‘ଭୟଭୀତ ନୁହେଁ ସଚେତନ ହୁଅ’

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେଉଛନ୍ତି। ପ୍ରାଥମିକ ସ୍ତରରେ ଗହଳି ସ୍ଥାନକୁ ବନ୍ଦ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେଣୁ କରୋନା ପାଇଁ ଭୟଭୀତ ନ ହୋଇ ସଚେତନ ହେବା ଆବଶ୍ୟକ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।
ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମୁଖ୍ୟାଳୟରେ ଅନୁଷ୍ଠିତ ମନ୍ଦିର ପରିଚାଳକ ସଂଘ ତଥା ଧାର୍ମିକ ନେତା, ଆରଟିଓ, ବସ୍‌, ଅଟୋ ଏବଂ ଟ୍ୟାକ୍ସି ମାଲିକ ସଂଘ ସହ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି। ଅଟୋ, ବସ୍‌ ଏବଂ ଟ୍ୟାକ୍ସି ମାଲିକମାନେ ସଚେତନ ହେବା ସହ ସଂକ୍ରମଣକୁ ଏଡ଼ାଇବା ପାଇଁ ପଦ୍ଧତି ଆପଣାଇବା ଜରୁରୀ। ଅଧିକାଂଶ ଜନସାଧାରଣ ଅଟୋ, ବସ୍‌ ଏବଂ ଟ୍ୟାକ୍ସିରେ ଯାତାୟାତ କରୁଥିବାବେଳେ ବର୍ତ୍ତମାନ ସମୟରେ କମ୍‌ ଯାତ୍ରୀଙ୍କୁ ନେବା ସହ ନିଜେ ମାସ୍କ ପିନ୍ଧିବା ଓ ଯାତ୍ରୀଙ୍କୁ ସଚେତନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
ସେହିପରି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ମନ୍ଦିର ପରିସରରେ ହାତ ଧୋଇବା ପାଇଁ ସୁବିଧା କରିବା ସହ କରୋନା ସଚେତନତା ବୋର୍ଡ ଲଗାଇବା ପାଇଁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ପ୍ରତି ଧ୍ୟାନ ଦେବା, ମନ୍ଦିର ପରିସର ନିୟମିତ ସଫା କରିବା ଓ କାଶ, ଜ୍ୱର ପୀଡ଼ିତଙ୍କୁ ମନ୍ଦିରରୁ ଦୂରେଇ ରଖିବା ସହ ଡାକ୍ତରଙ୍କୁ ଜଣାଇବା ପାଇଁ ସେ କହିଛନ୍ତି। ଏଥିସହ ଆରଟିଓ ଅଧିକାରୀଙ୍କୁ ବସକୁ ସଫା ରଖିବା ସହ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ୍‌, ପରିମଳ ବିଭାଗ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏସ୍‌ଓପି ନ ମାନିଲେ ଭୋଗିବେ ଦଣ୍ଡ
ବିଏମ୍‌ସି ରବିବାର ହୋଟେଲ, ଘରୋଇ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ, କୋଚିଂ ଉପରେ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସ୍ୟୁଜର) ଜାରି କରିଥିବାବେଳେ ସୋମବାର ମଲ୍‌, ହାଟ, ମନ୍ଦିର, କଲ୍ୟାଣମଣ୍ଡପ, ପାର୍କ, ଖାଦ୍ୟ ଦୋକାନ, ରେଷ୍ଟୁରାଣ୍ଟ ଓ ଡ୍ୟାନ୍ସ ବାର, କର୍ପୋରେଟ୍‌ ସେକ୍ଟରକୁ ଭିନ୍ନ ଏସ୍‌ଓପି ଜାରି କରିଛି। ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ୨୦୦୩ର ଏକ୍ସଏକ୍ସଆଇଆଇ ଚ୍ୟାପ୍ଟର ଅଧୀନ ୫୮୩ ଓ ୫୯୯ରେ ଏହି ଏସ୍‌ଓପି ଜାରି କରାଯାଇଛି। ଉକ୍ତ ଏସ୍‌ଓପିକୁ ଯଦି କେଉଁ ଅଂଶଗ୍ରହଣକାରୀ ନ ମାନିଲେ ତେବେ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

ମେଡିସିନ୍‌ ଦୋକାନୀଙ୍କୁ ଚେତାବନୀ

ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ ସୋମବାର ସମସ୍ତ ମେଡିସିନ୍‌ ଦୋକାନ ଯାଞ୍ଚ କରିଛି। ଜୋନ୍‌ ସ୍ତରରେ ଗଠିତ ହୋଇଥିବା ଏହି ସ୍କ୍ବାଡର ପରିଚାଳନା ଦାୟିତ୍ୱ ବିଏମ୍‌ସି ଓ ବିଡିଏର ଆଡିଶନାଲ କମିଶନରମାନଙ୍କୁ ଦିଆଯାଇଥିବା ବେଳେ ପ୍ରଥମ ଦିନରେ ସ୍କ୍ବାଡ ପକ୍ଷରୁ କେବଳ ମେଡିସିନ୍‌ ଦୋକାନରେ ଆବଶ୍ୟକୀୟ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଓ୍ବାଶ୍‌ ଅଛି କି ନାହିଁ ଏବଂ କଳାବଜାର ହେଉଛି କି ନାହିଁ ତଦାରଖ କରାଯାଇଛି। ମଙ୍ଗଳବାରଠାରୁ ସମସ୍ତ ମେଡିସିନ୍‌ ଦୋକାନୀ ନିଜ ଦୋକାନରେ ଉପଲବ୍ଧ ଉପରୋକ୍ତ ସମସ୍ତ ସାମଗ୍ରୀ ଦାମ ବିଷୟରେ ଏକ ବୋର୍ଡରେ ଲେଖି ମାରିବେ। ନଚେତ୍‌୍‌ ଏକ ଡିଜିଟାଲ ବୋର୍ଡରେ ସେଗୁଡ଼ିକୁ ପ୍ରଦର୍ଶନ କରିବେ। ଏଥିସହ ସେମାନଙ୍କ ପାଖରେ ଥିବା ସମସ୍ତ ସାମଗ୍ରୀକୁ ଲୋକଙ୍କୁ ବିକ୍ରି କରିବେ ଏବଂ ଯେଭଳି ସାମଗ୍ରୀ ଲୋକଙ୍କୁ ନ ଫେରାଇବେ ସେନେଇ ଚେତାବନୀ ଦିଆଯାଇଥିବା କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri