ଭିନ୍ନକ୍ଷମ ହୋଇ ବି ସକ୍ଷମ ଟେରା ମେହେର: ଚକ୍ଷୁ ନ ଥାଇ କରୁଛନ୍ତି ଜୋତା ଚକାଚକ୍‌

ବନ୍ତଳା, ୨୦।୧୨- ଭିନ୍ନକ୍ଷମ ହୋଇଥିଲେ ବି କୌଣସି ସକ୍ଷମ ମଣିଷଙ୍କ ଠାରୁ ସେ କମ୍‌ ନୁହନ୍ତି। ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ଆଖି ନ ଥାଇ ମଧ୍ୟ ସେ ଜୋତା ମରାମତି ଓ ପଲିଶ କରି ଚକାଚକ୍‌ କରିଦେଉଛନ୍ତି। ପରିବାର ପ୍ରତିପୋଷଣ ହେଉ କି ଝିଅ ବାହାଘର, ସବୁ ଦାୟିତ୍ୱକୁ ଠିକଣା ଭାବେ ତୁଲାଇ ପାରିଛନ୍ତି। ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ଏପରି ଉଦାହରଣ ସୃଷ୍ଟି କରିଥିବା ନିଆରା ମଣିଷ ହେଲେ ଅନୁଗୋଳ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଜୋତା କାରିଗର ଟେରା ମେହେର (୪୦)।
ଟେରାଙ୍କ ପୈତୃକ ଘର ଅନୁଗୋଳ ଜିଲା ଆଠମଲ୍ଲିକ ଗାନ୍ଧୀଛକ ନିକଟରେ। ବାପା ସର୍ଜନୀ ମେହେରଙ୍କ ୬ ସନ୍ତାନ ମଧ୍ୟରୁ ସେ ହେଉଛନ୍ତି ଚାରି ନମ୍ବର। ପିଲାବେଳୁ ଚକ୍ଷୁହୀନ ହୋଇଥିବାରୁ ବାପା ସର୍ଜନୀ ତାଙ୍କୁ ସ୍ବାବଲମ୍ବୀ କରିବାକୁ ନିଜ ପାଖରେ ରଖି କୌଳିକ ବ୍ୟବସାୟ ଜୋତା ମରାମତି ଶିଖାଇଥିଲେ। ସ୍କୁଲ ମାଟି ଆଦୌ ମାଡ଼ି ନ ଥିବା ଟେରା ମଧ୍ୟ ୧୨ ବର୍ଷ ବୟସରୁ ଏସବୁ କାମକୁ ଶିଖି ଯାଇଥିଲେ। ଜୋତାର କେଉଁ ସ୍ଥାନ ଫାଟି ଯାଇଛି କି ସିଲାଇ ଖୋଲିଯାଇଛି ତାହା ହାତ ମାରି ଜାଣିଦେବା ସହ ଠିକଣା ଭାବେ ମରାମତି କରିଦେଇ ପାରୁଛନ୍ତି। ଶୋଲ୍‌ ବାହାରି ଯାଇଥିଲେ ଅଠାମାରି ମେଶିନ ଭଳି ହାତରେ ସିଲାଇ କରିଦେଉଛନ୍ତି। ସେହିପରି ପିଲାଙ୍କ ସ୍କୁଲ ବ୍ୟାଗ ହେଉ କି ବେଲ୍ଟ ସବୁକିଛିର ମରାମତିରେ ସେ ସିଦ୍ଧହସ୍ତ। ରଙ୍ଗ କହିଦେଲେ ଜୋତା ପଲିଶ କରି ଚକାଚକ୍‌ କରିଦେବାର କୌଶଳ ତାଙ୍କୁ ଠିକଣା ଭାବେ ଜଣାଅଛି। ନିଜ ଦୋକାନରେ କିଛି ସାମଗ୍ରୀ ରଖି ବିକ୍ରି ବି କରୁଛନ୍ତି। ମାତ୍ର ୧୭ ବର୍ଷ ବୟସରେ ବାପା ବିବାହ କରାଇ ଦେବା ପରେ ସେବେଠୁ ମା’ ତାଙ୍କୁ ଅଲଗା କରିଦେଇଥିଲେ। ଆରମ୍ଭରୁ ଟିକେ କଷ୍ଟ ହୋଇଥିଲେ ବି ପରେ ସେ ସଂସାର ସମ୍ଭାଳି ନେଇଥିଲେ। ସ୍ତ୍ରୀଙ୍କ ସହ ଦୁଇ ଝିଅ ଏଲିନା(୧୮) ଓ ଲିପିନା(୧୬), ଦୁଇ ପୁଅ ଲିପେଶ (୧୨) ଓ ଅନିଲ(୧୦)ଙ୍କୁ ନେଇ ତାଙ୍କ ସଂସାର ଠିକ୍‌ଠାକ୍‌ ଚାଲିଥିବା ଟେରା କହିଛନ୍ତି। ଥରେ ନିଅଁା ଲାଗି ଦୋକାନ ଜଳିଯିବାରୁ ତାଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିଲା। ତଥାପି ଈଶ୍ୱରଙ୍କ କୃପାରୁ ସେ ଢେଙ୍କାନାଳ ଜିଲା ଭୂଷଣ ପ୍ଲାଣ୍ଟ ସମ୍ମୁଖରେ ୩ ବର୍ଷ ଦୋକାନ କରିଥିଲେ। ତେବେ ରାସ୍ତା ପ୍ରଶସ୍ତୀକରଣ ଯୋଗୁ ସମସ୍ୟା ହେବାରୁ ସେ ଅନୁଗୋଳ ଜିନ୍ଦଲ କମ୍ପାନୀ ସମ୍ମୁଖରେ ପ୍ରତି ରବିବାର ଜୋତା ମରାମତି ଓ ପଲିସ କାମ କରୁଥିଲେ। ଏବେ ୭ ମାସ ହେଲା ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତାପାର୍ଶ୍ୱରେ ବସି ମରାମତି କାମ କରୁଛନ୍ତି। ସେହିଠାରେ ଖାଇବା ସହ ବିଶ୍ରାମ ନେଉଛନ୍ତି। ନିଜେ ଚଳି ଯାହା କିଛି ଅର୍ଥ ବଞ୍ଚୁଛି ତାହା ଘରକୁ ପଠାଉଛନ୍ତି। ଚକ୍ଷୁ ନ ଥିବାର ସୁଯୋଗ ନେଇ କେତେଜଣ ଗ୍ରାହକଙ୍କଠାରୁ ସେ ଠକାମିର ଶିକାର ମଧ୍ୟ ହେଉଛନ୍ତି। ତଥାପି ଗ୍ରାହକ ଈଶ୍ୱର ତୁଲ୍ୟ ଯୋଗୁ ସେ ବିଶ୍ୱାସ, ଭରସାରେ ମରାମତି କାମ ଚଳାଉଛନ୍ତି। ସରକାରଙ୍କ ପକ୍ଷରୁ ତାଙ୍କୁ ମାସିକ ଭତ୍ତା ସହ ଇନ୍ଦିରାଆବାସ ଓ ରାଶନ କାର୍ଡ ପ୍ରଦାନ କରାଯାଇଛି। ତଥାପି କିଛି ଆର୍ଥିକ ସହାୟତା ମିଳିପାରିଲେ ଭଲ ଦୋକାନଟିଏ କରି ବର୍ଷା, ଖରାରୁ ରକ୍ଷା ପାଇପାରନ୍ତେ ବୋଲି ଟେରା ପ୍ରକାଶ କରିଛନ୍ତି।

(ଦିନେଶ ଦେହୁରୀ)


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

୫୩ନଂ ରାଜ୍ୟ ରାଜପଥରେ ଗୋଟିଏ ପରେ ଗୋଟିଏ ହାଇଓ୍ବାକୁ ମାଡ଼ି ବସିଲା ପୋଲିସ 

ବନ୍ତ,୧୨।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ବେଆଇନ ବାଲି ଚାଲାଣ କରୁଥିବା ୯ଟି ହାଇଓ୍ବା ଜବତ ହୋଇଛି। ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ…

ଯୁବକଙ୍କୁ ଧକ୍କାଦେଇ ଫେରାର ମାରିଲେ ହାଇଓ୍ବା ଚାଳକ, ଘଟଣାସ୍ଥଳରେ ପଡ଼ିରହିଛି ମୃତଦେହ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ଏଆର୍‌ଏସ୍‌ଏସ୍‌ କମ୍ପାନୀର ହାଇଓ୍ବା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ୍‌ ରେଳ ଷ୍ଟେଶନ ପରିସରରେ ମୋରମ ବୋଝେଇ ହାଇଓ୍ବା…

କେନ୍ଦ୍ରାପଡ଼ା ଜିଲାର ଏହି ବ୍ଲକରେ ବିଜେଡିରୁ ସମସ୍ତେ ଦେଇଦେଲେ ଇସ୍ତଫା

ପାଟକୁରା,୧୨ା୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡା ଜିଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ବିଜେଡି ସମର୍ଥିତ ତଥା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଅନୁଗତମାନେ ବିଜେଡିରୁ ସମୂହ ଇସ୍ତଫା…

ଜିଲାପାଳଙ୍କ ତଦାରଖ ପରେ ଫେରିଘାଟ ବନ୍ଦ ନିର୍ଦ୍ଦେଶ, ଡଙ୍ଗା ଇଞ୍ଜିନ ଚାବି ଜବତ କରି…

ମହାକାଳପଡ଼ା,୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ବାହାକୁଦ-ମୂଷଡିଆ ମହାନଦୀ ଫେରିଘାଟରେ ଲାଇଫ ଜ୍ୟାକେଟ, ସିସିଟିଭି ଆଦି ବ୍ୟବାହର ହେଉ ନ ଥିବା…

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri