ଭିନ୍ନ ଢଙ୍ଗରେ ଛାତ୍ରୀ ପାଳିଲେ ରକ୍ଷା ବନ୍ଧନ: ଜରିମୁକ୍ତ ରାଖୀ ପ୍ରସ୍ତୁତ କରି ଭାଇଙ୍କ ହାତରେ ବାନ୍ଧିଲେ

ପଦ୍ମଗିର/ମାଲକାନଗିରି,୧୪ା୮ (ଡି.ଏନ୍‌.ଏ.): ସାଧାରଣତଃ ରାଖୀ ପୂର୍ଣ୍ଣିମା ଆସିଲେ ଭଉଣୀମାନେ ଭାଇଙ୍କ ହାତରେ ରାଖୀବାନ୍ଧି ଆଶୀର୍ବାଦ ନେବା ସହ ଭାଇମାନଙ୍କ ମଙ୍ଗଳ କାମନା କରିଥାନ୍ତି। ଭାଇମାନେ ମଧ୍ୟ ଭଉଣୀ ପାଇଁ ରକ୍ଷା କବଚ ପାଲଟିଥାନ୍ତି। ଏହି ଦିନଟିକୁ ଭଉଣୀମାନେ ଅପେକ୍ଷା କରି ରହିଥାନ୍ତି। ରାଖୀ ସମୟ ଆସିଲେ ବଜାରରୁ ବିଭିନ୍ନ ପ୍ରକାର ରାଖୀ କିଣିଥାନ୍ତି। ବଜାରର ଏହି ସବୁ ରାଖୀ ପଲିଥିନ ଜରିରେ ବିଭିନ୍ନ ରଙ୍ଗ ବେରଙ୍ଗ ଦେଇ ପ୍ରସ୍ତୁତ ହୋଇଥାଏ। ଏହି ପଲିଥିନ ଓ ଜରିରେ ପ୍ରସ୍ତୁତ ରାଖୀ ଆମ ପରିବେଶ ପାଇଁ ମଙ୍ଗଳକର ନୁହେଁ ା ଏହାଦ୍ୱାରା ପରିବେଶ ଦୂଷିତ ହେବା ସହ ମୃତିକା ବିଷାକ୍ତ ହୋଇଥାଏ ା ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଜରିରେ ପ୍ରସ୍ତୁତ ରାଖୀକୁ ବର୍ଜନ କରି ପ୍ରାକୃତିକ ଫୁଲ, ପତ୍ରରେ ରାଖୀ ତିଆରି କରି ଭଉଣୀମାନେ ଭାଇଙ୍କ ହାତରେ ବାନ୍ଧି ପରିବେଶ ପାଇଁ ଏକ ଭଲ ବାର୍ତ୍ତା ଦେଇଛନ୍ତି ମାଲକାନଗିରି ଜିଲା ସଦର ବ୍ଲକ ପଦ୍ମଗିରି ପଞ୍ଚାୟତ ସଦର ମହକୁମା ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟର ଆବାସିକ ଛାତ୍ରୀମାନେ ା ବୁଧବାର ରାଖୀ ପୂର୍ଣ୍ଣିମାର ଦିନକ ପୂର୍ବରୁ ବିଦ୍ୟାଳୟ ପରିସରରେ ୪ଶହରୁ ଊର୍ଦ୍ଧ୍ୱ ଅନ୍ତେବାସୀ ଛାତ୍ରୀ ସେହି ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ୪ଶହ ଛାତ୍ରଙ୍କୁ ନିଜର ଭାଇ ମନେକରି ରାଖୀ ବାନ୍ଧିଛନ୍ତି। ଫୁଲ, ଦୁବଘାସ, ବିଭିନ୍ନ ରଙ୍ଗ ବେଙ୍ଗର ପତ୍ର ସଂଗ୍ରହ କରି ଗଛର ଡୋରିରେ ବାନ୍ଧି ରାଖୀଗୁଡିକ ସେମାନେ ତିଆରି କରିଥିଲେ ା ପ୍ରତ୍ୟେକ ଛାତ୍ରୀ ଥାଳିରେ ଦୁବ, ଅରୁଆ ଚାଉଳ, ହଳଦୀ, ସିନ୍ଦୁର ଭାଇମାନଙ୍କ ମଥାରେ ଦେଇ ବନ୍ଦାପନା କରି ରାଖୀ ବାନ୍ଧିଥିଲେ ା ରାଖୀ ବାନ୍ଧିସାରି ଭାଇମାନଙ୍କୁ ମିଠା ମଧ୍ୟ ଖାଇବାକୁ ଦେଇଥିଲେ। ଭାଇମାନେ ଭଉଣୀମାନଙ୍କୁ ଆଶୀର୍ବାଦ କରି ଏହି ବିଦ୍ୟାଳୟରେ ଥିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷା ଦାୟିତ୍ୱ ସେମାନଙ୍କର ବୋଲି ଆଶ୍ୱସନା ଦେଇଥିଲେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ମାଲକାନଗିରି ବ୍ଲକ ଅଧ୍ୟକ୍ଷ
ଅକ୍ଷୟ ନାୟକ, ଆଦିବାସୀ ମହାସଂଘ ଉପଦେଷ୍ଟା ଘନଶ୍ୟାମ ମାଡକାମି ଯୋଗଦେଇ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ପ୍ରେରଣା ଓ ଉତ୍ସାହ ଯୋଗୁ ଛାତ୍ରୀମାନଙ୍କ ଏପରି ପ୍ରୟାସ ନିଶ୍ଚିତ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ପ୍ରେରଣା ଦେବ। ମାଲକାନଗିରି ଜିଲାର ସମସ୍ତ ଆବାସିକ ବିଦ୍ୟାଳୟରେ ଏପରି କାର୍ଯ୍ୟକ୍ରମ କରି ପରିବେଶ ସୁରକ୍ଷାରେ ସମସ୍ତେ ନିୟୋଜିତ ହେବାପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ଅଳି କୁମାରୀ ଦେବ ଅଧ୍ୟକ୍ଷତା କରିଥିଲେ। ଶିକ୍ଷକ ମହେନ୍ଦ୍ର ପରିଡା, ନାଗେଶ ପାତିକା ସନ୍ତୋଷ ସାହୁ, ଶେଖ ମେହେବୁବ୍‌, ଏସ୍‌. କୁଞ୍ଜାମି, ଅକ୍ଷୟ କୁମାର ଦାସ, ବିଜୟ କୁମାର ଜେନା, ଲିଲି ପଣ୍ଡା, ସୁଲୋଚନା ମହାରଣା, କସ୍ତୁରୀ ମହାରଣା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri