Posted inଫୁରସତ

ମଥୁରାର ୮ ପଞ୍ଚାୟତରେ ଯୌତୁକ, ଭୋଜି ବନ୍ଦ

ମଥୁରା:  ଦେଶରେ ଯୌତୁକ ନିରୋଧୀ ନିୟମ ଲାଗୁ ହୋଇଛି। ଏହାକୁ ଦୂରକରିବା ପାଇଁ ସାମାଜିକ ସ୍ତରରେ ସ୍ବର ବି ଉଠୁଛି। ଯୌତୁକ ଦେବା ନେବା ଦୋଷାବହ ଓ ଆଇନରେ ଏଥିପାଇଁ ଦଣ୍ଡ ବ୍ୟବସ୍ଥା ରହିଥିଲେ ମଧ୍ୟ ଯୌତୁକ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ଯେମିତି ଚାଲିବା କଥା ଚାଲିଛି। କିନ୍ତୁ ଉତ୍ତରପ୍ରଦେଶର ମଥୁରା ଅଞ୍ଚଳରେ ୮ ପଞ୍ଚାୟତ ଯୌତୁକ ବରୋଧରେ କଠୋର ନିଷ୍କତ୍ତି ନେଇଛନ୍ତି। ପଞ୍ଚାୟତଗୁଡିକରେ ଏହି ବ୍ୟବସ୍ଥାକୁ ବନ୍ଦ କରିବା ସହ ମଦ ପିଇବା, ଶ୍ରାଦ୍ଧ କିମ୍ବା ମୃତ୍ୟୁ ପରବର୍ତ୍ତୀ କର୍ମାନୁସାରେ ଥିବା ବ୍ୟୟବହୁଳ ଭୋଜି ବ୍ୟବସ୍ଥା ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଟଙ୍କା ଥାଉ କି ନ ଥାଉ ସେହିସବୁ ପଞ୍ଚାୟତଗଡ଼ିକରେ ଲୋକମାନେ କରଜ କରି ଯୌତୁକ ଦେଉଛନ୍ତି କିମ୍ବା ଭୋଜି ଦେବାରେ ବ୍ୟୟ କରୁଛନ୍ତି । କରଜ ଶୁଝିବାରେ ସେମାନଙ୍କୁ ବହୁ ବର୍ଷ ଲାଗିଯାଉଛି। ୮ଟି ପଞ୍ଚାୟତରେ ଏହି କଟକଣା ଲାଗୁ କରାଯିବା ଦ୍ୱାରା ଲୋକମାନଙ୍କ ଉପରେ ଆଉ ଆର୍ଥିକ ବୋଝ ରହିବନି ବୋଲି କହିଛନ୍ତି ସେଠାକାର ଲ୍ୟାଣ୍ଡ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କର ଅଧ୍ୟକ୍ଷ ଚୌଧୁରୀ ଗୋବିନ୍ଦ ସିଂ। ପଞ୍ଚାୟତରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବା ପରେ ଏହାକୁ ସ୍ବାଗତ କରି ଅଇମାଲ ପଟ୍ଟିି,ସିଂହ ପଟ୍ଟି,ଶଉଁଖ ଡେହାତ,ଲୋରିହା ପଟ୍ଟି, ନାନୁପଟ୍ଟି ଏବଂ ବଚଗାଁ ଏଥିରେ ସମ୍ମତି ଜଣାଇ ସଙ୍ଗେ ସଙ୍ଗେ ଲାଗୁ କରିଛନ୍ତି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପାଇଁ ପ୍ରତ୍ୟେକ ଗାଁରେ ଏକ ପାଞ୍ଚଜଣିଆ କମଟି ଗଠନ କରାଯିବ ଓ ଏହି କମିଟି ଗ୍ରାମବାସୀଙ୍କ ସହ ଆଲୋଚନା କରି ସାମାଜିକ ସ୍ତରରେ ଥିବା ଏହିି ସମାଜ ବିରୋଧୀ ବ୍ୟବସ୍ଥା ଉପରେ ସଚେତନ କରାଇବ ବୋଲି କହିଛନ୍ତି ଜିଲା ପଞ୍ଚାୟତ ସଦସ୍ୟ ଭରତ ସିଂ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଇନଷ୍ଟାଗ୍ରାମ ରିଲ କରିବାକୁ ଆପଣଙ୍କ ଫୋନରେ କେତେ ମେଗାପିକ୍ସେଲ କ୍ୟାମେରା ହେବା ଜରୁରୀ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ତିଆରି କରି ସମସ୍ତେ ଫେମଶ ହେବାକୁ ଚାହାଁନ୍ତି। ଏଥିପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ...

ପ୍ରଥମ ରୋଜଗାର ଟଙ୍କାର ସ୍ପର୍ଶ ଓ ଆପଣାପଣ ମୋ ପାଇଁ ଅଭୁଲା: ଗାଳ୍ପିକା ହେମାଙ୍ଗିନୀ ଦାଶ

ସେତେବେଳେ ବାପା ଥିଲେ ଆମ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି। ଜମିବାଡ଼ି ଅଧିକ ଥିଲା ବୋଲି ମୋ ସାନ ଜେଜେମା’ ତାଙ୍କୁ ଶିକ୍ଷକତା କରିବାକୁ ଦେଇ...

ପୋଲିସ କୁକୁରଙ୍କୁ ଏଭଳି ଦିଆଯାଏ କଡ଼ା ଟ୍ରେନିଂ,Video ଦେଖିଲେ ହେବେ ଚକିତ…

ପୋଲିସ ଏବଂ ଯବାନମାନଙ୍କ ଟ୍ରେନିଂ ବହୁତ କଷ୍ଟକର। ଫିଲ୍ମରେ ସାଧାରଣତଃ ଏହି ଟ୍ରେନିଂର କିଛି ଦୃଶ୍ୟ ଦେଖାଯାଇଥାଏ, ଯେଉଁଥିରେ ଦଉଡ଼ି ଲଗାଇ ଝୁଲିବାଠାରୁ ବନ୍ଧୁକ ଚଳାଇବାର...

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri