ଭାଲେଣ୍ଟାଇନ୍ସ ଡେ’ରେ ଟ୍ରାଏ କରନ୍ତୁ କପଲ୍‌ ଟି-ଶାର୍ଟ

ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସ। ଏହାକୁ ଖାସ୍‌ କରିବାକୁ ଚାହାନ୍ତି ସବୁ କପଲ୍‌ । କିଏ ଗୋଲାପ ତ କିଏ ପ୍ରେମଭରା କାର୍ଡ ଓ ଦାମୀ ଉପହାର ଦେଇ ଏହାକୁ ସ୍ମରଣୀୟ କରନ୍ତି। ତେବେ ଆଜିକାଲି ବଜାରରେ ଉପଲବ୍ଧ ହେଉଥିବା କପଲ୍‌ ଟି ଶାର୍ଟ ଟ୍ରାଏ କରି ମଧ୍ୟ ଦିନଟିକୁ ଅଭୁଲା କରିପାରିବେ। ଏହାକୁ ପିନ୍ଧି କପଲ୍‌ ଭିଡ ଭିତରୁ ବାରି ହୋଇପଡିବା ସହ ମନର କଥାକୁ ଏହି ଟି-ଶାର୍ଟ ମାଧ୍ୟମରେ ବ୍ୟକ୍ତ ବି କରିପାରିବେ…

ଲକ୍‌ଡ ହିୟର୍‌, ଫାଉଣ୍ଡ କି’ ଟି-ଶାର୍ଟ- ଯଦି ଆପଣ ଆପଣଙ୍କ ହୃଦୟ ଅନେକ ବର୍ଷ ଧରି କାହାକୁ ନ ଦେଇ ତାଲା ପକାଇ ରଖିଥିଲେ। ହେଲେ ଶେଷରେ କେହି ଜଣେ ତା’ର ଚାବି ପାଇ ହୃଦୟ ଚୋରି କରି ନେଇଗଲେ। ତେବେ ଏହି ଲକ୍‌ଡ ହିୟର, ଫାଉଣ୍ଡ କି’ ଟି-ଶାର୍ଟ ନୂଆ ନୂଆ ପ୍ରେମ କରୁଥିବା ପ୍ରେମିକା ପ୍ରେମିକଙ୍କ ପାଇଁ ପରଫେକ୍ଟ ଚଏସ୍‌। ଏହାକୁ ଭାଲେଣ୍ଟାଇନ୍ସ ଡେ’ରେ ଉପହାର ବି ଦେଇପାରିବେ।

ହର୍‌ ପ୍ରିନ୍ସ ଚାର୍ମିଂ, ହିଜ୍‌ ସିଣ୍ଡ୍ରେଲା ଟି-ଶାର୍ଟ- ସବୁ ଯୁବତୀ ଯୁବକ ଚାହାନ୍ତି ତାଙ୍କ ଜୀବନ ପ୍ରିନ୍ସ ଚାର୍ମିଂ ଓ ସିଣ୍ଡ୍ରେଲାର କାହାଣୀ ପରି ପାଲଟିଯାଉ। ଅର୍ଥାତ୍‌ ସବୁ ଯୁବତୀ ପାଆନ୍ତୁ ତାଙ୍କ ପ୍ରିନ୍ସ ଚାର୍ମିଂ ଏବଂ ଯୁବକ ପାଆନ୍ତୁ ତାଙ୍କ ସିଣ୍ଡ୍ରେଲା। ଯଦି ଆପଣଙ୍କ ଜୀବନରେ ସେ ସ୍ବପ୍ନର ନାୟିକା ନାୟକ ଆସିଯାଇଛନ୍ତି, ତେବେ ଏହି ଟି-ର୍ଟ ପିନ୍ଧି ଦୁନିଆକୁ ଜଣେଇ ଦିଅନ୍ତୁ ଯେ, କିଏ ଆପଣଙ୍କ ପ୍ରିନ୍ସ ଚାର୍ମ ଓ କିଏ ସିଣ୍ଡ୍ରେଲା।

ବସ୍‌ କପଲ୍‌ ଟି-ଶାର୍ଟ- ଦାମ୍ପତ୍ୟ ଜୀବନରେ ବସ୍‌ କିଏ? ସ୍ବାମୀ ନା ସ୍ତ୍ରୀ? ଏଇ ପ୍ରଶ୍ନ ସମସ୍ତଙ୍କ ମନରେ ଆସିଥାଏ। ଆଉ ଅଳ୍ପ ବହୁତେ ସମସ୍ତେ ଜାଣନ୍ତି ପ୍ରକୃତରେ କିଏ ବସ୍‌। ଏହି ମଜାଦାର କଥାକୁ କପଲ୍‌ ଟି-ଶାର୍ଟରେ ବି ସ୍ଥାନ ଦିଆଯାଇଛି। ତେଣୁ ଏହି ଟି-ଶାର୍ଟକୁ ଓ୍ବାର୍ଡରୋବ୍‌ରେ ସାମିଲ କରିପାରିବେ।

ହି ଇଜ୍‌ ମାଇନ୍‌-ସି ଇଜ୍‌ ମାଇନ୍‌ ଟି- ଶାର୍ଟ- ‘ତୁମେ ଖାଲି ମୋର’ ସେ ଦମ୍ପତି ହୁଅନ୍ତୁ ଅବା ପ୍ରେମୀଯୁଗଳ ଏଇ କଥାକୁ ଉଭୟେ କେବେ ନା କେବେ ନିଶ୍ଚୟ କହିଥିବେ। ପ୍ରେମ ବୋଳା ଏଇ କଥା ଲେଖା ଥିବା ଉକ୍ତ ଟି-ଶାର୍ଟ ଟ୍ରାଏ କରି ନିଜ ମନର କଥାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିପାରିବେ।

କିଙ୍ଗ-କୁଇନ୍‌ ଟି-ଶାର୍ଟ- ଏହି ଟି-ଶାର୍ଟର ବହୁତ ଚାହିଦା ରହିଛି। ଫଟୋ ସୁଟ୍‌ ପାଇଁ ହେଉକି ପ୍ରଥମ ଟ୍ରିପ୍‌ ଅବା ପ୍ରଥମ ଆନିଭର୍ସାରି କି ଭାଲେଣ୍ଟାଇନ୍ସ ଡେ’ ଏହି କିଙ୍ଗ- କୁଇନ୍‌ ଟି-ଶାର୍ଟ ଅବସରକୁ ଖାସ୍‌ କରିଦେବ।

ହିଜ୍‌-ହର୍‌ ଟି-ଶାର୍ଟ- ପରସ୍ପରକୁ ଭଲ ପାଇବା ଓ ସମ୍ମାନ ଜଣାଇବାର ଏ ହେଉଛି ଏକ ଭଲ ମାଧ୍ୟମ। ଖାଲି ହିଜ୍‌-ହର୍‌ ଲେଖା ଥିବା ଟି-ଶାର୍ଟ ଛଡା ଆପଣ ଚାହିଁଲେ ହିଜ୍‌ ବ୍ୟୁଟି-ହର୍‌ ବିଷ୍ଟ, ହିଜ୍‌ ଜେସି-ହର୍‌ ଉଡ୍‌ ଲେଖା ହୋଇଥିବା ଟି-ଶାର୍ଟ ବି ଟ୍ରାଏ କରିପାରିବେ।

ମିଷ୍ଟର-ମିସେସ୍‌ ଟି-ଶାର୍ଟ- ନିଶ ଓ ଲାଲ ଲିପଷ୍ଟିକ୍‌ ବୋଳା ଓଠ ସହ ମିଷ୍ଟର, ମିସେସ୍‌ ଲେଖା ହୋଇଥିବା ଏହି ଟି-ଶାର୍ଟର ବି ବହୁତ ଚାହିଦା ରହିଛି। ଏଥିରେ ଆହୁରି ମଧ୍ୟ ଅନେକ ଡିଜାଇନ୍‌ ଥିବା ଟି-ଶାର୍ଟ ଉପଲବ୍ଧ ହୁଏ ଯାହା କପଲ୍‌ମାନେ ପିନ୍ଧି ଖାସ୍‌ ଲୁକ୍‌ ପାଇପାରିବେ।

ଗର୍ଲଫ୍ରେଣ୍ଡ/ବୟଫ୍ରେଣ୍ଡ, ଫିଆନ୍ସ, ସ୍ବାମୀ/ସ୍ତ୍ରୀ ଟି-ଶାର୍ଟ- ସମ୍ପର୍କର ପରିବର୍ତ୍ତିତ ରୂପ ଦେଖିବାକୁ ମିଳେ ଏହି ଟି-ଶାର୍ଟରେ। କିଭଳି ଦୁଇଜଣ ଅଜଣା ମଣିଷ ପ୍ରେମିକ ପ୍ରେମିକା ସାଜନ୍ତି। ପରେ ସେହି ସମ୍ପର୍କ ଆଉ ଦୁଇ ପାଦ ଆଗେଇ ବାଗଦତ୍ତା ବା ଫିଆନ୍ସ ହୁଅନ୍ତି। ଶେଷରେ ବିବାହ କରି ସ୍ବାମୀ ସ୍ତ୍ରୀ ପାଲଟନ୍ତି। ନବ ବିବାହିତ ଦମ୍ପତି ତଥା ହନିମୁନ୍‌କୁ ଯାଉଥିବା ଦମ୍ପତିଙ୍କ ପାଇଁ ଏହି ଟି-ଶାର୍ଟ ଏକ ପରଫେକ୍ଟ ଚଏସ୍‌। ଏହାକୁ ପିନ୍ଧିଲେ ଭିଡ ଭିତରୁ ବାରି ହୋଇପଡିବା ସହ ଆପଣଙ୍କ ଭିତରେ ଥିବା ଭଲପାଇବା ବି ଝଲସି ଉଠିବ।

କନେକ୍ଟେଡ ଟୁ ହିମ୍‌/ହର୍‌-ସବୁଠୁ ମଜଭୁତ କନେକ୍ସନ ହେଉଛି ପ୍ରେମ। ଏହି ଟି -ଶାର୍ଟ ପିନ୍ଧି ଆପଣ ଜଣାଇପାରିବେ ଯେ, ଯିଏ ଯେଉଁଠି ଥିଲେ ବି ଏଇ ଭଲପାଇବା ଯୋଗୁ ସେମାନେ ପରସ୍ପର ସହ ସବୁବେଳେ କନେକ୍ଟ ହୋଇ ରହିଥିବେ।
ଏସବୁ ଟି -ଶାର୍ଟ ବ୍ୟତୀତ ସୋଲ୍‌ମେଟ୍‌ ଟି-ଶାର୍ଟ, ଆଇ ଆମ୍‌ ଷ୍ଟକ୍‌ ଓ୍ବିଥ୍‌ ହିମ୍‌/ହର୍‌, ଓ୍ବାନ୍‌ ଲଭ୍‌, ପାର୍ଟନର୍‌ ଇନ୍‌ କ୍ରାଇମ୍‌, ପ୍ଲଗ୍‌ ଆଣ୍ଡ ପ୍ଲେ, ବେଟର୍‌ ହାଫ୍‌ ଆଭକାଡୋ, ସରି ହି/ସି, ଟୁଗେଦର୍‌ ସିନ୍ସ, ବୋ ଆଣ୍ଡ ଆରୋ, ଲଷ୍ଟ ଆଣ୍ଡ ରିଟର୍ନ ଆଦି କପଲ୍‌ ଟି-ଶାର୍ଟ ବି ଟ୍ରାଏ କରି ଏକ ରୋମାଣ୍ଟିକ୍‌ ଓ ଖାସ୍‌ ମାହୋଲ୍‌ ତିଆରି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri