ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କେସିଙ୍ଗା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ କୁଣ୍ଡାବନ୍ଦ ପଞ୍ଚାୟତ ହରିଜନପଡ଼ାରେ ରବିବାର ଜଣେ ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ମଦନା ଦୀପ (୪୫)।
ସୂଚନାଯୋଗ୍ୟ, ମଦନାଙ୍କ ସ୍ବାମୀ ମହନ ଦୀପ (୫୬) ଦୀର୍ଘ ଦିନରୁ ମାନସିକ ରୋଗରେ ଆକ୍ରାନ୍ତ ଥିଲେ। ତେବେ କିଛିଦିନ ହେବ ସେ ମଦପିଇ ଘରେ ଝଗଡ଼ା ସୃଷ୍ଟି କରୁଥିଲେ। ସକାଳେ ବଡ଼ପୁଅ ଗଣପତି ବାପାଙ୍କୁ ମେଡିକାଲ ନେବାକୁ ପଡୋଶୀଙ୍କ ଘରକୁ ଗାଡି ଆଣିବାକୁ ଯାଇଥିଲେ। ଏହି ସମୟରେ ମଦନା ଗାଧୋଇବାକୁ ଯାଉଥିବା ବେଳେ ମହନ ତାଙ୍କୁ ଟାଙ୍ଗିଆରେ ହାଣିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଗଣପତି ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଭବାନିପାଟଣାରୁ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚିଛନ୍ତି। ମୃତଦେହ ବ୍ୟବଚ୍ଛେଦ ଲାଗି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୭ା୧୨ (ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଜଣଙ୍କାକୁ ନୁହେଁ ଏକାବେଳକେ ଚାରି ଚାରି ଜଣଙ୍କୁ ଧକ୍କା ଦେଲା କାର :୨ ମୃତ, ୨ ଗୁରୁତର

ଖଜୁରୀପଡ଼ା,୭।୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ସମ୍ବେପଦରଠାରେ ଏକ ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ସମ୍ବେପଦର ଗ୍ରାମର ବିଦ୍ୟାଧର...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri