ଭିଜିଲାନ୍ସ ଚଢାଉ: ତହସିଲ କିରାଣୀ ସମେତ ୨ ଗିରଫ

ବଲାଙ୍ଗୀର ଅଫିସ/ଲୋଇସିଂହା, ୪ା୬(ଡି.ଏନ୍‌.ଏ.)-ଆରଓଆର(ରାଇଟ୍‌ ଅଫ୍‌ ରେକର୍ଡସ) କରିଦେବା ବାବଦରେ ଜଣେ ବ୍ୟକ୍ତିିଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଗଲପୁର ତହସିଲ ଅଫିସର ଭାରପ୍ରାପ୍ତ ହେଡକ୍ଳର୍କ ବିକାଶ ଭୋଇ ଓ ରାଜସ୍ବ ସହକାରୀ ଚନ୍ଦ୍ରଶେଖର ପାତ୍ରଙ୍କୁ ବଲାଙ୍ଗୀର ଭିଜିଲାନ୍ସ ଟିମ୍‌ ଗୁରୁବାର ଗିରଫ କରିଛି ା ବୁଦୁଲା ଗ୍ରାମର ମାଧବ ନାଗ ତାଙ୍କ ଜମି ସଂକ୍ରାନ୍ତୀୟ କାମ ପାଇଁ ଆଗଲପୁର ତହସିଲ ଅଫିସକୁ ଯାଇ ଆରଓଆର କରିଦେବାକୁ ଅନୁରୋଧ କରିଥିଲେ ା ତେବେ ଏହି ଅଫିସର ଇନଚାର୍ଜ ହେଡକ୍ଳର୍କ ବିକାଶ ଭୋଇ ତାଙ୍କୁ ୬ ହଜାର ଟଙ୍କା ଦେଲେ ଯାଇ ଆରଓଆର ହୋଇପାରିବ ବୋଲି କହିଥିଲେ ା ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ହେଡକ୍ଳର୍କ ଭୋଇ ତାଙ୍କୁ ୬ହଜାର ଟଙ୍କା ଦେବାକୁ ଦାବି କରିଥିଲେ। ଏନେଇ ମାଧବ ବଲାଙ୍ଗୀର ଭିଜିଲାନ୍ସ ଅଫିସକୁ ଆସି ଅଭିଯୋଗ କରିଥିଲେ ା ସମସ୍ତ ଯୋଜନା ମୁତାବକ ଗୁରୁବାର ମାଧବ ୬ ହଜାର ଟଙ୍କା ଧରି ଆଗଲପୁର ତହସିଲ ଅଫିସକୁ ଯାଇ ଇନ୍‌ଚାର୍ଜ ହେଡକ୍ଳର୍କ ଭୋଇଙ୍କୁ ୬ ହଜାର ଟଙ୍କା ଦେଇଥିଲେ ା ଭୋଇ ଉକ୍ତ ଟଙ୍କାକୁ ସେହି ଅଫିସର ରାଜସ୍ବ ସହକାରୀ ଚନ୍ଦ୍ରଶେଖର ପାତ୍ରଙ୍କୁ ଦେଇ ଦେବାକୁ କହିଥିଲେ ା ଭୋଇଙ୍କ କହିବା ମୁତାବକ ୬ ହଜାର ଟଙ୍କାକୁ ମାଧବ ରାଜସ୍ବ ସହକାରୀ ପାତ୍ରଙ୍କୁ ପ୍ରଦାନ କରିଥିଲେ ା ଏତିକିବେଳେ ସେଠାରେ ଥିବା ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ପାତ୍ରଙ୍କଠାରୁ ଉକ୍ତ ଟଙ୍କା ଜବତ୍‌ କରିବା ସହ ଉଭୟ ଭାରପ୍ରାପ୍ତ ହେଡକ୍ଳର୍କ ଓ ରାଜସ୍ବ ସହକାରୀଙ୍କୁ ଗିରଫ କରିଥିଲେ ା ଏହି ଚଢ଼ାଉ ପୂର୍ବରୁ ହେଡକ୍ଳର୍କ ବିକାଶ ଭୋଇଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା (ନଂ.୧୦/୨୦୨୦) ରୁଜୁ କରାଯାଇଛି ା ଗୁରୁବାର ଅଭିଯୁକ୍ତ ଇନଚାର୍ଜ ହେଡକ୍ଳର୍କ ଭୋଇ ଓ ରାଜସ୍ବ ସହକାରୀ ପାତ୍ରଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri