ଭୋଟ ଗଣତି କେନ୍ଦ୍ରରେ ଅଧିକାରୀଙ୍କ ସମୀକ୍ଷା

ବ୍ରହ୍ମପୁର ଅଫିସ,୨୨ା୫ : ଚଳିତ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ପାଇଁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଚୂଡ଼ାନ୍ତ ହୋଇସାରିଛି। ବ୍ରହ୍ମପୁରର ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ)ରେ ଦିଗପହଣ୍ଡି, ଚିକିଟି ଏବଂ ସାନଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି ହେବ । ସେହିଭଳି ସରକାରୀ ପଲିଟେକ୍‌ନିକ୍‌ କଲେଜଠାରେ ବ୍ରହ୍ମପୁର ଏବଂ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟ ଗଣତି କରାଯିବ । ଭୋଟ ଗ୍ରହଣ ପରଠାରୁ ଉଭୟ ସ୍ଥାନରେ ଇଭିଏମ୍‌ ଏବଂ ଭିଭିପାଟ୍‌ ମେଶିନ୍‌କୁୁ ସୁରକ୍ଷିତ ରଖାଯାଇଛି । ଗୁରୁବାର ଭୋଟ୍‌ ଗଣତି କରାଯିବ।ତେବେ ଏହା ପୂର୍ବରୁ ବୁଧବାର ଅଧିକାରୀମାନେ ଭୋଟ୍‌ ଗଣତି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଦୁଇ ପର୍ଯ୍ୟବେକ୍ଷକଙ୍କ ସହ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ, ଡିଆଇବି ଡିଏସ୍‌ପି ଅଜୟ ମିଶ୍ର, ଡିଏସ୍‌ପି ଜେ.କେ. ପଟ୍ଟନାୟକ, ବ୍ରହ୍ମପୁର ଉପଜିଲାପାଳ ଦିଗନ୍ତ କୁମାର ରାଉତରାୟ, ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର୍‌ ସୌରୀନ୍ଦ୍ର କୁମାର ରାଉତରାୟ ପ୍ରମୁଖ ଭୋଟ୍‌ ଗଣତି ପାଇଁ କରାଯାଇଥିବା ପ୍ରସ୍ତୁତିକୁ ବୁଲି ଦେଖିଥିଲେ । ଶାନ୍ତିଶୃଙ୍ଖଳାର ସହ ଭୋଟ୍‌ ଗଣତି ସାରିବାକୁ ଅଧିକାରୀମାନେ ଗୁରୁତ୍ୱ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ଅନ୍ୟ ରାଜ୍ୟରେ ପ୍ରେମକରି ବିବାହ ପଡ଼ିଲା ମହଙ୍ଗା: ସ୍ତ୍ରୀ ଦୁଇ ଛୁଆଙ୍କୁ ନେଇ ପଳାଇଲେ, ଅନ୍ତିମ ସତ୍କାର ପାଇଁ ବି ଆସିଲେନି…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର କାହ୍ନୁ ଡାକୁଆ (୪୦) ସୋମବାର ଭଞ୍ଜନଗର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ମତ୍ୟୁପରେ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଦିଲ୍ଲୀ କର୍ତ୍ତବ୍ୟ ପଥ ପରେଡରେ ଭାଗ ନେଇ ଫେରିଲେ ରାଜ୍ୟର ଗୌରବ ରାକେଶ

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍‌ସିସି ଆର୍ମି ୱିଂଗର କ୍ୟାଡେଟ ରାକେଶ ଭୂୟାଁଙ୍କୁ ମଙ୍ଗଳବାର କଲେଜ ପକ୍ଷରୁ ସମ୍ବର୍ଦ୍ଧନା…

ଏମ୍‌କେସିଜିରେ ଭର୍ତ୍ତି ହେଲେ ବିକ୍ରମ: ହୋଇପାରେ ଅସ୍ତ୍ରୋପଚାର

ବ୍ରହ୍ମପୁର,୧୦ା୨(ସୁବାସ ଚନ୍ଦ୍ର ପାଢ଼ୀ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଙ୍ଗଳବାର ଏମ୍‌କେସିଜି ମେଡିକାଲରେ…

‘ଜଙ୍ଗଲ ନିଆଁକୁ ରୋକିବାକୁ ହେଲେ ସମସ୍ତଙ୍କ ସହଯୋଗ ଲୋଡ଼ା’, ସଭାରେ ଯୋଗ ଦେଇ ଉପଜିଲାପାଳ କହିଲେ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମଙ୍ଗଳବାର ବନଖଣ୍ଡସ୍ତରୀୟ ବନାଗ୍ନି ପ୍ରଶମନ ଓ ପରିଚାଳନା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।…

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଲା ସିପିଆଇ, ଏହି ସବୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପକ୍ଷରୁ ବିଭିନ୍ନ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri