Posted inରାଜ୍ୟ

ଢେଙ୍କାନାଳରେ ଭୁଶୁଡ଼ିଲା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରୀ: ୪ ମୃତ, ୨ ଗୁରୁତର

ଢେଙ୍କାନାଳ ଅଫିସ,୯।୬: ଢେଙ୍କାନାଳ ସହର ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରୀ ଭୁଶୁଡ଼ି ପଡ଼ିବାରୁ ରବିବାର ୪ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ସଂଗ୍ରାମ ସାହୁ, ଅଭିରାମ ବିଶ୍ୱାଳ, ରବି ଚନ୍ଦ୍ର ପାତ୍ର ଓ ମାୟାଧର ନାୟକ। ଆହତମାନଙ୍କୁ ଚିକିତ୍ସା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏସ୍‌ପି ଅନୁପମା ଜେମ୍‌ସ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଉକ୍ତ ପାଚେରୀ କଡ଼ରେ କିଛି ପରିବା ଦୋକାନୀ ନିୟମିତ ପରିବା ବିକ୍ରି କରିଥାନ୍ତି। ଅନୁରୂପ ଭାବେ ରବିବାର ସେମାନେ ପରିବା ବିକ୍ରି କରୁଥିବା ବେଳେ ହଠାତ୍‌ ପାଚେରୀଟି ଭୁଶୁଡ଼ି ପଡ଼ିଥିଲା। ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ କାନ୍ଥ ତଳେ ଚାପି ହୋଇଯିବା ଯୋଗୁ ୪ଜଣଙ୍କ ମୃତ୍ୟୁ ଘଟିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

ପିଛା ଛାଡୁନି ସମସ୍ୟା: ଜନ୍ତରମନ୍ତର ଛାଡି ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ହଙ୍ଗାମା, ମୋଦିଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨୧।୭: ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ସୋମବାର କକ୍ରୋଚ ଜନତା ପାର୍ଟି (CJP)ର ସଂସଦ ମାର୍ଚ୍ଚ ସମୟରେ ଦିଲ୍ଲୀ ପୋଲିସ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ କରାଯିବା…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ ପ୍ରତିବାଦରେ ରାହୁଲ-ପ୍ରିୟଙ୍କା ଗାନ୍ଧୀଙ୍କ ପଦଯାତ୍ରା, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପହଞ୍ଚି…

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିନିଧୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ମଧ୍ୟରେ ସୋମବାର ଏକ ସାକ୍ଷାତ ହୋଇଛି। ସୂତ୍ରରୁ ଜଣାପଡିଛି ଯେ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନୂଆ ଭୋଟର: ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ

ଭୁବନେଶ୍ୱର, ୨୦।୭: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବଡ଼ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର…

ସରକାରଙ୍କ ବଡ଼ ପଦକ୍ଷେପ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ

ଭୁବନେଶ୍ୱର,୨୧।୭: ରାଜ୍ୟ ସରକାର ଆଞ୍ଚଳିକ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ‘ଆଞ୍ଚଳିକ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri