ମଣ୍ଟୁ ଘୋଷ ହତ୍ୟା ଘଟଣା: ପୋଲିସ ଏନକାଉଣ୍ଟରରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡା ଅଫିସ/ଲଖନପୁର,୦୬।୧୧(ଡି.ଏନ.ଏ.):ଝାରସୁଗୁଡା ଜିଲା ବ୍ରଜରାଜନଗର ସହରରେ ଗତ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷଙ୍କ ଭାଇ ମଣ୍ଟୁ ଘୋଷଙ୍କ ମୃତ୍ୟୁ ହୋଇଛି। ଘଟଣା ଘଟାଇ ଫେରାର ହୋଇ ଯାଇଥିବା ଦୁର୍ବୃତ୍ତମାନଙ୍କୁ ପୋଲିସର ଏକ ସ୍ବତନ୍ତ୍ର ଟିମ ଜୋବ୍‌ ନିକଟରେ ଏନକାଉଣ୍ଟରରେ କରିଛି। ଏଥିରେ ୪ଜଣ ଅଭିଯୁକ୍ତ ଆହତ ହୋଇଛନ୍ତି। ଆହତମାନେ ହେଲେ ମଣ୍ଡଳିଆର ଶୈଳେନ୍ଦ୍ର ପାତ୍ର(୨୪), ଗଜପତିନଗରର ଅନନ୍ତ ଧଳ ଓରଫ ଭିମା(୨୬), ମହାବୀରନଗରର ରେଫକ୍ୟୁ ଆନସରୀ(୨୨) ଓ ମଣ୍ଡଳିଆର ମିକି ସିଂହ (୨୫) ବୋଲି ଜଣାପଡିଛି। ପୋଲିସ ଏନକାଉଣ୍ଟର କରିବା ପୂର୍ବରୁ ଅପରାଧୀମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଆହତ ଅଭିଯୁକ୍ତମାନଙ୍କୁ ପୋଲିସ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ପୋଲିସ ଏନକାଉଣ୍ଟରସ୍ଥଳରୁ ୨ଟି ବାଇକ, ୨ଟି ବନ୍ଧୁକ, କେତେକ ଅଫୁଟା ଗୁଳି ଜବତ କରିଛି।
ପୋଲିସ ତଦନ୍ତରୁ ଜଣାପଡିଛି ଯେ, ଗତ ଜୁନ ୨୧ରେ ଅମିତ ଧଳ ହତ୍ୟା କାଣ୍ଡ ଘଟିଥିଲା। ଏଥିରେ କୁଖ୍ୟାତ ଅପରାଧୀ ସୋନୁ ଘୋଷ ମୁଖ୍ୟ ଅଭିଯୁକ୍ତ ରହିଥିଲେ। ଅଭିଯୁକ୍ତ ସୋନୁଙ୍କୁ ସ୍ବତନ୍ତ୍ର ପୋଲିସ ଟିମ କଲିକତାରୁ ଗିରଫ କରିଥିଲା। ଏବେ ସୋନୁ ଘୋଷ ଚୌଦ୍ବାର ଜେଲରେ ଅଛନ୍ତି। ଏହାର ପ୍ରତିଶୋଧ ନେବା ପାଇଁ ଅମିତ ଗୋଷ୍ଠୀ ଏଭଳି କାଣ୍ଡ ଘଟାଇଛି ବୋଲି ପୋଲିସ କହିଛ। ଏନକାଉଣ୍ଟର ୪ ଜଣଙ୍କ ମଧ୍ୟରୁ ଅନନ୍ତ ଧଳ ଅମିତଙ୍କ ସମ୍ପର୍କୀୟ ଭାଇ ବୋଲି ଜଣାପଡିଛି। ଏସମ୍ପର୍କରେ ଏସପି ଅଶ୍ବନୀ କୁମାର ମହାନ୍ତି ଖବରଦାତା ସମ୍ମିଳନୀ ଡାକିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri