Posted inଜାତୀୟ

ଭିକ ମାଗି ଜୌହର ବିଶ୍ୱବିଦ୍ୟାଳୟ ଗଢ଼ିଛନ୍ତି ଆଜମ ଖାନ: ମୁଲାୟମ ସିଂ ଯାଦବ

ଲକ୍ଷ୍ନୌ,୩।୯: ବହୁତ ଦିନର ନୀରବତା ପରେ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂ ଯାଦବ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ରାମପୁର ଏମ୍‌ପି ଆଜମ୍‌ ଖାନଙ୍କୁ ପ୍ରଶଂସା କରିଛନ୍ତି। ଭିକ ମାଗି, ଦେଶ-ବିଦେଶରୁ ଚାନ୍ଦା ସଂଗ୍ରହ କରି ଏବଂ ନିଜର ଜମା ପୁଞ୍ଜି ଖଟେଇ ସେ ଜୌହର ବିଶ୍ୱବିଦ୍ୟାଳୟ ନିର୍ମାଣ କରିଥିଲେ କିନ୍ତୁ ସାମାନ୍ୟ କିଛି ଜମି ପାଇଁ ତାଙ୍କ ନାଁରେ ଗମ୍ଭୀର ଆପରାଧିକ ମାମଲା ରୁଜୁ କରାଯାଇଛି, ଯାହା ନିନ୍ଦନୀୟ ବୋଲି ସେ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଏସପି ନେତା ତଥା ରାମପୁର ସାଂସଦ ଆଜମ୍‌ ଖାନ ଜୌହର ବିଶ୍ୱବିଦ୍ୟାଳୟ ନାମରେ କୃଷକଙ୍କ ଜମି ବଳପୂର୍ବକ ଦଖଲକୁ ନେଇଥିବା ଅଭିଯୋଗ ହୋଇଛି। ଏନେଇ କୃଷକମାନେ ରାଜ୍ୟପାଳଙ୍କୁ ଅଭିଯୋଗ କରିଥିଲେ। ଏହାକୁ ନେଇ ରାମପୁର ପ୍ରଶାସନ ରାଜ୍ୟ ସରକାରଙ୍କ ଆଣ୍ଟି-ଭୂ ମାଫିଆ ପୋର୍ଟାଲରେ ଆଜମ୍‌ ଖାନଙ୍କ ନାମକୁ ତାଲିକାଭୁକ୍ତ କରିଛି। ଏହାଦ୍ୱାରା ଆଜମ୍‌ ଖାନ ଭୂ-ମାଫିଆ ଘୋଷିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

‘ହର୍ମୁଜ ପ୍ରଣାଳୀରେ ଆମେରିକା… ’, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ନୂଆ ବାର୍ତ୍ତା ଶୁଣି ଇରାନ ଖୁସିରେ ଗଦ୍‌ଗଦ୍‌

ଓ୍ବାଶିଂଟନ୍‌,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ଦୁଇ ସପ୍ତାହ ପାଇଁ ଇରାନ…

ମୋଦିଙ୍କୁ ଝଟ୍‌କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…

ନୂଆଦିଲ୍ଲୀ,୮ା୪: ଆମେରିକା-ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri