ମକର ସଂକ୍ରାନ୍ତିରେ ଘରେ ପ୍ରସ୍ତୁତ କରନ୍ତୁ ଏହି ବ୍ୟଞ୍ଜନ

ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ସାରା ଦେଶରେ ମକର ସଂକ୍ରାନ୍ତି ପର୍ବ ଭାବେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହି ପର୍ବର ଏକ ସ୍ବତନ୍ତ୍ର ମହତ୍ୱ ରହିଛି। ଚଳିତ ବର୍ଷ ଜାନୁୟାରୀ ୧୫ରେ ଏହାକୁ ପାଳନ କରାଯାଉଛି। ଏହି ଦିନ ଗୁଡରେ ତିଆରି ହୋଇଥିବା ଭିନ୍ନ ଭିନ୍ନ କିସମର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ଏହି ପର୍ବ ଫସଲ ବୁଣିବା ଓ ଅମଳ ସହ ଜଡିତ ଥିବା ବେଳେ ରାଶିକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ତେଣୁ ଘରେ ଘରେ ଗୁଡ଼ରେ ତିଆରି ହୋଇଥିବା ରାଶି ଲଡୁକୁ ବେଶୀ ପସନ୍ଦ କରାଯାଇଥାଏ।  ଏହାକୁ ତିଆରି କରିବା ପାଇଁ ଆସନ୍ତୁ ଜାଣିବା ଏହାର ବିଧି।
ରାଶି ଲଡୁ ତିଆରି କରିବା ପାଇଁ ସାମଗ୍ରୀ: ୨କପ୍‌ ରାଶି, ୩/୪ କପ୍‌ ଗୁଡ, ଅଧା କପ୍‌ କଟା ଓ ଭଜା ହୋଇଥିବା ବାଦାମ, ଗୋଟେ ବଡ ଚାମଚ ଦେଶୀ ଘିଅ, ଗୋଟେ ଛୋଟ ଚାମଚ ଇଲାଇଚି ପାଉଡର୍‌।
ରାଶି ଲଡୁର ବିଧି: ପ୍ରଥମେ ଏକ କଡେଇକୁ ମଧ୍ୟମ ଆଞ୍ଚରେ ଗରମ କରନ୍ତୁ। ଏଥିରେ ରାଶି ପକାଇ ୩ରୁ୪ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏହା ହାଲୁକା ମାଟିଆ ଦେଖାଯିବା ପରେ ରାଶିକୁ ଏକ ପ୍ଲେଟ୍‌ରେ ରଖିଦିଅନ୍ତୁ। ଏବେ ସେହି କଡେଇରେ ଏକ ଚାମଚ ଘିଅ ପକାଇ ଗୁଡକୁ ଟିକି ଟିକି କରି ଭାଙ୍ଗି ସେଥିରେ ପକାନ୍ତୁ ଏବଂ ଏହାକୁ ମଧ୍ୟମ ଆଞ୍ଚରେ ବସାଇ ଦିଅନ୍ତୁ। ଗୁଡ ତରଳିଯିବା ପରେ ସେଥିରେ କଟା ବାଦାମ ଓ ଇଲାଇଚି ପାଉଡରକୁ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ଭାଜିହୋଇଥିବା ରାଶିକୁ ସେଥିରେ ପକାଇ ଭଲଭାବେ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ରାଶି ଲଡୁର ମିଶ୍ରଣ। ଏହାକୁ ଏକ ପ୍ଲେଟ୍‌ରେ ରଖିଦିଅନ୍ତୁ। ଗରମ ଥିବା ଅବସ୍ଥାରେ ରାଶିକୁ ହାତରେ ଗୋଲ ଗୋଲ କରି ଲଡୁର ଆକାର ଦିଅନ୍ତୁ। ଆଉ ମନେରଖନ୍ତୁ ଏହି ମିଶ୍ରଣ ଥଣ୍ଡା ହୋଇଗଲେ ଭଲଭାବେ ଲଡୁ ତିଆରି ହୋଇପାରିବ ନାହିଁ। ତେଣୁ ଗରମରେ ହିଁ ଲଡୁ ତିଆରି କରନ୍ତୁ। ଏହାପରେ ଆଉ ଏହି ଲଡୁକୁ ୧ଘଣ୍ଟା ପର୍ଯ୍ୟନ୍ତ ଖୋଲା ପବନରେ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲା ପରେ ଏହାକୁ ଏୟାର ଟାଇଟ କଣ୍ଟେନର ଡବାରେ ରଖିଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?