ମଧ୍ୟାହ୍ନଭୋଜନ ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ରାଶନ

ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଛି। ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇପାରୁନାହିଁ। ଏଭଳିସ୍ଥିତିରେ ଛାତ୍ରୀଛାତ୍ରଙ୍କୁ କିପରି ଠିକ୍‌ଭାବେ ପୋଷଣ ଦିଆଯାଇପାରିବ ସେଥିପାଇଁ ରାଜ୍ୟ ସରକାର ପିଲାଙ୍କୁ ଚାଉଳ ଦେବା ପାଇଁ ଯୋଜନା କରିଛନ୍ତି। ମଧ୍ୟାହ୍ନଭୋଜନ ବାବଦକୁ ଛାତ୍ରୀଛାତ୍ରଙ୍କୁ ଏକକାଳୀନ ଆଗୁଆ ୩ ମାସର ଶୁଖିଲା ରାଶନ ଦିଆଯିବ। ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରତ୍ୟେକ ପିଲାକୁ ମାସିକ ୩କେଜି ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାକୁ ୪.୫କେଜି ଚାଉଳ ଦିଆଯିବ। ଏହା ଆସନ୍ତା ଜୁନ୍‌ ୧୩ତାରିଖ ପର୍ଯ୍ୟନ୍ତ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ଜଣାଯାଇଛି। ପ୍ରଧାନ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ମାତାପିତାଙ୍କୁ କୁପନ୍‌ ଦେବେ। ଏହି କୁପନକୁ ଦେଖାଇ ସେମାନେ ସ୍କୁଲ ଅନୁବନ୍ଧିତ ହୋଇଥିବା ନିକଟସ୍ଥ ସାଧାରଣ ବଣ୍ଟନ କେନ୍ଦ୍ରରୁ ଏହି ଆଗୁଆ ରାଶନ୍‌ ଉଠାଇ ପାରିବେ। ଏଥିପାଇଁ ସମ୍ପୃକ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ, ଜିଲା ଶିକ୍ଷା ଅଧିକାରୀ ଏବଂ ଜିଲା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ଦେବାକୁ ଦିର୍ଦ୍ଦେଶ ଦିଆଯାଇଛି। ସେପଟେ ଏସ୍‌ସିଏସ୍‌ଟି ବିଭାଗ ଦ୍ବାରା ପରିଚାଳିତ ସମସ୍ତ ଛାତ୍ରାବାସ ୨୫ତାରିଖରୁ ବନ୍ଦ ରହିବ। କିନ୍ତୁ ଯେପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ମାତାପିତା ବା ଅଭିଭାବକମାନେ ସେମାନଙ୍କୁ ଛାତ୍ରାବାସରୁ ନେଇନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଛାତ୍ରାବାସରେ ରହିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

ଦିଲ୍ଲୀରୁ ଭୁବନେଶ୍ୱର ଯାଏ ଲମ୍ବିଛି ଆତଙ୍କବାଦୀ ଚେର, ପାକିସ୍ତାନ ସହ ରହିଛି…

ଭୁବନେଶ୍ୱର,୧୧ା୪: ଆତଙ୍କବାଦୀ କଳା କାରନାମାର ହୋଇଛି ପର୍ଦ୍ଦାଫାଶ। ଦେଶ ବିରୋଧରେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ପୂର୍ବରୁ ଭୁବନେଶ୍ୱରରୁ ଆତଙ୍କୀଙ୍କୁ ଆସି ଧରିଛି ଦିଲ୍ଲୀ ପୋଲିସ। କ୍ୟାପିଟାଲ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri