋଭିଡ-୧୯ ପାଇଁ ରାଜ୍ୟରେ ଲକ୍‌ଡାଉନ ହୋଇଛି। ଜରୁରୀକାଳୀନ ସେବା ପାଇଁ ପଞ୍ଚାୟତ ଓ ବ୍ଲକ କର୍ମଚାରୀଙ୍କୁ ଭେଇକିଲ ପାସ୍‌ ଦିଆଯାଉଛି। ଏହି ପାସ୍‌ଗୁଡିକ କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ମନଇଚ୍ଛା ଦିଆଯାଉଥିବା ଅଭିଯୋଗ ହେଉଛି। ଏକାଧିକ ଲୋକ ବାଇକ ପାସ୍‌ ପାଇବା ଦ୍ୱାରା ପୋଲିସ ପ୍ରଶାସନ ମଧ୍ୟ ସେମାନଙ୍କୁ ଧରପଗଡ କରୁନାହାନ୍ତି। ଅତ୍ୟାବଶ୍ୟକ କାମରେ ଲାଗିବା ପରିବର୍ତ୍ତେ ସେମାନେ ଭେଇକିଲ ପାସ୍‌ ଲଗାଇ ବାଇକରେ ମନଇଚ୍ଛା ବୁଲୁଥିବା ଦେଖାଦେଇଛି। ସେହିପରି ସରପଞ୍ଚଙ୍କ ପରିବର୍ତ୍ତେ ତାଙ୍କ ସ୍ବାମୀଙ୍କୁ ପାସ୍‌ ଦିଆଯାଉଛି। କିନ୍ତୁ ଏହି ପାସ୍‌ରେ ସରପଞ୍ଚଙ୍କ ପ୍ରତିନିଧି ନ ଲେଖାଯାଇ ସିଧାସଳଖ ସରପଞ୍ଚ ବୋଲି ଉଲ୍ଲେଖ କରାଯାଉଛି। ଏ ସମ୍ପର୍କରେ ସ୍ଥାନୀୟ ବିଡିଓଙ୍କ ପ୍ରତିକ୍ରିୟା ଆଶ୍ଛର୍ଯ୍ୟନ୍ବିତ କରିଛି। ଜୁନାଗଡ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ କର୍ମଚାରୀଙ୍କୁ କୋଭିଡ -୧୯ ଜରୁରୀ ସେବା ପାଇଁ ଭେଇକିଲ ପାସ୍‌ ଦିଆଯାଇଛି। ତେବେ ଏହି ପାସ୍‌ଗୁଡିକୁ ମନଇଚ୍ଛା ଚିହ୍ନା ଲୋକଙ୍କୁ ଦିଆଯାଇ ଅଭିଯୋଗ ହୋଇଛି। ଜୁନାଗଡ ବ୍ଲକ ନକଟିଗୁଡା ପଞ୍ଚାୟତ ସରପଞ୍ଚ ଯମୁନା ମେହେର ରହିଥିବାବେଳେ ତାଙ୍କ ସ୍ବାମୀ ପ୍ରଭାସ ଚନ୍ଦ୍ର ମେହେରଙ୍କୁ ସରପଞ୍ଚ ବୋଲି ଭାଇକିଲ ପାସ୍‌ରେ ଉଲ୍ଲେଖ କରାଯାଇଛି । ଏ ନେଇ ବିଡିଓ ମାରାଣ୍ଡିଙ୍କୁ ପଚାରିବାରୁ କଥାକୁ ଅତି ହାଲୁକାର ସହ ନେଇ ଅସୁବିଧା କଣ ହେଲା ବୋଲି ଓଲଟି ପ୍ରଶ୍ନ କରିଥିଲେ। ଏ ସମ୍ପର୍କରେ ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏପରି ହେବା କଥା ନୁହେଁ। ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଭେଇକିଲ ପାସ୍‌ରେ ସରପଞ୍ଚଙ୍କୁ ସ୍ବାମୀଙ୍କୁ ସରପଞ୍ଚବୋଲି ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri